Bikram corrider

ବ୍ରହ୍ମପୁର :  ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣା ମାମଲାର ହୋଇ ପାରିଲାନି ଚାର୍ଜ ଫ୍ରେମ୍ । ୧୫ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ବିକ୍ରମ ସ୍ବାସ୍ଥ୍ୟଗତ କାରଣ ଯୋଗୁଁ ଭିସିରେ ଅନୁପସ୍ଥିତ ଥିବା ଯୋଗୁଁ ମଙ୍ଗଳବାର ହୋଇପାରିଲାନି ଚାର୍ଜ ଫ୍ରେମ୍ । ବିକ୍ରମ ଜେଲର ମେଡିକାଲରେ ଚିକିତ୍ସିତ ହେଉଥିବା ଯୋଗୁଁ ଭିସିରେ ଅନୁପସ୍ଥିତ ଥିଲେ ।

ଏମକେସିଜି ମେଡିକାଲରୁ ବିକ୍ରମଙ୍କୁ ବ୍ରହ୍ମପୁର ଜେଲକୁ ତରବରିଆ ଭାବେ ଡିସଚାର୍ଜ କରିବା ନେଇ ବିକ୍ରମଙ୍କ ଓକିଲ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ବିକ୍ରମଙ୍କ ପକ୍ଷରୁ କୋର୍ଟରେ ଦୁଇଟି ପିଟିସନ ଦାଖଲ କରାଯାଇଛି । ହତ୍ୟା ମାମଲାରେ ଜବତ ହୋଇଥିବା ବିଭିନ୍ନ ତଥ୍ୟ ପ୍ରମାଣର କପି ପ୍ରଦାନ କରିବା ନେଇ ଗୋଟିଏ ପିଟିସନ ରହିଥିଲା । ବିକ୍ରମ ପଣ୍ଡାଙ୍କୁ ଭୁବନେଶ୍ୱରର ଏକ ଘରୋଇ ଓ ଉତ୍ତମ ହସ୍ପିଟାଲରେ ଚିକିତ୍ସା କରିବା ପାଇଁ ଅନ୍ୟ ଏକ ପିଟିସନ ଦାଖଲ କରିଛନ୍ତି ବିକ୍ରମଙ୍କ ଓକିଲ । ମାମଲାର ସମସ୍ତ ତଥ୍ୟ ପ୍ରମାଣ ଆସନ୍ତା ୨୪ ତାରିଖ ସୁଦ୍ଧା ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ବୁଧବାର ବିକ୍ରମଙ୍କ ଓକିଲ ଦୀପକ ପଟ୍ଟନାୟକ ବ୍ରହ୍ମପୁର ଜେଲ ଯିବେ । ଜେଲରୁ ବିକ୍ରମଙ୍କ ଠାରୁ ତାଙ୍କ ଅପରେସନ ପାଇଁ ସହମତି ପତ୍ର ଆଣି କୋର୍ଟରେ ଦାଖଲ କରିବେ ବୋଲି ବିକ୍ରମଙ୍କ ଓକିଲ ଦୀପକ ପଟ୍ଟନାୟକ କହିଛନ୍ତି। କୁନ୍ଦନ କୁମାର, ଶିଶୁପାଲ ପାଶୱାନ, ବିପିନ୍ ସ୍ୱାଇଁ, ସିମାଞ୍ଚାଲ ନାୟକ ଓ ସୁନିଲ୍ ହୋତାଙ୍କ ଜାମିନ ଆବେଦନର ପରବର୍ତ୍ତୀ ଶୁଣାଣୀ ଆସନ୍ତା ୨୪ ତାରିଖରେ ହେବ ବୋଲି କହିଛନ୍ତି ସରକାରୀ ଓକିଲ କାଳୀ ଚରଣ ମିଶ୍ର। ସେପଟେ ସ୍ୱତନ୍ତ୍ର ଡାକ୍ତରୀ ଟିମଙ୍କ ରିପୋର୍ଟ ଅନୁଯାୟୀ ବିକ୍ରମଙ୍କ ଅସ୍ତ୍ରୋପଚାର ଆବଶ୍ୟକ ଥିଲା. ହେଲେ ବିକ୍ରମ ଅସ୍ତ୍ରୋପଚାର ପାଇଁ ଅରାଜି ହେବାରୁ ଡ଼ିସଚାର୍ଜ କରାଗଲା ବୋଲି କହିଛନ୍ତି ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ।

Share