ଗାଁର ଜୁବେଷ୍ଟ ଭୂୟାଁ, ଅଖବ ମଣ୍ଡଳ, ଅଭୟ ଭୂୟାଁ, ନିରୟ ଲୁଆରା, ଅଗଷ୍ଟ ଗମାଙ୍ଗ ଓ ମାନତ ଶବର ପ୍ରମୁଖ ଜିଲ୍ଲା ପ୍ରଶାସନ, ସ୍ଥାନୀୟ ବିଧାୟକ ଏବଂ ଜିଲ୍ଲା ଶ୍ରମ ବିଭାଗଙ୍କୁ ଲିଖିତ ଭାବେ ଅବଗତ କରାଇଛନ୍ତି। ମୃତଦେହକୁ ଶୀଘ୍ର ଗାଁକୁ ଆଣିବା ପାଇଁ ସମସ୍ତ ପ୍ରକାର ସହଯୋଗ କରିବା ସହ ମୃତକଙ୍କ ପରିବାରକୁ ସରକାରୀ ଆର୍ଥିକ ସହାୟତା ଓ ଅନ୍ୟାନ୍ୟ ପୁନର୍ବାସ ସୁବିଧା ଯୋଗାଇଦେବାକୁ ସେମାନେ ଦାବି କରିଛନ୍ତି।
ପାରଳାଖେମୁଣ୍ଡି : ଚେନ୍ନାଇରେ କାମ କରୁଥିବା ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ବଡ଼ କଳାକଟ ପଞ୍ଚାୟତର ଜାଙ୍ଗରୀତୁନ ଗ୍ରାମର ଅକ୍ଷୟ ଭୂୟାଁ (୨୨)ଙ୍କ ମୃତ୍ୟୁ ଘଟିଛି।

