1573657162supreme court of india 1068x634

ନୂଆଦିଲ୍ଲୀ: ସର୍ବୋଚ୍ଚ ନ୍ୟାୟାଳୟରେ ଓଡ଼ିଶା ସରକାରଙ୍କ ମାମଲା ପରିଚାଳନା ପାଇଁ ୬୯ ଜଣ ଆଇନଜୀବୀ ପ୍ୟାନେଲଭୁକ୍ତ ହୋଇଛନ୍ତି । ଏଥିରେ ୧୮ ଓଡ଼ିଆ ଆଇନଜୀବୀ ଅଛନ୍ତି । ରାଜ୍ୟରେ ମୋହନ ଚରଣ ମାଝୀ ସରକାର ଗଠନର ୧୬ ମାସ ପରେ ସର୍ବୋଚ୍ଚ ନ୍ୟାୟାଳୟରେ ଓଡ଼ିଶା ସରକାରଙ୍କ ଆଇନଜୀବୀ ପ୍ୟାନେଲ ପୁନର୍ଗଠିତ ହୋଇଛି । ବରିଷ୍ଠ ଆଇନଜୀବୀ ତାଲିକାରେ ୨୧ ଜଣ, ଆଡ଼ଭୋକେଟ ଅନ ରେକର୍ଡ ତାଲିକାରେ ୨୮ ଜଣ ଏବଂ ଆର୍ଗୁଇିଂ କାଉନସେଲ ତାଲିକାରେ ୨୦ ଜଣ ଅଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ ଇତିହାସରେ ପ୍ରଥମ ଥର ପାଇଁ ଓଡ଼ିଶା ସରକାରଙ୍କ ତରଫରୁ ଏତେ ବଡ଼ ଆଇନଜୀବୀ ଦଳ ଘୋଷଣା ହୋଇଛି।

ମାମଲା ପରିଚାଳନାକୁ ସୁବିଧାଜନକ କରିବା ପାଇଁ ଆଟର୍ଣ୍ଣିଂ ଜେନେରାଲ ଆର ଭେଙ୍କଟରମଣି, ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କ ସମେତ ୮ ଜଣ ଅତିରିକ୍ତ ସଲିସିଟର ଜେନେରାଲଙ୍କୁ ବରିଷ୍ଠ ଆଇନଜୀବୀ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି । ବରିଷ୍ଠ ଆଇନଜୀବୀ ତାଲିକାରେ ୩ ଜଣ ଓଡ଼ିଆ ଆଇନଜୀବୀ ସ୍ଥାନ ପାଇଛନ୍ତି । ସେମାନେ ହେଲେ ଆଇନଜୀବୀ ରାଜଦୀପା ବେହୁରା, ଅଶୋକ ପାଣିଗ୍ରାହୀ ଏବଂ ସଞ୍ଜୟ ପୋଦାର । ସେହିପରି ଆଡ଼ଭୋକେଟ ଅନ ରେକର୍ଡ ତାଲିକାରେ ସ୍ଥାନ ପାଇଥିବା ୧୨ ଜଣ ଆଇନଜୀବୀଙ୍କ ମଧ୍ୟରେ ଆଇନଜୀବୀ ସମାପିକା ବିଶ୍ୱାଳ, ପ୍ରସନ୍ନଜିତ ମହାପାତ୍ର, ମେରୁସାଗର ସାମନ୍ତରାୟ, ଶିବାଶିଷ ମିଶ୍ର, ହିତେନ୍ଦ୍ର ନାଥ ରଥ, ଶୋଭନ ମିଶ୍ର, ଅଞ୍ଜୁମାନ ତ୍ରିପାଠୀ, ମୃଣମୟୀ ସାହୁ, ତେଜ୍ୱସୀ କୁମାର ପ୍ରଧାନ, ଶ୍ରୀସତ୍ୟ ମହାନ୍ତି, ପ୍ରଚେତା କର ଓ ପ୍ରକାଶ ରଞ୍ଜନ ନାୟକ ରହିଛନ୍ତି । ଆର୍ଗୁଇିଂ କାଉନସିଲ୍‌ ତାଲିକାରେ ଆଇନଜୀବୀ ପ୍ରଭାତୀ ନାୟକ ମିଶ୍ର, ନଭଞ୍ଜୟ ମହାପାତ୍ର ଓ ସୌମ୍ୟଜିତ ପାଣି ସ୍ଥାନ ପାଇଛନ୍ତି ।  ପୂର୍ବରୁ ପ୍ୟାନେଲଭୁକ୍ତ ଆଇନଜୀବୀଙ୍କୁ ଦାୟିତ୍ୱ ମୁକ୍ତ କରାଯାଇଛି ବୋଲି ରାଜ୍ୟ ଆଇନ ବିଭାଗ ଦ୍ୱାରା ଜାରି ବିଜ୍ଞପ୍ତିରେ ଦର୍ଶାଯାଇଛି ।

Share