ଭୁବନେଶ୍ୱର : ଶିଳ୍ପପତି ପରିଚୟ ଦେଇ ଦେଢ କୋଟି ଲୁଟ୍ । ଠକ ଦମ୍ପତିଙ୍କୁ ବାନ୍ଧିଲା କମିଶନରେଟ ପୋଲିସ । ଭୁବନେଶ୍ୱର ଟଙ୍କପାଣି ରୋଡରେ ଘର ଓ ଜାଗା ଦେବାକୁ କହି ଟଙ୍କା ଲୁଟିଥିଲେ । ଗିରଫ ଅଭିଯୁକ୍ତ ହେଲେ ଶ୍ରୀମନ୍ତ କଳସ ଓ ସୌମ୍ୟା ଶୁଭଦର୍ଶିନୀ କଳସ । ଉଭୟଙ୍କ ଘର ଟଙ୍କପାଣି ରୋଡରେ । ନିଜକୁ ସୌମ୍ୟାଶ୍ରୀ ମେଟାଲ୍ସ ମେସିନାରୀର ମାଲିକ ବୋଲି ପରିଚୟ ଦେଇଥିଲେ ।
ଏପରିକି କଟକ ଚୌଦ୍ୱାରର ଇଣ୍ଡଷ୍ଟ୍ରିଆଲରେ କମ୍ପାନୀ ଥିବା ମଧ୍ୟ କହିଥିଲେ । ଏହାସହ ଖୋର୍ଦ୍ଧାରେ ମଧ୍ୟ ଏମଏସ ଷ୍ଟ୍ରିକ ଇଣ୍ଡଷ୍ଟ୍ରିଜର ମାଲିକ କହିଥିଲେ ଠକ ଦମ୍ପତି । ସୁଧୀର ପାଣିଗ୍ରାହୀ ନାମକ ଜଣେ ବ୍ୟକ୍ତିଙ୍କୁ ପ୍ଲଟ ଦେବାକୁ କହି ମୋଟ ୧ କୋଟି ୪୭ଲକ୍ଷ ୬୦ ହଜାର ଟଙ୍କା ଠକିଛନ୍ତି ।
