ଘଟଣା ପରେ ଏନଆଇଏ ଏବଂ ଏନଏସଜି ତନାଘନା ଆରମ୍ଭ କରିଛନ୍ତି। ସିଆରପିଏଫ ଡିଆଇଜି କିଶୋର ପ୍ରସାଦ ଘଟରାସ୍ଥଳରେ ପହଞ୍ଚିଛନ୍ତି। ସେ କହିଛନ୍ତି, ବର୍ତ୍ତମାନ କିଛି କହି ହେବ ନାହିଁ। ସ୍ଥିତିର ନିରୀକ୍ଷଣ କରାଯିବା ପରେ କିଛି କୁହାଯାଇପାରିବ।
ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଷ୍ଟେସନରେ ଲାଗିଥିବା କାଚ ଭାଙ୍ଗିଯାଇଥିଲା। ଘଟଣା ପରେ ସମ୍ପୂର୍ଣ୍ଣ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।

