ଲଗାଣ ବର୍ଷା କାରଣରୁ ପାହାଡ଼ରୁ ମାଟି ଓ କାଦୁଅ ଖସି ପଡ଼ୁଥିବାରୁ, କୌଣସି ଅଘଟଣକୁ ଏଡ଼ାଇବା ପାଇଁ ଏକ ସତର୍କତାମୂଳକ ପଦକ୍ଷେପ ଭାବେ ଏହି ନିଷ୍ପତ୍ତି ନିଆଯାଇଛି। ଗତ ମାସରେ ମଧ୍ୟ ପ୍ରବଳ ବର୍ଷା ପରେ ଏହି ଅଞ୍ଚଳରେ ଭୂସ୍ଖଳନ ଘଟିଥିଲା। ପ୍ରଶାସନ ପକ୍ଷରୁ ଯାତ୍ରୀମାନଙ୍କୁ ପରାମର୍ଶ ଦିଆଯାଇଛି ଯେ, ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ସେମାନେ ଯେପରି ଏହି ରାସ୍ତା ବ୍ୟବହାର ନ କରନ୍ତି ଏବଂ ବିକଳ୍ପ ମାର୍ଗ ଭାବେ ଜାତୀୟ ରାଜପଥ-୩୨୬ର ବ୍ୟବହାର କରିବେ।
ଉଲ୍ଲେଖଯୋଗ୍ୟ ଯେ, ‘ମୁରାସୁ’ ବାତ୍ୟାକୁ ଦୃଷ୍ଟିରେ ରଖି ଭାରତୀୟ ପାଣିପାଗ ବିଭାଗ (IMD) କୋରାପୁଟ ଜିଲ୍ଲା ପାଇଁ ଏକ ପାଣିପାଗ ସତର୍କତା ଜାରି କରିଛି। ସୋମବାର ଦିନ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ସହିତ ବଜ୍ରପାତ ଏବଂ ଜୋରଦାର ପବନ ବହିବାର ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୪୦-୫୦ କିଲୋମିଟର ରହିପାରେ ଏବଂ କିଛି ସ୍ଥାନରେ ଏହା ଘଣ୍ଟା ପ୍ରତି ୬୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ।
