Screenshot 2026 02 20 131035

ଭୁବନେଶ୍ୱର: ଭୁବନେଶ୍ବର ଏୟାରଫିଲ୍ଡ ଥାନା ଅଞ୍ଚଳରେ ଅଭାବନୀୟ ଘଟଣା। ପ୍ରେମିକା ଆଗରେ ଗଲା ପ୍ରେମିକ ଜୀବନ। ଓୟୋରୁ ମିଳିଲା ସନ୍ଦେହଜନକ ମୃତଦେହ। ହୋଟେଲ୍‌ ରୁମ୍‌ରେ ଝୁଲୁଥିଲା ଇଂଜିନିୟରିଂ ଛାତ୍ରଙ୍କ ମୃତଦେହ। ମୃତ ଇଂଜିନିୟରିଂ ଛାତ୍ର ହେଲେ ବିବୁନା ପ୍ରଧାନ।

ସଫ୍ଟୱେର ଇଞ୍ଜିନିୟର ବୁବୁନା ପ୍ରଧାନ ମୃତ୍ୟୁ ନେଇ ପୋଲିସର ତନାଘନା ଆରମ୍ଭ। ଏୟାରପୋର୍ଟ ଥାନା ଅଞ୍ଚଳର ପୋଖରୀପୁଟ ନିକଟ ଏକ ହୋଟେଲରୁ ମିଳିଛି ମୃତଦେ଼ହ। ବାନ୍ଧବୀଙ୍କ ସହ ହୋଟେଲରେ ଥିଲେ ବିବୁନା। ବିବୁନାଙ୍କୁ ହତ୍ୟା କରାଯାଇଥିବା ପରିବାରର ଅଭିଯୋଗ କରିଛନ୍ତି।

ପରିବାର ଲୋକଙ୍କ ଅଭିଯୋଗ ସଫ୍ଟୱେର ଇଞ୍ଜିନିୟର ବାଙ୍ଗାଲୁରୁରେ ରହୁଥିଲେ। ଜଣେ ଯୁବତୀ ତାଙ୍କୁ ଭୁବନେଶ୍ୱର ଡକାଇଥିଲେ। ତାଙ୍କୁ ହତ୍ୟା କରାଯାଇଛି ନଚେତ ମୃତ୍ୟୁ ପାଇଁ ବାଧ୍ୟ କରାଯାଇଥାଇ ପାରେ ବୋଲି କହିଛନ୍ତି ପରିବାର ଲୋକ। ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଥିଲା। ଏୟାରଫିଲ୍ଡ ଥାନା ପୋଲିସ ତଦନ୍ତ ଜାରି ରଖିଛି।

Share