ରାଜଧାନୀରେ ଶିଶୁ କନ୍ୟା ଜନ୍ମ କରି ରାସ୍ତା କଡ଼ରେ ଫୋପାଡି ଦେଇଗଲା ମା’

ଭୁବନେଶ୍ବର:  ପୁଣି ଅଲୋଡ଼ା ହେଲା ଶିଶୁ କନ୍ୟା। ଖୋଦ୍ ରାଜଧାନୀରେ ଘଟିଲା ଅଭାବନୀୟ ଘଟଣା। ଜନ୍ମ କରି ରାସ୍ତା କଡ଼ରେ ନବଜାତ ଶିଶୁ କନ୍ୟାକୁ ଫୋପାଡି ଦେଇଗଲା ମା’।  ମିଳିଥିବା ସୂଚନା ମୁତାବକ ଭୁବନେଶ୍ବରର ଆଚାର୍ଯ୍ୟବିହାର ଛକ ନିକଟ ଅଳିଆ ଗଦାରେ ଏହି…

ବିଶ୍ୱର ୭୩.୫ କୋଟି ଲୋକ କ୍ଷୁଧାର୍ଥ; ଜାତିସଂଘ ରିପୋର୍ଟ

ନ୍ୟୁୟର୍କ :୨୦୨୨ରେ ବିଶ୍ୱର ୭୩.୫ କୋଟି ଲୋକ ଅତ୍ୟନ୍ତ କ୍ଷୁଧାର୍ଥ ଥିଲେ ବୋଲି ଜାତିସଂଘ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି । କୋଭିଡ୍ ପୂର୍ବ ସ୍ଥିତି ତୁଳନାରେ ଏହା ଯଥେଷ୍ଟ ଅଧିକ ବୋଲି କୁହାଯାଇଛି । ୨୦୩୦ ସୁଦ୍ଧା ବିଶ୍ୱକୁ କ୍ଷୁଧାର୍ଥମୁକ୍ତ…

ଆଜିଠୁ ଯୁକ୍ତ ଦୁଇ ଇନ୍‌ଷ୍ଟାଣ୍ଟ ପରୀକ୍ଷା

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେବାକୁ ଯାଉଛି ଯୁକ୍ତ ଦୁଇ ଇନ୍‌ଷ୍ଟାଣ୍ଟ ପରୀକ୍ଷା। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗ ଇନ୍‌ଷ୍ଟାଣ୍ଟ ପରୀକ୍ଷା ଜୁଲାଇ ୧୩ ଓ ୧୪ ତାରିଖରେ ଅନୁଷ୍ଠିତ…

ଉଛୁଳିଲା ଯମୁନା ନଦୀ ଜଳସ୍ତର, ତଳିଆ ଅଞ୍ଚଳରେ ପଶିଲା ପାଣି

ନୂଆଦିଲ୍ଲୀ : ଉଛୁଳିଛି ଯମୁନା । ହତିନିକୁଣ୍ଡ ବ୍ୟାରେଜରୁ ପାଣି ଛାଡିବା ପରେ ଦିଲ୍ଲୀ ସ୍ଥିତି ସଙ୍ଗୀନ । ଦିଲ୍ଲୀ ବିଧାନସଭା ଓ ମୁଖ୍ୟମନ୍ତ୍ରୀ କେଜ୍ରଓ୍ଵାଲଙ୍କ ବାସଭବନ ନିକଟରେ ବନ୍ୟାପାଣି । ସକାଳ ୭ଟାରେ ଯମୁନାର ନଦୀର ଜଳସ୍ତର ଥିଲା ୨୦୮.୪୬ ମିଟର…

ବିଦ୍ୟୁତ ସେବା ଯୋଗାଇବାରେ ଟାଟା ପାଓ୍ବାର କରିଥିବା ଖର୍ଚ୍ଚର ହେବ ଅଡିଟ୍

ଭୁବନେଶ୍ୱର: ରାଜ୍ୟରେ ବିଦ୍ୟୁତ ବିତରଣ ଭିତ୍ତିଭୂମିର ବିକାଶ ପାଇଁ ଟାଟା ପାଓ୍ବାର ପକ୍ଷରୁ ଖର୍ଚ୍ଚ ହୋଇଥିବା ୧୯୦୦ କୋଟି ଟଙ୍କାର ତୃତୀୟ ପକ୍ଷ ଅଡିଟ୍ କରିବାକୁ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି) ନିଷ୍ପତ୍ତି ନେଇଛି। ଭୁବନେଶ୍ୱରସ୍ଥିତ ଟାଟା ପାଓ୍ୱାର ସେଣ୍ଟ୍ରାଲ…

ଚନ୍ଦ୍ରଯାନ-୩ ଉତ୍‌କ୍ଷେପଣ ପାଇଁ କାଉଣ୍ଟ ଡାଉନ୍‌ ଆରମ୍ଭ

ନୂଆଦିଲ୍ଲୀ : ଚନ୍ଦ୍ରଯାନ-୩ ଉତ୍‌କ୍ଷେପଣ ପାଇଁ କାଉଣ୍ଟ ଡାଉନ୍‌ । ଆସନ୍ତାକାଲି ଦ୍ୱିପ୍ରହର ୨ଟା ୩୫ରେ ଚନ୍ଦ୍ରଯାନ-୩ ଚନ୍ଦ୍ର ଅଭିମୁଖେ ଉଡ଼ାଣ ଆରମ୍ଭ କରିବ । ଏଥିପାଇଁ ଆଜି ଦିନ ଗୋଟାଏରୁ କାଉଣ୍ଟଡାଉନ । ଶ୍ରୀହରିକୋଟା ସତୀଷ ଧାଓ୍ଵନ ସ୍ପେସ୍‌ ସେଣ୍ଟରର ଲଞ୍ଚ…

ମହିଳା ପୋଲିସ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଲେ ଘରୋଇ ସହାୟିକା

କଟକ: ଜିଲ୍ଲାର ଜଣେ ମହିଳା ପୁଲିସ କର୍ମଚାରୀଙ୍କ ବିରୋଧରେ ତାଙ୍କ ଘରୋଇ ସହାୟକ ଶାରୀରିକ ଓ ମାନସିକ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଗତ ଦୁଇ ବର୍ଷ ହେବ ମହିଳା ପୋଲିସ କର୍ମଚାରୀଙ୍କ ପାଇଁ କାମ କରୁଥିବା ସଞ୍ଜୁକ୍ତା ପାତ୍ର ଅଭିଯୋଗ କରିଛନ୍ତି…

ଦିଲ୍ଲୀରେ ଶ୍ରଦ୍ଧା ଭଳି ହତ୍ୟାକାଣ୍ଡ, ଫ୍ଲାଏ ଓଭର ତଳୁ କଳା ପଲିଥିନରେ ମିଳିଲା ଯୁବତୀଙ୍କ ଖଣ୍ଡ ଖଣ୍ଡ ମୃତଦେହ

ଦିଲ୍ଲୀରେ ଶ୍ରଦ୍ଧା ୱାକର ହତ୍ୟାକାଣ୍ଡ ଭଳି ଆଉ ଏକ ଜଘନ୍ୟ କାଣ୍ଡ ସାମ୍ନାକୁ ଆସିଛି। ରାଜଧାନୀର ଗୀତା କଲୋନୀ ଫ୍ଲାଏ ଓଭର ତଳୁ ଜଣେ ଯୁବତୀଙ୍କର ଖଣ୍ଡ ଖଣ୍ଡ ମୃତଦେହ ମିଳିଛି। ଖବର ପାଇ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ…

୨୫ କିଲୋମିଟର ଚାଲିଚାଲି ଆସି ଉପଜିଲ୍ଲାପାଳଙ୍କୁ ଭେଟି ସମସ୍ୟା ଜଣାଇଲେ ଛାତ୍ର

ବାରିପଦା: ଛାତ୍ରମାନେ ସ୍କୁଲର ସମସ୍ୟା ଜଣାଇବାକୁ ପ୍ରାୟ ୨୫ କିଲୋମିଟର ରାସ୍ତା ପାଦରେ ଚାଲି ଚାଲି ଆସି ଭେଟିଛନ୍ତି ଉପଜିଲ୍ଲାପାଳଙ୍କୁ। ମୟୂରଭଞ୍ଜ ଜିଲ୍ଲା ଦୁଧିଆଣି ଜି.ପି. ହାଇସ୍କୁଲର ଛାତ୍ରମାନେ ବୁଧବାର ୨୫ କିଲୋମିଟର ଚାଲି ଚାଲି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ସେମାନଙ୍କ…

ରାଜସ୍ଥାନର ଭରତପୁର ଜିଲ୍ଲାରେ ଜଣେ ଗ୍ୟାଙ୍ଗ୍‌ଷ୍ଟାରଙ୍କୁ ଗୁଳି କରି ହତ୍ୟା

ରାଜସ୍ଥାନର ଭରତପୁର ଜିଲ୍ଲାରେ ଜଣେ ଗ୍ୟାଙ୍ଗ୍‌ଷ୍ଟାରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ନିହତ ଗ୍ୟାଙ୍ଗ୍‌ଷ୍ଟାରଙ୍କ ନାଁ କୁଲଦୀପ ଜଘିନା। ପୋଲିସ ହେପାଜତରେ ଦୁର୍ବୃତ୍ତ ତାଙ୍କୁ ଗୁଳି ମାରିଥିବା ଜଣାପଡ଼ିଛି। ଘଟଣା ଘଟାଇବା ପୂର୍ବରୁ ଦୁର୍ବୃତ୍ତମାନେ ପ୍ରଥମେ ପୋଲିସ କର୍ମୀଙ୍କ ଆଖିକୁ ଲଙ୍କାଗୁଣ୍ଡ…