ଏଡିଜେ କୋର୍ଟ ଜଜ୍‌ ଅଳ୍ପନା ସ୍ୱାଇଁ ଏହି ରାୟ ଶୁଣାଇଛନ୍ତି। ଏହା ସହିତ କୋର୍ଟ ଦୋଷୀମାନଙ୍କ ଉପରେ ହଜାରରୁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗୁ କରିଛନ୍ତି। ଜରିମାନା ଅନାଦେୟ  ହେଲେ ଅତିରିକ୍ତ ୬ ମାସ ଜେଲ୍‌ ଦଣ୍ଡ ଭୋଗିବେ ବୋଲି ରାୟରେ ଉଲ୍ଲେଖ ଅଛି। ଅଭିଯୁକ୍ତ ମାନେ ହେଲେ ହାଡ଼ପା ଶିବା, ଜି ବାଙ୍ଗାରୁ, ଶୁଣ୍ଢି ସୂରଜ, ଶୁଣ୍ଢି ପ୍ରକାଶ, ମାଝୀ ରାଜା, ମାଝୀ ଜୋସେଫ, ଜି ବେଣୁ, ଜି ତେଜା ଓ ଜି ସୁରେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ମାମଲାକୁ ସରକାରୀ ଓକିଲ ରଜତ ରଞ୍ଜନ ଖଟୁଆ ପରିଚାଳନା କରୁଥିଲେ।

ଏହି ଘଟଣାକୁ ନେଇ ଅଭିଯୁକ୍ତଙ୍କ ପରିବାରବର୍ଗଙ୍କ ପକ୍ଷରୁ କୋର୍ଟ ପରିସରରେ ଉତ୍ତେଜନା ଦେଖାଦେଇଛି। ଖବର ପାଇ ରାୟଗଡ଼ା ଏସଡିପିଓ ଗୌରହରି ସାହୁ ଓ ପୁଲିସ ଟିମ୍ ପହଞ୍ଚି ବୁଝାସୁଝା କରିଛନ୍ତି। ଏହି ମାମଲାରେ  ୩୬ ସାକ୍ଷ ପ୍ରଦାନ କରିଥିଲେI ଆଜି ଶୁଣାଣି ଚାଲିଥିବା ବେଳେ କୋର୍ଟ ପରିସରରୁ ଦୋଷୀ ସାବ୍ୟସ୍ତ ଖବର ପାଇ ଶୁଣ୍ଢୀ ପ୍ରକାଶ ଫେରାର ହୋଇ ଯାଇଥିଲେI ପୁଲିସ ଘଟଣାରେ ତଦନ୍ତ ଚଳାଇବା ସହ ଖୋଜାଖୋଜି କରୁଛିI