ଲୋକସଭାରେ ବ୍ୟାଙ୍କର୍ସ ବୁକ୍ସ ବିଲ୍‌ ପାରିତ

Parliament 2026 08 05 20 02

ନୂଆଦିଲ୍ଲୀ: ବିରୋଧୀ ଦଳର ହଟ୍ଟଗୋଳ ମଧ୍ୟରେ ବୁଧବାର ଲୋକସଭାରେ କୌଣସି ଆଲୋଚନା ବିନା ବ୍ୟାଙ୍କର୍ସ ବୁକ୍ସ ଏଭିଡେନ୍ସ (ସଂଶୋଧନ) ବିଲ୍‌ ପାରିତ ହୋଇଛି। ଗୃହରେ ବିରୋଧୀ ସଦସ୍ୟମାନେ ବିଭିନ୍ନ ପ୍ରସଙ୍ଗକୁ ନେଇ ନାରାବାଜି କରୁଥିବା ବେଳେ ସରକାର ବିଲ୍‌ଟିକୁ ଧ୍ବନିମତରେ ପାରିତ କରିଥିଲେ।

ବ୍ୟାଙ୍କଗୁଡ଼ିକରେ ଇଲେକ୍ଟ୍ରୋନିକ୍‌ ରେକର୍ଡ ଓ ଡିଜିଟାଲ୍‌ ଡକ୍ୟୁମେଣ୍ଟର ବ୍ୟବହାର ବଢ଼ିଥିବାରୁ ସେଗୁଡ଼ିକୁ ଆଇନଗତ ସାକ୍ଷ୍ୟ ଭାବେ ଅଧିକ ସ୍ପଷ୍ଟ ଭାବେ ସ୍ୱୀକୃତି ଦେବା ପାଇଁ ଏହି ସଂଶୋଧନ ଅଣାଯାଇଛି। ଏହା ଫଳରେ ଅଦାଲତରେ ବ୍ୟାଙ୍କର ଇଲେକ୍ଟ୍ରୋନିକ୍‌ ରେକର୍ଡକୁ ସାକ୍ଷ୍ୟ ଭାବେ ଉପସ୍ଥାପନ କରିବା ପ୍ରକ୍ରିୟା ଅଧିକ ସହଜ ହେବ ବୋଲି ସରକାର କହିଛନ୍ତି।

Share