ନୂଆଦିଲ୍ଲୀ: ଭାରତୀୟ ଶିକ୍ଷା କ୍ଷେତ୍ରରେ ଏକ ଐତିହାସିକ ଯୁଗର ଆରମ୍ଭ ! ଏବେ ଦେଶ ଛାଡ଼ି ବିଦେଶ ଯିବାର ଆବଶ୍ୟକତା ନାହିଁ। ଭାରତରେ ହିଁ ମିଳିବ ବିଶ୍ୱସ୍ତରୀୟ ଶିକ୍ଷା। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ, UGC ଏକ ବଡ଼ ନିଷ୍ପତ୍ତି ନେଇ ୧୫ଟି ପ୍ରସିଦ୍ଧ ବିଦେଶୀ ବିଶ୍ୱବିଦ୍ୟାଳୟକୁ ଭାରତରେ ସେମାନଙ୍କ କ୍ୟାମ୍ପସ ଖୋଲିବାକୁ ଅନୁମତି ଦେଇଛି।
ଭାରତକୁ ଏକ ‘ଗ୍ଲୋବାଲ ଏଜୁକେସନ୍ ହବ୍’ ବନାଇବା ଦିଗରେ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କୁହାଯାଉଛି। ଜାତୀୟ ଶିକ୍ଷା ନୀତି, NEP ଅଧୀନରେ ୟୁଜିସି ଦେଶରେ ୧୫ଟି ଆନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟକୁ ସେମାନଙ୍କର ଶାଖା କ୍ୟାମ୍ପସ ଖୋଲିବା ପାଇଁ ସବୁଜ ସଙ୍କେତ ଦେଇଛି।
