Ap20048503825402 sixteen nine

ଇସଲାମାବାଦ: ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୭ଟି ସ୍ଥାନରେ ବିସ୍ଫୋରଣ ଘଟିଛି। କ୍ବେଟା ଓ ଦେରା ମୁରାଦ ଜାମାଲି ଭଳି ସ୍ଥାନକୁ ଟାର୍ଗେଟ କରି ବିଦ୍ରୋହୀ ସଂଗଠନ ପକ୍ଷରୁ ବିସ୍ଫୋରଣ ଘଟାଯାଇଛି। ତେବେ ଏଥିରେ କେହି ମୃତ କିମ୍ବା ଆହତ ହୋଇନାହାନ୍ତି। ମାତ୍ର ଏହି ବିସ୍ଫୋରଣକୁ ନେଇ ସ୍ଥାନୀୟ ଲୋକ ଓ ପ୍ରଶାସନ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି।

ଶନିବାର କେତେକ ବିଦ୍ରୋହୀ ଏକ ପୁଲିସ ଚେକ୍ ପୋଷ୍ଟ ଉପରକୁ ଗ୍ରେନେଡ ଫିଙ୍ଗିଥିଲେ। ଏହା ପରେ ଆତଙ୍କବାଦୀ ନିରୋଧୀ ଅଭିଯାନରେ ସାମିଲ ଏକ ଗାଡିକୁ ଆଇଇଡି ଦ୍ବାରା ବିସ୍ଫୋରଣ କରିଥିଲେ। ଶନିବାର ସନ୍ଧ୍ୟାରେ ଅନ୍ୟ ତିନିଟି ସ୍ଥାନରେ ବିସ୍ଫୋରଣ ଘଟିଥିଲା। ରବିବାର ସକାଳେ ମଧ୍ୟ ଦୁଇଟି ସ୍ଥାନରେ ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣ ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରି ନାହାନ୍ତି। ପାକିସ୍ତାନ ସରକାର ବେଲୁଚିସ୍ତାନରେ ବିଦ୍ରୋହର ସମ୍ମୁଖୀନ ହୋଇଆସୁଛନ୍ତି। ବେଲୁଚ ଲିବରେସନ ଆର୍ମି ପକ୍ଷରୁ ନିୟମିତ ଭାବେ ସରକାରଙ୍କ ଉପରେ ଆକ୍ରମଣ ଘଟାଯାଉଛି।

Share