Medical

ଯାଜପୁର ଟାଉନ : ପୋଖରୀରେ ବୁଡ଼ି ଭାଇ ଭଉଣୀ ମୃତ ।  ଯାଜପୁର ବ୍ଲକ୍ ଭୁବନେଶ୍ୱରପୁର ପଞ୍ଚାୟତ ସମସରପୁର ଗାଁର ଘଟଣା ।  ଖେଳିବାକୁ ଯାଇ ସାନଭାଇ ପୋଖରୀରେ ବୁଡିଯାଉଥିବା ଦେଖି ବଡ଼ ଭଉଣୀ ବଞ୍ଚେଇବାକୁ ଯାଇ ଉଭୟେ ଗାଁ ପୋଖରୀରେ ବୁଡ଼ି ପ୍ରାଣ ହରାଇଛନ୍ତି ।  ଯାଜପୁର ବ୍ଲକ୍ ଭୁବନେଶ୍ୱରପୁର ପଞ୍ଚାୟତ ,ସମସରପୁର ଗାଁର ଚନ୍ଦ୍ରଶେଖର ଗୁରୁଙ୍କର ପୁଅ ଶଙ୍କର ଗୁରୁ ଓ ଝିଅ ପାର୍ବତୀ ଗୁରୁଙ୍କର ମୃତ୍ୟୁ ହୋଇଛି ।  ପିଲା ଦୁଇଜଣ ହଜିଯାଇଥିବା ସନ୍ଦେହରେ ଗ୍ରାମବାସୀ ଖୋଜାଖୋଜି କରିବା ପରେ ପୋଖରୀରେ ଚପଲ ଭାସୁଥିବା ଦେଖିଥିଲେ ।  ଦୁଇ ଘଣ୍ଟା ପରେ ପୋଖରୀରେ ଖୋଜିବାରୁ ଉଭୟଙ୍କୁ ଉଦ୍ଧାର କରିଥିଲେ ।  ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

Share