Jaypur c

ଜୟପୁର: ଆଜି ଜୟପୁର ବନ୍ଦ। ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ମିଳିତ କ୍ରିୟାନୁଷ୍ଠାନ କମିଟି। ଜୟପୁର କାଗଜକଳ ପୁନରୁଦ୍ଧାର ପାଇଁ ବନ୍ଦ ଡାକରା ଦିଆଯାଇଛି। ବନ୍ଦକୁ ସମର୍ଥନ କରିଛି ବିଭିନ୍ନ ସଙ୍ଗଠନ। ଦୀର୍ଘଦିନ ହେଲା ପେପର ମିଲ୍ ବନ୍ଦ ରହିଥିବା ବେଳେ ଏଥିରେ ପ୍ରାୟ ୧୦ ହଜାର ପରିବାର ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ନିର୍ଭରଶୀଳ । ସେଥିପାଇଁ ବାରମ୍ବାର ଦାବି କରାଯ଼ାଇଛି । କିନ୍ତୁ ସରକାର ପେପର ମିଲ୍ ଚଲେଇବାରେ କୌଣସି ଆଗ୍ରହ ଦେଖାଉ ନଥିବା ଅଭିଯୋଗ ହୋଇଛି ।

ତୁରନ୍ତ ପେପର ମିଲ୍ ଚଲାଇବାକୁ ଦାବିକରି ୧୨ ଘଣ୍ଟିଆ ବନ୍ଦ ପାଳନ କରୁଛି ମିଳିତ କ୍ରିୟାନୁଷ୍ଠାନ କମିଟି। ଫଳରେ ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ସମସ୍ତ ଜରୁରୀକାଳୀନ ସେବା ଜାରି ରହିଛି। ବିଭିନ୍ନ ଛକରେ ପିକେଟିଂ କରୁଛନ୍ତି କର୍ମୀ। କାଗଜକଳ ସହରର ମେରୁଦଣ୍ଡ ହୋଇଥିବା ବେଳେ ଏହାକୁ ତୁରନ୍ତ ଚାଲୁ କରିବାକୁ ଦାବି ହୋଇଛି।

Share