ଭୁବନେଶ୍ୱର : ଟ୍ବିନ୍ ସିଟିରେ ଘଡ଼ଘଡ଼ି ସହ ବର୍ଷା ନେଇ ସୂଚନା ଜାରି କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପୁରୀ, ମୟୂରଭଞ୍ଜ, କେନ୍ଦୁଝର, ଗଞ୍ଜାମ ଜିଲ୍ଲାକୁ ମଧ୍ୟ ୱାର୍ଣ୍ଣିଂ ଦିଆଯାଇଛି । ଗଜପତି, ରାୟଗଡ଼ା, କେନ୍ଦ୍ରାପଡ଼ା, ଜଗତସିଂହପୁର ପାଇଁ ମଧ୍ୟ ସତର୍କତା ଜାରି କରାଯାଇଛି ।
ସେପଟେ ଗତକାଲି ସନ୍ଧ୍ୟାରୁ ଘଡ଼ଘଡ଼ି ସହ ଝିପିଝିପି ବର୍ଷାରେ ଭିଜୁଛି କୋରାପୁଟ ସହର । ଜିଲ୍ଲାର ଜୟପୁର, ପଟାଙ୍ଗି, ସିମିଳିଗୁଡା, ନନ୍ଦପୁରଆଦି ଅଞ୍ଚଳରେ ବର୍ଷା ହେଉଛି। ସୁବର୍ଣ୍ଣପୁର ବିନିକାରେ କାଳବୈଶାଖୀର ତାଣ୍ଡବ । ବିଭିନ୍ନ ସ୍ଥାନରେ ଭାଙ୍ଗିଲା ଗଛ, ଉଡ଼ିଲା ଘରର ଆଜବେଷ୍ଟସ । ବରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ହଠାତ୍ ପ୍ରବଳ ବର୍ଷା ସହିତ କୁଆପଥର ମାଡ଼ ହୋଇଛି । ଏଥିରେ ବ୍ୟାପକ ଧାନ, ପନିପରିବା ଓ ରବି ଫସଲ କ୍ଷତିଗ୍ରସ୍ତ ହୋଇଛି । ଅଦିନିଆ ବର୍ଷା ଯୋଗୁଁ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

