ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ’ ପୁନଃନାମକରଣ ବିବାଦ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଆଜି ଲଦାଖ ଯିବା ବେଳେ ବିମାନ ବନ୍ଦରରେ ରାହୁଲ କହିଛନ୍ତି  , ଯେ କେବଳ ନାଁ ପାଇଁ ନୁହେଁ , କାମ ପାଇଁ ନେହେରୁ ସୁପରିଚିତ  ।  ନେହେରୁ ସଂଗ୍ରହାଳୟ’ର ନାଁ ବଦଳାଇ ‘ପ୍ରଧାନମନ୍ତ୍ରୀଙ୍କ ସଂଗ୍ରହାଳୟ’ କରାଯିବା ପ୍ରସଙ୍ଗକୁ ନେଇ ‘ବିଜେପି’ ଓ ‘କଂଗ୍ରେସ’ ମଧ୍ୟରେ କଥା କଟାକଟି ହେବାର ଦିନକ ପରେ ରାହୁଲ୍‌ ଏହି ଟିପ୍ପଣୀ ଦେଇଛନ୍ତି। ଏହାକୁ ନେଇ କଂ‌ଗ୍ରେସ କହିଛି ‘ବିଜେପି’ ‘ଏନ୍‌’କୁ ପରିବର୍ତ୍ତନ କରି ‘ପି’ କରିବାର ଅର୍ଥ ହେଉଛି ଦଳର ‘ପେଟିନେସ୍‌ ଆଣ୍ଡ୍‌ ପିଇଭ୍‌’  ।

ତେବେ ଅଗଷ୍ଟ ୧୪ ତାରିଖରୁ ଦି ନେହେରୁ ମେମୋରିଆଲ୍‌ ମ୍ୟୁଜିୟମ୍‌ ଆଣ୍ଡ୍‌ ଲାଇବ୍ରେରୀ କୁ ଆନୁଷ୍ଠାନିକ ଭାବେ ଦି ପ୍ରାଇମ୍ ମିନିଷ୍ଟର୍ସ ମ୍ୟୁଜିୟମ୍‌ ଆଣ୍ଡ୍‌ ଲାଇବ୍ରେରୀ ସୋସାଇଟି ଭାବେ ପୁନଃନାମିତ କରାଯାଇଛି। ପୁନଃନାମକରଣକୁ ସମର୍ଥନ କରି ‘ବିଜେପି’ କହିଛି ନେହେରୁଙ୍କ ଉପରୁ ଧ୍ୟାନ ହଟାଇ ଏହି ସଂଗ୍ରହାଳୟ ବର୍ତ୍ତମାନ ସବୁ ପ୍ରଧାନମନ୍ତ୍ରୀଙ୍କ ଉପରେ ଆଲୋକପାତ କରୁଛି। କିନ୍ତୁ, ନେହେରୁ ସଂଗ୍ରହାଳୟରେ ଅନ୍ୟ ପ୍ରଧାନମନ୍ତ୍ରୀଙ୍କର ସ୍ଥାନ ନ ଥିଲା।

Share