ପ୍ରତିବର୍ଷ ୯ବିଲିୟନ କିଲୋଗ୍ରାମ ଇ-ଆବର୍ଜନା ପାଲଟିଛି ବିଶ୍ୱ ପାଇଁ ବିପଦ

ନୂଆଦିଲ୍ଲୀ  : ଏକ ନୂତନ ଅଧ୍ୟୟନ ଅନୁଯାୟୀ, ବିଶ୍ୱରେ ପ୍ରାୟ ୯ ବିଲିୟନ କିଲୋଗ୍ରାମ ଇ-ଆବର୍ଜନା ଦୁନିଆ ପାଇଁ ସଙ୍କଟ ପାଲଟିଛି। ଅଦୃଶ୍ୟ ଇ-ଆବର୍ଜନା ସାମଗ୍ରୀ ମଧ୍ୟରେ କେବୁଲ, ଇ-ଖେଳନା, ଇ-ସିଗାରେଟ, ଇ-ବାଇକ, ପାୱାର୍‌ ଟୁଲ୍ସ, ସ୍ମୋକ ଡିଟେକ୍ଟର, ୟୁଏସବି ଷ୍ଟିକ,…

ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଶପଥ ନେଇ ପ୍ରଶ୍ନ, ପିଆଇଏଲ ଉପରେ ୫ ଲକ୍ଷ ଜରିମାନା ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ   : ସୁପ୍ରିମକୋର୍ଟ ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ତ୍ରୁଟିପୂର୍ଣ୍ଣ ଶପଥକୁ ଚ୍ୟାଲେଞ୍ଜ କରି କରାଯାଇଥିବା ଆବେଦନ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଆବେଦନ କରିଥିବା ବ୍ୟକ୍ତିଙ୍କ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ୫ ଲକ୍ଷ ଟଙ୍କା ଜରିମାନା କରିଛନ୍ତି। ସୁପ୍ରିମକୋର୍ଟରେ ଏକ…

ତେଜୁଛି ଇସ୍ରାଏଲ-ହମାସ୍‌ ଯୁଦ୍ଧ: ଦିଲ୍ଲୀ, ମହାରାଷ୍ଟ୍ର ଓ ଗୋଆରେ ହାଇଆଲର୍ଟ

ନୂଆଦିଲ୍ଲୀ: ଇସ୍ରାଏଲ-ହମାସ ଯୁଦ୍ଧ ତେଜୁଥିବା ବେଳେ ଦିଲ୍ଲୀ, ମହାରାଷ୍ଟ୍ର ଓ ଗୋଆରେ ଆଜି ହାଇ ଆଲର୍ଟ ଜାରି ହୋଇଛି। ଦିଲ୍ଲୀରେ ସମ୍ଭାବ୍ୟ ହିଂସା ହେବା ସଂକ୍ରାନ୍ତରେ ସୁରକ୍ଷା ସଂସ୍ଥା ପକ୍ଷରୁ ସୂଚନା ପାଇବାପରେ ଦିଲ୍ଲୀ ପୁଲିସ ସୁରକ୍ଷା କଡ଼ାକଡ଼ି କରିଛି। ଶୁକ୍ରବାର…

ଇସ୍ରାଏଲ ପାଇଁ ବଡ଼ ଚ୍ୟାଲେଞ୍ଜ ହମାସ୍‌ର ଗୁପ୍ତ ସୁଡ଼ଙ୍ଗ: ଗାଜାରେ ୫୦୦ କିମିର ସୁଡ଼ଙ୍ଗ ନେଟ୍‌ୱର୍କ

ନୂଆଦିଲ୍ଲୀ : ଇସ୍ରାଏଲ ସେନା ଗାଜା ଷ୍ଟ୍ରିପ୍‌ରେ ପଶି ଆକ୍ରମଣ ଯୋଜନା କରିଛି। ତେବେ ଇସ୍ରାଏଲ ସେନାର ଏହି ଅପରେସନ୍‌ ପାଇଁ ସବୁଠୁ ବଡ଼ ଚ୍ୟାଲେଂଜ ହେବ ହମାସ୍‌ ଆତଙ୍କବାଦୀ ଗୋଷ୍ଠୀର ଭୂତଳ ଗୁପ୍ତ ସୁଡ଼ଙ୍ଗ। ଅନେକ ବିଶେଷଜ୍ଞ ଏନେଇ ଇସ୍ରାଏଲକୁ…

ଇସ୍ରାଏଲ୍‌ରୁ ୨୩୫ ଭାରତୀୟଙ୍କୁ ନେଇ ଫେରିଲା ‘ଅପରେସନ୍‌ ଅଜୟ’ର ଦ୍ବିତୀୟ ବିମାନ

ନୂଆଦିଲ୍ଲୀ: ‘ଅପରେସନ୍‌ ଅଜୟ’ ବ୍ୟବସ୍ଥାରେ ଯୁଦ୍ଧ-ବିକ୍ଷତ ଇସ୍ରାଏଲ୍‌ରୁ ଦ୍ବିତୀୟ ବ୍ୟାଚ୍‌ରେ ୨୩୫ ଭାରତୀୟଙ୍କୁ ନେଇ ଏକ ସ୍ବତନ୍ତ୍ର ବିମାନ ଆଜି ସକାଳେ ନିରାପଦରେ ଭାରତରେ ପହଞ୍ଚିଛି। ଆଜି ନୂଆଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରରେ ଅବତରଣ କରିଥିବା ଏହି ସ୍ବତନ୍ତ୍ର…

ବିମାନ ଆକ୍ରମଣରେ ହମାସ୍‌ ବାୟୁସେନା ମୁଖ୍ୟ ନିହତ: ଇସ୍ରାଏଲ୍‌ ବାୟୁସେନା

ତେଲ୍‌ ଅଭିଭ୍‌: ଗତରାତିରେ କରାଯାଇଥିବା ବିମାନ ଆକ୍ରମଣରେ ହମାସ୍‌ ବାୟୁସେନା ମୁଖ୍ୟ ମୁରାଦ ଆବୁ ମୁରାଦଙ୍କର ମୃତ୍ୟୁ ଘଟିଥିବା କଥା ଇସ୍ରାଏଲୀୟ ବାୟୁସେନା କହିଛି। ଗାଜା ଷ୍ଟ୍ରିପ୍‌ରେ ବାୟୁସେନା କାର୍ଯ୍ୟକଳାପ ବୁଝାଶୁଝା କରୁଥିବା ମୁଖ୍ୟାଳୟ ଉପରେ ବିମାନ ଆକ୍ରମଣ କରାଯିବାରୁ ତାଙ୍କର…

ପିଲାକୁ ପାଣି ଦେଇ ‘ବିସ୍‌ମିଲ୍ଲା’ କହ ବୋଲି କହିଲେ ରାଇଫଲ୍‌ଧାରୀ ହମାସ୍‌ ଆତଙ୍କବାଦୀ

ନୂଆଦିଲ୍ଲୀ: ଇସ୍ରାଏଲ୍‌ ଉପରେ ଅତର୍କିତ ଆକ୍ରମଣ କରିଥିବା ହମାସ୍‌ ଆତଙ୍କବାଦୀମାନେ ଶିଶୁମାନଙ୍କର କିଭଳି ଭଲ ଦେଖାଶୁଣା କରୁଛନ୍ତି ତା’ର ଗୋଟାଏ ପ୍ରଚାର ଭିଡିଓ ସେମାନେ ‌‘ଟେଲିଗ୍ରାମ୍‌’ ଚାନେଲ୍‌ରେ ରିଲିଜ୍‌ କରିଛନ୍ତି। ଭିଡିଓରେ ଦେଖାଯାଉଛି ‘ପ୍ରାମ୍‌’ରେ (କଅଁଳାପିଲାଙ୍କୁ ନେବା ପାଇଁ ଠେଲାଗାଡ଼ି) ଗୋଟାଏ…

ପୁଣି ଜେଲ ଭିତରୁ ଜ୍ୟାକ୍‌ଲିନଙ୍କୁ ଲଭ୍‌ ଲେଟର୍‌ ଲେଖିଲା ମହାଠକ ସୁକେଶ

ନୂଆଦିଲ୍ଲୀ : ପୁଣି ଜେଲ ଭିତରୁ ଚିଠି ଲେଖିଲା ମହାଠକ ସୁକେଶ ଚନ୍ଦ୍ରଶେଖର। ନିଜ ଲେଡି ଲଭ୍‌ ଜ୍ୟକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜଙ୍କ ପାଇଁ ପୁଣି ଲଭ୍‌ ଲେଟ୍‌ର ଜାରି କଲା ସୁକେଶ। ଏହି ଚିଠିରେ ଜ୍ୟାକ୍‌ଲିନ୍‌ଙ୍କୁ ' ବାଘୁଣୀ ବୋମ୍ମା ବେବି' କହିବା…

ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ଖବର ସଂଗ୍ରହ ବେଳେ ସାମ୍ୱାଦିକଙ୍କ ମୃତ୍ୟୁ

ଜେରୁଜେଲମ୍ : ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ଖବର ସଂଗ୍ରହ ସମୟରେ ଗଲା ସାମ୍ୱାଦିକଙ୍କ ଜୀବନ। ଘମାଘୋଟ ଯୁଦ୍ଧ ମଧ୍ୟରେ ଗ୍ରାଉଣ୍ଡ୍ ଜିରୋରୁ ରିପୋର୍ଟ ସଂଗ୍ରହ କରିବାକୁ ଯାଇଥିବା ଜଣେ ସାମ୍ୱାଦିକଙ୍କ ଜୀବନ ଚାଲିଯାଇଛି। ଘଟଣା ସ୍ଥଳରେ ଥିବା ଜଣେ ରଏଟର୍ସ ଭିଡିଓ ସାମ୍ୱାଦିକଙ୍କ…

ପ୍ରଚାର ଖର୍ଚ୍ଚ ଉପରେ ଲାଗିଲା ବ୍ରେକ୍‌, ଆସିଲା ପ୍ରାର୍ଥୀଙ୍କ ରେଟ୍‌ଚାର୍ଟ

ନୂଆଦିଲ୍ଲୀ : ବାଜି ସାରିଛି ନିର୍ବାଚନୀ ବିଗୁଲ। ଆଗକୁ ୫ ରାଜ୍ୟରେ ହେବ ବିଧାନସଭା ନିର୍ବାଚନ। ଏଥିପାଇଁ ସବୁ ଦଳର ନେତାମାନେ ଆରମ୍ଭ କରିଦେଛନ୍ତି ଜୋରସୋର୍‌ରେ ପ୍ରଚାର। ତେବେ ଏହି ପ୍ରଚାରକୁ ନେଇ ନିର୍ବାଚନ କମିଶନ ମଧ୍ୟ କଡ଼ ଆଭିମୁଖ୍ୟ ଗ୍ରହଣ…