ଆଜିଠାରୁ ଆଉ କାହାକୁ ଭତ୍ତା ପାଇଁ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଏହା ଆମ ସରକାରଙ୍କ ପାଇଁ ଏହା ଐତିହାସିକ ନିଷ୍ପତ୍ତି ବୋଲି କହିଲେ ମୁଖ୍ୟମନ୍ତ୍ରୀ। ପୂର୍ବରୁ ୩୬ ଲକ୍ଷ ୭୫ ହଜାର ହିତାଧିକାରୀ ଭତ୍ତା ପାଉଥିଲେ। ଆଜି ଏହି ସଂଖ୍ୟା ବଢ଼ି ୪୧ ଲକ୍ଷ ୮୦ ହଜାର ୮୨୫ରେ ପହଞ୍ଚିଛି। ଏଥିସହ ଭତ୍ତା ପାଇବା ପାଇଁ ଅନଲାଇନ୍ରେ ବ୍ୟବସ୍ଥା କରାଯାଇଛି। ଆଜିଠାରୁ UPMP ପୋର୍ଟାଲରେ ଆବେଦନ କରି ସୁବିଧା ପାଇବେ। ଘରର କେହି ଲୋକ ବି ଜନସେବା କେନ୍ଦ୍ର ମାଧ୍ୟମରେ ଆବେଦନ କରିପାରିବେ।
ଭୁବନେଶ୍ୱର: ରାଜ୍ୟରେ ମଧୁବାବୁ ପେନସନ୍ ଯୋଜନା (Madhubabu Pension Scheme) ଅଧୀନରେ ୫ ଲକ୍ଷରୁ ଅଧିକ ନୂଆ ହିତାଧିକାରୀଙ୍କ ପାଇଁ ଅପେକ୍ଷାର ଅନ୍ତ ଘଟିଛି ଏବଂ ସେମାନଙ୍କୁ ଭତ୍ତା ଓ ବକେୟା ରାଶି ମିଳିବା ଆରମ୍ଭ ହୋଇଛି। ବାଲେଶ୍ୱରରେ ୫ ଲକ୍ଷ ନୂଆ ହିତାଧିକାରୀଙ୍କୁ ଭତ୍ତା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ। ଏକୀକୃତ ପେନ୍ସନ ପରିଚାଳନା ପୋର୍ଟାଲ (UPMP) ମଧ୍ୟ ଉଦ୍ଘାଟିତ ହୋଇଛି।
