4a547e56 2a10 4c4a b674 0538e7b71046

କଟକ : ମହାନଗର  ସାମ୍ବାଦିକ ସଂଘ ପକ୍ଷରୁ ରବିବାର ଦିନ ପ୍ରେସ ଦିବସ ଉପଲକ୍ଷେ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଗଲା । ଏହି ଅବସରରେ ‘ସାମ୍ବାଦିକଙ୍କ ସୁରକ୍ଷା ଓ ସରକାରଙ୍କ କର୍ତ୍ତବ୍ୟ ’ ଶୀର୍ଷକରେ ବକ୍ତାମାନେ ନିଜର ଅଭିଭାଷଣ ରଖିଥିଲେ | କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଆୟକର ବିଭାଗର ଅବସରପ୍ରାପ୍ତ ମୁଖ୍ୟ ଆୟୁକ୍ତ ଶ୍ରୀଯୁକ୍ତ ଅଭୟ ଚରଣ ନାୟକ, ମୁଖ୍ୟବକ୍ତା ଭାବେ ସମ୍ବାଦର କଟକ ସଂସ୍କରଣ ମୁଖ୍ୟ ଶ୍ରୀଯୁକ୍ତ କୃଷ୍ଣପ୍ରସାଦ ଦାସ, ସମ୍ମାନିତ ଅତିଥି ଭାବରେ ବିଧାୟକ ସୌଭିକ ବିଶ୍ବାଳ, ବିଧାୟିକା ସୋଫିଆ ଫିର୍ଦ୍ଦୋଶ, ବରିଷ୍ଠ ବିଜେପି ନେତା ନୟନ ନିଶୋର ମହାନ୍ତି, ଜିଲ୍ଲା ବିଜେପି ସଭାପତି ସୁକାନ୍ତ ବିଶ୍ବାଳ, କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ, ସମାଜସେବୀ ହିମାଂଶୁ ମହାନ୍ତି, ସମାଜସେବୀ ମନୋଜ ନାୟକ ପ୍ରମୁଖ ଯୋଗ ଦେଇଥିଲେ |

0d33ef2d 5f17 4c6c b463 9a9047213f90

 

ଏହି ଅବସରରେ ସମାରୋହରେ ବିଶିଷ୍ଟ ସାମ୍ବାଦିକମାନଙ୍କୁ ସମ୍ମାନିତ କରାଯାଇଥିଲା। ସାମ୍ବାଦିକ ସଂଘର ସଭାପତି ପ୍ରଦୀପ କୁମାର କୁମାର ପତି ଅତିଥିମାନଙ୍କୁ ସ୍ବାଗତ କରିଥିବା ବେଳେ ସଂପାଦକ ବିଶ୍ୱଜିତ ଧଳ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ |

Share