ଭୁବନେଶ୍ୱର: ରାତି ପାହିଲେ ଗଣେଶ ପୂଜା । ଏନେଇ ପୂଜା କମିଟି ଗୁଡିକ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହି ଅବସରରେ କଣ କରିହେବ କଣ ନାହିଁ ସେନେଇ ପୂର୍ବରୁ ସିଲଭର ସିଟି କଟକ ପାଇଁ ଗାଇଡଲାଇନ ଜାରି ହୋଇଥିବାବେଳେ, ଏବେ ରାଜଧାନୀ ଭୁବନେଶ୍ବର ପାଇଁ ସ୍ବତନ୍ତ୍ର ଗାଇଡଲାଇନ ଜାରି ହୋଇଛି ।
ତେବେ ଗାଇଡ଼ଲାଇନ୍ ଅନୁସାରେ, ଚଳିତ ବର୍ଷ ଗଣେଶ ପୂଜା ସମୟରେ ପ୍ରତି ପୂଜା ସ୍ଥଳରେ ସିସିଟିଭି ବାଧ୍ୟତାମୂଳକ ରହିବ । ଡିଜେ ଉପରେ ନିଷେଧ ରହିଛି । ଅଳ୍ପ ସାଉଣ୍ଡ ଦେଇ ଭକ୍ତି ଗୀତ ବଜାଇବାକୁ ଅନୁମତି ରହିଛି । ରାସ୍ତା ଉପରେ ବଡ଼ ବଡ଼ ତୋରଣ ତିଆରି ନ କରିବାକୁ ନିର୍ଦ୍ଦେଶ ରହିଛି । ରାତି ୧୦ଟା ପରେ ହୋଇପାରିବନି ମେଲୋଡ଼ି । ଭସାଣି ଉତ୍ସବ ବେଳେ ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ ରୋକ ଲଗାଯାଇଛି ।

