ଗାଁରେ କୋକୁଆ ଭୟ ଖେଳି ଯାଇଛି | ତେବେ ଗାଁ ଭିତରେ ବାଣ ବେଆଇନ ବାଣ କାରଖାନା ଦୀର୍ଘ ଦିନ ହେବ ଚାଲୁଥିଲା | ଗତକାଲି ରାତିରେ ବିସ୍ଫୋରଣ ରେ ମାଇଲ ମାଇଲ ଦୂର ପର୍ଯ୍ୟନ୍ତ ଥରି ଥିଲା | ନିକଟରେ ଥିବା ଘର ଜଳି ପାଉଁଶ ହୋଇ ଯାଇଛି | ଘଟଣାସ୍ଥଳ ରେ ବହୁ ବାଣ ଭିଡା ସାମଗ୍ରୀ ଏବଂ ବ୍ୟବହୃତ ହାତ ହତିଆର ପଡିଛି | ପାଖରେ ଥିବା ଘର ଭାଙ୍ଗି ଯାଇଛି | ୨ ଗୁରୁତର, ଜଣେ କଟକ ଏବଂ ଭୁବନେଶ୍ୱର ହସ୍ପିଟାଲ ସ୍ଥାନାନ୍ତର ହୋଇଥିବା ଜଣାପଡିଛି |
ବାଲିପାଟଣା: ମଙ୍ଗଳବାର ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ନରିଶୋରେ ବେଆଇନ ଭାବେ ଚାଲିଥିବା ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନି ଜଣ ଗୁରୁତର ହୋଇଛନ୍ତି। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଘରଟି ସମ୍ପୂର୍ଣ୍ଣ ଧ୍ବଂସ ହୋଇଯାଇଛି। ମୃତକ ହେଲେ ଅଭିନା କାଣ୍ଡି। ସଙ୍କଟାପନ୍ନ ଅବସ୍ଥାରେ ମୁନା ଭୋଇ, ପ୍ରମୋଦ ସାହୁ ଓ ରମେଶ ତିଆଡ଼ିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଏହା ବାଣ ନୁହେଁ, ବୋମା ଭିଡ଼ିବାବେଳେ ବିସ୍ଫୋରଣ ହୋଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।

