ବ୍ରହ୍ମପୁର ରେଳ ଷ୍ଟେସନ ପୂର୍ବରୁ ଟ୍ରେନରୁ ବାହାରିଲା ଧୂଆଁ : ଭୟରେ ଟ୍ରେନରୁ ଓହ୍ଲାଇ ପଡିଲେ ଯାତ୍ରୀ

ବ୍ରହ୍ମପୁର : ବ୍ରହ୍ମପୁର ରେଳ ଷ୍ଟେସନ ପୂର୍ବରୁ ଟ୍ରେନରୁ ବାହାରିଲା ଧୂଆଁ । ଦିବ୍ରୁଗଡ-କନ୍ୟାକୁମାରୀ ପାସେଞ୍ଜର ଟ୍ରେନରେ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଛି । ଟ୍ରେନରୁ ଧୂଆଁ ବାହାରୁଥିବା ଦେଖି ଯାତ୍ରୀ ଛାନିଆ । ଭୟରେ ଟ୍ରେନରୁ ଯାତ୍ରୀମାନେ ଓହ୍ଲାଇ ପଡିଛନ୍ତି…

ଶୀର୍ଷ ରାଜନୈତିକ ବିରୋଧୀ ଦଳମାନଙ୍କ ବୈଠକ ଡାକିଲେ କଂଗ୍ରେସ ଅଧ୍ୟକ୍ଷ, ୧୭-୧୮ରେ ଭେଟ

ନୂଆଦିଲ୍ଲୀ: ଶୀର୍ଷ ରାଜନୈତିକ ବିରୋଧୀ ଦଳମାନଙ୍କ ବୈଠକ ଡାକିଲେ କଂଗ୍ରେସ ଅଧ୍ୟକ୍ଷ ତଥା ରାଜ୍ୟସଭା ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ। ଆସନ୍ତା ୧୭-୧୮ରେ ବେଙ୍ଗାଲୁରୁ ଠାରେ ସମସ୍ତଙ୍କୁ ଏକାଠି ହେବାକୁ ସେ ଆହ୍ୱାନ ଦେଇଛନ୍ତି। ଏଥିସହ ବିହାର ମୁଖ୍ୟମନ୍ତ୍ରୀ ନୀତିଶ…

ପାକିସ୍ତାନ ଏଜେଣ୍ଟଙ୍କ ସହ କଥା ହେଉଥିଲା ଅଭିଜିତ୍

ଭୁବନେଶ୍ବର : ପାକିସ୍ତାନ ପାଇଁ ଗୁଇନ୍ଦାଗିରି ମାମଲାରେ ରିମାଣ୍ଡରେ ଆସିଥିବା ଅଭିଜିତ୍ ସଂଜୟ ଜାମ୍ବୁରେଠାରୁ ଆଜି ଆଉ କିଛି ନୂଆ ତଥ୍ୟ ମିଳିଛି। ଏସ୍ଟିଏଫ୍, ଏଟିଏସ୍ ଓ ଆଇବିର ମିଳିତ ଜେରାରୁ ଜଣାପଡ଼ିଛି ଯେ ସେ ବ୍ୟବହାର କରୁଥିବା ୫ଟି ମୋବାଇଲ୍…

ଋଣ ଅଫର କରୁଥିବା ୪୨ଟି ଆପକୁ ପ୍ଲେ ଷ୍ଟୋରରୁ ହଟାଇଲା ଗୁଗୁଲ

ନୂଆଦିଲ୍ଲୀ: ଗୁଗୁଲ୍ ଏହାର ପ୍ଲେ ଷ୍ଟୋରରୁ ୪୨ଟି ଋଣ ପ୍ରଦାନକାରୀ ଆପକୁ ହଟାଇଦେଇଛି | ସେହିଭଳି ଆପଲ୍ ମଧ୍ୟ ଏଭଳି ୬ଟି ନକଲି ଋଣ ପ୍ରଦାନକାରୀ ଆପକୁ ଆପଲ ଷ୍ଟୋରରୁ ହଟାଇ ଦେଇଛି। ମିଳିଥିବା ସୂଚନା ଅନୁଯାୟୀ ଏହି ଲୋନ ଆପ୍…

ଦିଲ୍ଲୀ ପୁଲିସର ୧୦୦୦ ପୃଷ୍ଠାର ଚାର୍ଜସିଟ୍ : କୁସ୍ତି ମହାସଂଘ ସଭାପତି ବ୍ରିଜଭୂଷଣଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ: ବିଜେପି ନେତା, ସାଂସଦ ତଥା ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ)ର ସଭାପତି ବ୍ରିଜଭୂଷଣ ସିଂହ ଏବଂ ମୁଖ୍ୟ ସଚିବ ବିନୋଦ ତୋମାରଙ୍କ ବିରୋଧରେ ହୋଇଥିବା ଯୌନ ନିର୍ଯାତନା ମାମଲାରେ ଦିଲ୍ଲୀ ପୁଲିସ୍‌ ଅଦାଲତରେ ଦାଖଲ କରିଥିବା ୧୦୦୦ ପୃଷ୍ଠାର ଚାର୍ଜସିଟ୍‌ର…

ଇଡି ମୁଖ୍ୟଙ୍କ କାର୍ଯ୍ୟକାଳ ତୃତୀୟ ଥର ପାଇଁ ବଢ଼ାଇବା ବେଆଇନ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)ର ମୁଖ୍ୟ ଭାବେ ସଞ୍ଜୟ କୁମାର ମିଶ୍ରାଙ୍କ କାର୍ଯ୍ୟକାଳ ତୃତୀୟ ଥର ପାଇଁ ବୃଦ୍ଧି କରିବା ବେଆଇନ ବୋଲି ଆଜି ସୁପ୍ରିମକୋର୍ଟ କହିଛନ୍ତି। ତଥାପି ଏହି ମାମଲାରେ କେନ୍ଦ୍ରକୁ ସାମାନ୍ୟ ଆଶ୍ୱସ୍ତି ଦେଇଛନ୍ତି ସୁପ୍ରିମକୋର୍ଟ। ସଞ୍ଜୟ…

ସ୍ୱାମୀ ବିବେକାନନ୍ଦ ଓ ରାମକୃଷ୍ଣ ପରମହଂସଙ୍କ ବିଷୟରେ ଅନୁପଯୁକ୍ତ ମନ୍ତବ୍ୟ ଦେଇ ଅଡୁଆରେ ଅମୋଘ ଲୀଲା ଦାସ

ନୂଆଦିଲ୍ଲୀ : ସ୍ୱାମୀ ବିବେକାନନ୍ଦ ଓ ରାମକୃଷ୍ଣ ପରମହଂସଙ୍କ ବିଷୟରେ ଅନୁପଯୁକ୍ତ ମନ୍ତବ୍ୟ ଦେବାରୁ ଇସ୍କନ (Iskcon) ଏହାର ଜଣେ ସାଧୁ ତଥା ପ୍ରବଚକ ଅମୋଘ ଲୀଲା ଦାସଙ୍କ ଉପରେ ମାସେ ପାଇଁ ପ୍ରତିବନ୍ଧକ ଲଗାଇଛି। ଆସନ୍ତା ଏକ ମାସ ପାଇଁ…

ଆସିଲା ନୂଆ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’, ପ୍ରତି ପଂଚାୟତକୁ ମିଳିବ ୫୦ଲକ୍ଷ ଟଙ୍କା

ଭୁବନେଶ୍ୱର: ଆଜି ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି | ଏହି ବୈଠକରେ ୯ଟି ପ୍ରସ୍ତାବରେ ମୋହର ବାଜିଛି | ବିଶେଷ କରି ଆଜି ରାଜ୍ୟ କ୍ୟାବିନେଟ ‘ଆମ ଗାଁ, ଆମ ବିକାଶ’ର ନିର୍ଦ୍ଦେଶନାମାକୁ ସଂଶୋଧନ କରି ରାଜ୍ୟ…

ବଜ୍ରପାତ ନେଲା ୪ ଜୀବନ

ଭୁବନେଶ୍ୱର: ରାଜ୍ୟର ୨ଟି  ପୃଥକ ସ୍ଥାନରେ ଆଜି ବଜ୍ରପାତ ଘଟି ୪ ଜଣଙ୍କ ମୃତ୍ୟୁ ଘଟିଛି   । ମୃତକଙ୍କ ମଧ୍ୟରେ ତିନିଜଣ ମହିଳା ଥିବାବେଳେ ଜଣେ ୯ମ ଶ୍ରେଣୀ ଛାତ୍ର ଅଛନ୍ତି । ଏହାବ୍ୟତୀତ  ୨ ଜଣ  ଗୁରୁତର ହୋଇପଡିଛନ୍ତି।   ଅନୁଗୋଳ…

୬ ହଜାର ୩୦୦ ଟଙ୍କା ଲାଞ୍ଚ ନେଉଥିବାବେଳେ ଧରାପଡ଼ିଲେ ଅମିନ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ  ସରକାରୀ କର୍ମଚାରୀ। ଲାଞ୍ଚ ନେବାବେଳେ ମାଡିବସିଲା ଭିଜିଲାନ୍ସ ଟିମ । ଏହି ଲାଞ୍ଚୁଆ ବାବୁ ହେଉଛନ୍ତି ବାଲେଶ୍ୱର-ମୟୂରଭଞ୍ଜ ବୃହତ ବନ୍ଦୋବସ୍ତ କାର୍ଯ୍ୟାଳୟର ଅମିନ  । ନାଁ ତାଙ୍କର  ମାନସ ରଞ୍ଜନ ଦାସ।  ମାନସ ରଞ୍ଜନ ଜଣେ ବ୍ୟକ୍ତିଙ୍କଠାରୁ ସୋମବାର…