ପାର୍ବଣ ଶୋଭାଯାତ୍ରାରେ ଅଘଟଣ, ଗଣେଶ ମୂର୍ତ୍ତି ଖସି ୨ ମୃତ ଓ ୫ ଆହତ

Ganesh

ନୂଆଦିଲ୍ଲୀ: ମୁମ୍ବାଇରେ ବଡ଼ ଅଘଟଣ । ବଡ଼ ଗଣେଶ ମୂର୍ତ୍ତି ପଡ଼ିଯିବା ଯୋଗୁଁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ପାଞ୍ଚ ଜଣ ଆହତ ହୋଇଛନ୍ତି। ରାତିରେ ଏଭଳି ଅଘଟଣା ହୋଇଛି । ପାର୍ବଣ ଶୋଭାଯାତ୍ରା ସମୟରେ ‘ଭୁଲେଶ୍ୱରଚା ରାଜା’ ନାମକ ଏକ ବିରାଟ ମୂର୍ତ୍ତି ତଳେ ପଡ଼ିଯାଇଥିଲା । ଭୁଲେଶ୍ୱର ଅଞ୍ଚଳର ଜୟ ଆମ୍ବେ ଚୌକ ନିକଟସ୍ଥ କବୁତରଖାନା ପାଖରେ ଏହି ଘଟଣା ଘଟିଛି। ସେଠାରେ ପୂଜା ପାଇଁ ଅନେକ ଭକ୍ତ ଏକାଠି ହୋଇଥିଲେ। ମୃତକ ହେଉଛନ୍ତି ସଙ୍କେତ ନେଭସେ, ବ୍ରିଜେଶ ହେମନ୍ତ ଜୋଶୀ। ଉଭୟଙ୍କ ବୟସ ୩୦ରୁ ୩୩ ବର୍ଷ ମଧ୍ୟରେ । ଡାକ୍ତରଖାନା ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିଲା । ଏମାନଙ୍କ ମଧ୍ୟରେ ୫ ଏବଂ ୭ ବର୍ଷର ଦୁଇଟି ଛୋଟ ଝିଅ ଅଛନ୍ତି । ସହରର ବିପର୍ଯ୍ୟୟ ପରିଚାଳନା ଦଳ, ପୋଲିସ, ଦମକଳ ବାହିନୀ ଏବଂ ଆମ୍ବୁଲାନ୍ସ ତୁରନ୍ତ ସାହାଯ୍ୟ ପାଇଁ ଘଟଣାସ୍ଥଳକୁ ଯାଇଥିଲେ । ଆହତମାନଙ୍କୁ ଚିକିତ୍ସା ପାଇଁ ଜି.ଟି. ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Share