ପ୍ରଧାନମନ୍ତ୍ରୀଙ୍କ ନିଶା ମୁକ୍ତଯୁବ ଅଭିଯାନ ଆରମ୍ଭ, ସାମିଲ ହେବେ ୧ କୋଟିରୁ ଅଧିକ ଯୁବକ

Pm modi

ନୂଆଦିଲ୍ଲୀ: ଭାରତର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଆଜି ନିଶାମୁକ୍ତ ଯୁବ ଅଭିଯାନ ଆରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଶ୍ବର ୨୮ ହଜାରରୁ ଅଧିକ ସ୍ଥାନରୁ ୧କୋଟିରୁ ଅଧିକ ଯୁବକ ସାମିଲ ରହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ପୂର୍ବରୁ ସାରା ଦେଶରେ ଯୁବପିଢିମାନେ ଏକ ନିଶାମୁକ୍ତ ଭାରତ ଗଠନ କରିବାକୁ ଏକ ପ୍ରତିଜ୍ଞା ନେବେ ।

ଏହି ଅଭିଯାନ କାର୍ଯ୍ୟକ୍ରମରେ ପୂଜ୍ୟ ଆମ୍ମା, ଗୁରୁଦେବ ଶ୍ରୀ ଶ୍ରୀ ରବି ଶଙ୍କର, ପୂଜ୍ୟ ଦାଜୀ, ଡକ୍ଟର ଚିନ୍ମୟ ପାଣ୍ଡ୍ୟା ଏବଂ ସ୍ୱାମୀ ବ୍ରହ୍ମବିହାରୀଜୀଙ୍କ ସମେତ ପାଞ୍ଚ ଜଣ ପ୍ରମୁଖ ଆଧ୍ୟାତ୍ମିକ ଗୁରୁ ସାମିଲ ହୋଇଛନ୍ତି । ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳ ମଧ୍ୟ ଉପସ୍ଥିତ ରହିଛନ୍ତି । ଏହି ଅଭିଯାନ ୧୨୫ରୁ ଅଧିକ ଆଧ୍ୟାତ୍ମିକ ସଂଗଠନ, ସ୍କୁଲ ଏବଂ କଲେଜ, ପ୍ରତିଷ୍ଠାନ, ସାର୍ବଜନୀନ ସଂଗଠନ ଏବଂ ଶିଳ୍ପ ସଂଘ ସହିତ ମିଳିତ ଭାବରେ ଆୟୋଜିତ ହେଉଛି । ବ୍ରହ୍ମାକୁମାରୀ, ଇସ୍କନ, ଚିନ୍ମୟ ମିଶନ ଏବଂ ଅରୋଭିଲର ବରିଷ୍ଠ ପ୍ରତିନିଧିମାନେ ମଧ୍ୟ ଏଥିରେ ଅଂଶଗ୍ରହଣ କରୁଛନ୍ତି ।

ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ଏହି ବିଷୟରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ଲେଖିଛନ୍ତି ଯେ,ନିଶାମୁକ୍ତ ଯୁବପିଢିଙ୍କ ପାଇଁ ବିକଶିତ ଭାରତ ସଂକଳ୍ପ ଅଭିଯାନର ଲକ୍ଷ୍ୟ ହେଉଛି ଯୁବପିଢ଼ିଙ୍କୁ ଡ୍ରଗ୍ସ ନିଶାରୁ ଦୂରେଇ ରଖିବା ଏବଂ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ପ୍ରେରଣା ଦେବା । ଏହା ୧୦୦ ସପ୍ତାହ ଧରି ଚାଲିଥିବା ଦେଶବ୍ୟାପୀ ଜନଭାଗୀଦାରୀ ଅଭିଯାନର ଆରମ୍ଭ ହେବ । ଯେଉଁଥିରେ ପ୍ରତି ରବିବାର ସଚେତନତା ପ୍ରସାର କରିବା ଏବଂ ଏହି ଉଦ୍ଦେଶ୍ୟ ପାଇଁ ସମାଜକୁ ଏକାଠି କରିବା ପାଇଁ ଏହି କାର୍ଯ୍ୟ କରାଯିବ । ଏଥିରେ ୧୦,୦୦୦ରୁ ଅଧିକ ସ୍ଥାନର ଯୁବକ ସାମିଲ ହେବା ସହ MYBharat ଏବଂ NSS ସ୍ୱେଚ୍ଛାସେବକ, ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ, ଯୁବ କ୍ଲବ୍, NGO ଏବଂ ଆଧ୍ୟାତ୍ମିକ ସଂଗଠନ ମଧ୍ୟ ଏଥିରେ ଅଂଶଗ୍ରହଣ କରିବେ ।

Share