Sana

ଭୁବନେଶ୍ବର : ବିଜେଡିରୁ ନିଲମ୍ବନ ପ୍ରସଙ୍ଗରେ ମୁହଁ ଖୋଲିଲେ ସନାତନ ମହାକୁଡ। ମୁଁ ନବୀନ କି ପାଣ୍ତିଆନ ବିରୋଧରେ କିଛି କହିନାହିଁ। କାହିଁକି ସେମାନଙ୍କର ରାଗ ମୋ ପ୍ରତି  ତାହା ମୁଁ ଜାଣିନାହିଁ। ଜିଲାର ବିକାଶ କଥା କହିଥିବାରୁ ମୋତେ  ନିଲମ୍ବନ  କରିଛନ୍ତି।ବିଜେଡିରୁ ବାହାରି ମୁଁ ଦୁଃଖୀ ନାହିଁ କି ସୁଖୀ ନାହିଁ । ନିଲମ୍ବନ ନ୍ୟାୟ କି ଅନ୍ୟାୟ ମୁଁ ଜାଣିନି। ଲୋକଙ୍କ ପାଇଁ କାମ କରିବି। ମୁଖ୍ୟମନ୍ତ୍ରୀ ହେଲେ ମୋ ସାନ ଭାଇ ବୋଲି ସନାତନ ମହାକୁଡ କହିଛନ୍ତି।ଜିଲାର ବିକାଶ ପାଇଁ ମୁଁ ତାଙ୍କ ସହିତ କଥା ହେବିନି କି ପଚାରିଲେ। ମୁଁ ବିଜେଡିରୁ ଫେରିବା ଆଶା ନାହିଁ ବୋଲି ସନାତନ କହିଛନ୍ତି।

ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ବିଦା ହୋଇଥଲେ ସନାତନ ମହାକୁଡ। ଏହି ନିଲମ୍ବନ ବିଜୁ ଜନତା ଦଳ ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । କିଛିଦିିନ ପୂର୍ବେ  ସନାତନ କେନ୍ଦୁଝରର ଏକ ସଭାରେ କହିଥିଲେ ଯେ, ନବୀନ କେନ୍ଦୁଝର ପାଇଁ କିଛି କରି ନାହାନ୍ତି । କେନ୍ଦୁଝରର ନେତା ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ପାଇଁ ବିକାଶ କରିବେ । ଯାହାକୁ ନେଇ ସନାଙ୍କୁ ଦଳରୁ ନିଲମ୍ବନ କରିଥିଲେ  ନବୀନ ।

Share