Screenshot 2026 02 25 035414

କଟକ: କଟକ ସର୍କଲ ଖଣି ଉପ ନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କ ଫ୍ଲାଟରୁ ୪ କୋଟିରୁ ଅଧିକ ନଗଦ ଟଙ୍କା ଜବତ କଲା ଭିଜିଲାନ୍ସ। ଭିଜିଲାନ୍ସ ଉକ୍ତ ଟଙ୍କା ଜବତ କରିବା ସହ ତାଙ୍କ କଟକ କାର୍ଯ୍ୟାଳୟ ଓ ଭଦ୍ରକରେ ଥିବା ପୈତୃକ ଘରେ ବି ଚଢ଼ଉ ଜାରି ରଖିଛି। ଗତକାଲି ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ କଟକ ସର୍କଲ ଖଣି ଉପ ନିର୍ଦ୍ଦେଶକ ଦେବବ୍ରତ ମହାନ୍ତି। ଭୁବନେଶ୍ବରର ଶ୍ରୀବିହାର ଫ୍ଲାଟ୍‌ରୁ ମିଳିଲା ୪ କୋଟିରୁ ଅଧିକ ନଗଦ ଟଙ୍କା।

ଗତକାଲି ସର୍କଲ ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କୁ ଗିରଫ କରିଛି ଭିଜିଲାନ୍ସ । ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ। କଟକ ଅଫିସ୍, ଭୁବନେଶ୍ୱର ଶ୍ରୀବିହାର ଘର ସମେତ ଏକାଧିକ ସ୍ଥାନରେ ରେଡ୍ କରାଯାଇଛି । ବେଆଇନ ସଂପତ୍ତି ଠୁଳ ଅଭିଯୋଗରେ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି।

ସୂଚନାଥାଉକି, ସେ ଜନୈକ ବ୍ୟବସାୟୀଙ୍କଠାରୁ ପୁରୀର ଗୋପରେ ତାଙ୍କର କୋଇଲା ଡିପୋକୁ ସୁଗମ ଭାବରେ ପରିଚାଳନା କରିବା ଏବଂ ପଶ୍ଚିମବଙ୍ଗକୁ କୋଇଲା ପରିବହନ ପାଇଁ ଅନୁମତି ଦେବାକୁ ୩୦ହଜାର ଟଙ୍କା ଦାବି କରୁଥିଲେ । ଏହି ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ବନ୍ଧା ହେଲେ ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତି ।

 

Share