A military personnel with border security force checks passport of pakistani citizens as they prepare to leave india, at the attari wagah border crossing near amritsar
A military personnel with Border Security Force checks passports of Pakistani citizens as they prepare to leave India, after India revoked visas issued to Pakistani citizens, at the Attari-Wagah border crossing near Amritsar, India, April 27, 2025. India has suspended visa services to Pakistani nationals "with immediate effect" following an attack on tourists near Pahalgam in south Kashmir. REUTERS/Anushree Fadnavis TPX IMAGES OF THE DAY

ନୂଆଦିଲ୍ଲୀ: ପାକିସ୍ତାନରେ ଭୟର ବାତାବରଣ । ଭାରତର ଆକ୍ସନ କଣ ହେବ ସେନେଇ ସମସ୍ତଙ୍କ ମନରେ ଛନକା ପଶିଛି । କାରଣ ପହଲଗାମ୍ ଆତଙ୍କୀ ହମଲାର ବଦଲା କେତେବେଳେ ବି ନେଇଯିବ ଭାରତ । ପହଲଗାମ୍ ଆତଙ୍କୀ ଆକ୍ରମଣରେ ପାକ୍ ସେନାର ସମ୍ପୃକ୍ତି ଥିବା ଜଣାପଡିବା ପରେ ଭାରତ ପାକିସ୍ତାନକୁ ପାନେ ଦେବାକୁ ଗୋଡ ଟେକି ବସିଥିବା ବେଳେ ବିରାଟ ପ୍ରସ୍ତୁତିରେ ଲାଗିଛି । ଆଉ ଗତକାଲି ପ୍ରଧାନମନ୍ତ୍ରୀ ମୋଦୀ ସେନାକୁ ପୂର୍ଣ୍ଣ ସ୍ବାଧୀନତା ଘୋଷଣା କରିବା ପରେ ପାକିସ୍ତାନର ନେତା, ସେନା କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଜନତା ମଧ୍ୟ ଭୟଭୀତ ଅଛନ୍ତି । କାରଣ ଭାରତ କେମିତି ନେବ ଆକ୍ସନ, ଆତଙ୍କୀଙ୍କୁ ମାରିବାକୁ ପାକିସ୍ତାନ ଉପରେ ପ୍ରହାର କେତେ ବଡ ହେବ ସେନେଇ ସମସ୍ତେ ଭୟଭୀତ ଅଛନ୍ତି ।
ଆଉ ଏତିକି ବେଳେ ପାକିସ୍ତାନରେ ଦେଖାଦେଇଛି ହଲଚଲ । ଦିଲ୍ଲୀରେ କିଛି ଟିକେ ବୈଠକ ହେଲେ ଡରୁଛି ଇସଲାମାବାଦ । ଭାରତରେ ଘନଘନ ବୈଠକ ପାକିସ୍ତାନରେ ଗୋଟେ ପ୍ରକାରର ଭୟ ଆତଙ୍କର ପରିବେଶ ସୃଷ୍ଟି କରିଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।
କୁହାଯାଉଛି ଯୁଦ୍ଧ ଆଶଙ୍କା ନେଇ ଭାରତର ଆକ୍ସନ ପରେ ପାକିସ୍ତାନର ନୌସେନା ସଜାଗ ରହିଛି । ସମୁଦ୍ର ପଥରେ ହଲଚଲ ଆରମ୍ଭ ହୋଇଛି ଆଉ ବିଭିନ୍ନ ସ୍ଥାନରେ ଯୁଦ୍ଧଜାହାଜରୁ ଗତିଶୀଳ କରାଯାଇଛି । ଭାରତର କୌଣସିବି ଆକ୍ରମଣକୁ ପ୍ରତିହତ କରିବା ପାଇଁ ଆଗୁଆ ପ୍ରସ୍ତୁତ ରହିଛି ପାକ୍ ନୌସେନା ।
ଖାଲି ନୌସେନା ନୁହେଁ ଆକାଶ ପଥରେ ବି ବିମାନ ଚଳାଚଳକୁ ୫୦ ପ୍ରତିଶତ କମାଇଦେଇଛି ପାକିସ୍ତାନ । ଆକାଶ ପଥରେ ଯେମିତି କୌଣସି ଭ୍ରମ ବା ଦ୍ବନ୍ଦ୍ବ ସୃଷ୍ଟି ନହୁଏ ସେନେଇ ବାୟୁସେନାକୁ ସତର୍କ କରାଇଛି । ଗତକାଲି ସୀମାରେ ରାଡାର ମୁତୟନ କରିବା ଏବଂ ଏଲଓସିରେ ପାକ୍ ସେନା ବାରମ୍ବାର ଗୁଳିମାଡ କରିବା ଭୟକୁ ହିଁ ଦର୍ଶାଉଛି ।
ଖାଲି କଣ ସେତିକି ପରମାଣୁ ଧମକ ଦେବା, ଏବଂ ପାକିସ୍ତାନର ଆର୍ମି ମୁଖ୍ୟ ତାଙ୍କ ପରିବାରକୁ ବିଦେଶକୁ ପଠାଇଦେବା ସହ ପାକିସ୍ତାନ ସେନାର ଅଧିକାଂଶ ସୈନିକ ଚାକିରି ଛାଡିବା ଭାରତ ପ୍ରତି ଭୟ ହିଁ ଦର୍ଶାଉଛି । ପାକିସ୍ତାନର ବଡ ବଡ ନେତା କୁହନ୍ତୁ କି ଅନେକ ଆର୍ମି ଅଫିସର ପାକିସ୍ତାନ ଛାଡି ପଳାଇବା ହିଁ ଭାରତ ପ୍ରତି ଭୟ ବୋଲି ସ୍ପଷ୍ଟ ଜଣା ପଡୁଛି ।
ସେପଟେ ପାକିସ୍ତାନ ଆଖିକୁ ଆସୁନି ନିଦ । ରାତିରେ ଶାନ୍ତିରେ ଶୋଇପାରୁନି ପାକିସ୍ତାନ କି ଶୋଇପାରୁ ନାହାନ୍ତି ପାକ୍ ସେନା । କାରଣ ପୂରା ଦେଶକୁ ଘାରିଛି ଯୁଦ୍ଧ ଭୟ । ଆତଙ୍କବାଦୀଙ୍କୁ ପୋଷିଥିବା ଦେଶ ବିରୋଧରେ ଯେକୌଣସି ସମୟରେ ବଡ ଆକ୍ସନ ନେଇପାରେ ଭାରତ ଆଉ ପାକିସ୍ତାନକୁ ତା କଲା କର୍ମର ଫଳ ଦେଇପାରେ । ପହଲଗାମ୍ ହମଲା ପରେ ରକ୍ତର ଜବାବ ରକ୍ତରେ ଦେବାକୁ ନିଷ୍ପତ୍ତି ନେଇଥିବା ଭାରତ ଏବେ ଆକ୍ସନ ମୁଡରେ ଥିବାରୁ ଭୟ ଆତଙ୍କରେ ବଞ୍ଚୁଛି ପାକିସ୍ତାନ ।
କାରଣ ଯେବେ ଯେବେ ଆତଙ୍କୀ ଭାରତରେ ମହାଭାରତ ସୃଷ୍ଟି କରିଛନ୍ତି ତାର ପରିଣତି ଏୟାର ଷ୍ଟ୍ରାଇକ୍ କିମ୍ବା ସର୍ଜିକାଲ ଷ୍ଟ୍ରାଇକରେ ହିଁ ସରିଛି । ଯଦି ଇତିହାସ ପୃଷ୍ଠାକୁ ଓଲଟାଯାଏ ତେବେ ୨୦୧୬ ସେପ୍ଟେମ୍ବର ୧୮ ତାରିଖରେ ଉରୀରେ ଆକ୍ରମଣ ହୋଇଥିଲା ଆଉ ତାର ବଦଲା ନେଇଥିଲା ଭାରତ । ଆକ୍ରମଣର ଠିକ୍ ୧୦ ଦିନ ଭିତରେ ହିଁ ଆକ୍ସନ ନେଇଥିଲା ଆଉ ସର୍ଜିକାଲ ଷ୍ଟ୍ରାଇକ୍ କରିଥିଲା ।
ସେହିପରି ୨୦୧୯ ଫେବୃୟାରୀ ୧୪ରେ ପୁଲୱାଲାରେ ଆତଙ୍କୀ ହମଲା ହୋଇଥିଲା । ଯେଉଁଥିରେ ୪୦ରୁ ଅଧିକ ଯବାନ ସହିଦ ହୋଇଥିଲେ ଆଉ ଏହି ବଳିଦାନର ବଦଲା ନେଇଥିଲା ଭାରତ । ଆକ୍ରମଣର ୧୨ ଦିନ ଭିତରେ ହିଁ ଜବାବ ଦେଇଥିଲା ଭାରତ । ଆକାଶ ମାର୍ଗରୁ ଏୟାର ଷ୍ଟ୍ରାଇକ୍ କରି ଆତଙ୍କୀଙ୍କ ସହ ଶିବିର ଧ୍ବଂସ କରିଥିଲା ।
ଆଉ ଏବେ ପୁଣି ୨୨ ଏପ୍ରିଲ ୨୦୨୫ରେ ପହଲଗାମରେ ଆତଙ୍କବାଦୀମାନେ ୨୬ ଜଣ ନିରୀହ ପର୍ଯ୍ଯଟକଙ୍କ ଉପରେ ଗୁଳିମାଡ କରି ମାରି ଦେଇଥିବା ବେଳେ ବିଶ୍ବବ୍ୟାପୀ ଏହି ଘଟଣାକୁ ନିନ୍ଦା କରାଯାଉଥିବା ବେଳେ ଭାରତ ଏହାର ଦୃଢ ଜବାବ ଦେବାକୁ ଆକ୍ସନ ମୋଡରେ ରହିଛି । ତେଣୁ ୨୪ କି ୩୬ ଘଣ୍ଟା ଭିତରେ ଭିତରେ ପାକିସ୍ତାନ ଉପରେ ବଡ ଆକ୍ରମଣ କରିପାରେ ବୋଲି ଅନୁମାନ କରାଯାଉଛି । ଯାହା ରାତି ଅଧରେ ପ୍ରେସମିଟ୍ କରି କାଲି କହିଛନ୍ତି ପାକିସ୍ତାନ ମନ୍ତ୍ରୀ ।

Share