Image 1627234212

କଟକ : ତେଜିଲା ଓଡିଶା କ୍ରିକେଟ ଆସୋସିଏସନ ନିର୍ବାଚନ କଳି। ଜେନେରାଲ ବଡି ବୈଠକକୁ ବୟକଟ କରିଛନ୍ତି ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର। ବୈଠକକୁ ବୟକଟ କରି ଗଣମାଧ୍ୟମ ଆଗରେ ବର୍ଷିଲେ ଲଳିତେନ୍ଦୁ । ନିୟମକୁ ଉଲଘଂନ କରି ନିର୍ବାଚନ ଘୁଞ୍ଚାଇବାକୁ ଚେଷ୍ଟା କରାଯାଉଛି।ଲୋଧା କମିଟି ରିପୋର୍ଟ ଅନୁସାରେ ୧୬ଟି ସଂଘର ନିର୍ବାଚନ କରିସାରିଲେଣି। ଓସିଏ ନିର୍ବାଚନ ନ କରି ଘୁଞ୍ଚାଉଥିବା ନେଇ ଅଭିଯୋଗ କରିଛନ୍ତି ଲଳିତେନ୍ଦୁ । ମୁଁ ଏହାକୁ ବିରୋଧ କରି ବୟକଟ କରୁଛି। ବିସିସିଆଇ କୁ ମଧ୍ୟ ଏ ପ୍ରସଙ୍ଗରେ ଅବଗତ କରାଇବି। ଦରକାର ପଡି​‌ଲେ ଆଇନର ଆଶ୍ରୟ ନେବି ।କିଛି ଲୋକ ଦୀର୍ଘ ବର୍ଷ ହେଲା ଓସିଏକୁ କବଜା କରି ରଖିଛନ୍ତି। ଓସିଏରେ ଅନେକ ଆର୍ଥିକ ଅନିୟମିୟତା ହୋଇଛି। ସ୍ପେଶାଲ ଅଡିଟ ହେଉ। ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ତଦନ୍ତ ପାଇଁ ଦାବି କରିବି।
ଅନ୍ୟପକ୍ଷରେ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଅଭିଯୋଗ ଖଣ୍ତନ କଲେ ଓସିଏର ସମ୍ପାଦକ ସଞ୍ଜୟ ବେହେରା। ସେ କହିଛନ୍ତି, ଓସିଏର କୌଣସି ଦୁର୍ନୀତି ହୋଇନି। ଏହି ଅଭିଯୋଗ ଭିତ୍ତିହୀନ। ସେ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟିବେ ବୋଲି କହୁଛନ୍ତି। ମୁଁ ବି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଫେରାଦ ହେବି ବୋଲି ସଞ୍ଜୟ କହିଛନ୍ତି। ଆଜି ସ୍ପେଶାଲ ଜିବିରେ ଓସିଏରେ ନିର୍ବାଚନ ପ୍ରସଙ୍ଗରେ ଆଲୋଚନା ହେଲା। ଏବେ ନିର୍ବାଚନ ନକରିବାକୁ ସବୁ ସଦସ୍ୟ ସହମତ ହୋଇଛନ୍ତି। ନୂଆ ସ୍ପୋର୍ଟ୍ସ ବିଲ ଆଣିବା ପରେ ଓ ବିସିସିଆଇ ନିର୍ଦେଶରେ ନିର୍ବଚେନ କରାଯିବା ନେଇ ସହମତି ପ୍ରକାଶ ପାଇଛି ବୋଲି ସଞ୍ଜୟ କହିଛନ୍ତି।

Share