ନୂଆଦିଲ୍ଲୀ : ଇଟାଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ୟୁଏଇ, ନେଦରଲ୍ୟାଣ୍ଡ, ସ୍ୱିଡେନ ଏବଂ ନରୱେ ଗସ୍ତ କରିବା ପରେ ଇଟାଲୀରେ ପହଞ୍ଚିନ୍ତି । ରୋମରେ ପହଞ୍ଚିବା ମାତ୍ରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସେଠାରେ ଭବ୍ୟ ସ୍ୱାଗତ କରାଯାଇଛି । ରୋମରେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କୁ ଭେଟିଥିଲେ । ଦୁହେଁ ଡିନର କରିବା ପରେ କାରରେ ବସି ଏକାଠି ବୁଲିଥିଲେ । ଉଭୟଙ୍କ ଏକ ସେଲ୍ଫି ସୋସିଆଲ ମିଡିଆରେ ଭାଇରଲ ହେଉଛି ।
ଇଟାଲୀର ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନି ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ସହିତ ଏକ ସେଲଫି ଉଠାଇଥିଲେ । ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସେଲଫି ଅପଲୋଡ କରିଥିଲେ । ସେ ଏହାର କ୍ୟାପସନ ମଧ୍ୟ ଦେଇଥିଲେ, “ମୋ ବନ୍ଧୁ ରୋମକୁ ସ୍ୱାଗତ !” ଏହି ଫଟୋ ଏବେ ଭାଇରଲ ହେଉଛି ।
ସୂଚନାଯୋଗ୍ୟ, ୨୦୨୩ ମସିହାରେ ଦୁବାଇରେ ଅନୁଷ୍ଠିତ COP28 ଶିଖର ସମ୍ମିଳନୀ ସମୟରେ ମୋଦି ଏବଂ ମେଲୋନିଙ୍କ ଏକ ସେଲ୍ଫି ଭାଇର ଲ ହୋଇଥିଲା । ୨୦୨୪ ମସିହାରେ ଇଟାଲୀର ଆପୁଲିଆରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀ ସମୟରେ ନମସ୍କାର ଟିମ୍ ମେଲୋନି ଭିଡିଓ ବେଶ୍ ଚର୍ଚ୍ଚାରେ ରହିଥିଲା । ଏବେ ଇଟାଲୀରେ ପହଞ୍ଚିବା ପରେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଭବ୍ୟ ସ୍ୱାଗତ ସମୟରେ ନିଆଯାଇଥିବା ମୋଦି ଏବଂ ମେଲୋନିଙ୍କ ଆଉ ଏକ ସେଲ୍ଫି ସାମ୍ନାକୁ ଆସିଛି ।

