November 2023

ଛୁଟିରେ ବିଚାରପତି, ନିରାଶ ହେଲେ ସଞ୍ଜୟ ସିଂହ

ନୂଆଦିଲ୍ଲୀ : ପ୍ରତ୍ୟାହୃତ ହୋଇ ସାରିଥିବା ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଗିରଫ ହୋଇଥିବା ଆପ୍‌ ନେତା ସଞ୍ଜୟ ସିଂହଙ୍କୁ ମିଳିନି ଆଶ୍ୱସ୍ତି। ଆଜି ତାଙ୍କ ଜାମିନ ଆବେଦନର ଶୁଣାଣି ଥିବା ବେଳେ ବିଚାରପତି ଛୁଟିରେ ଚାଲି ଯାଇଛନ୍ତି।…

ତେଜସ୍‌ରେ ଉଡ଼ିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଲଢ଼ୁଆ ବିମାନରେ ଚଢ଼ିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବେଙ୍ଗାଲୁରୁରେ ଯୁଦ୍ଧ ବିମାନ ତେଜସରେ ଉଡ଼ିଲେ। ଶନିବାର ବେଙ୍ଗାଲୁରୁର ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ (ହାଲ) ର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ତେଜସ୍ ବିମାନରେ ବସି ଉଡାଣ ଭରିଛନ୍ତି।…

ଶୀତକାଳୀନ ଅଧିବେଶନ ୪ ଦିନରେ ଶେଷ

ଭୁବନେଶ୍ବର: ନିର୍ଦ୍ଧାରିତ ସମୟର ଯଥେଷ୍ଟ ପୂର୍ବରୁ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଶୁକ୍ରବାର ଶେଷ ହୋଇଛି। ଏହି ଅଧିବେଶନ ଗତ ୨୧ ତାରିଖ ଦିନ ଆରମ୍ଭ ହୋଇଥିଲା। ଆଜି ଯାଏଁ ୪ଟି କାର୍ଯ୍ୟ ଦିବସରେ କିଛି ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଥିଲା।…

ବ୍ଲକ୍‌ ଅଫିସ୍‌ ଘେରାଉ ବେଳେ ବିଜେପିର ଲଙ୍କାକାଣ୍ଡ

ଚାନ୍ଦବାଲି: ବିଜେପିର ବ୍ଲକ୍‌ ଅଫିସ୍‌ ଘେରାଉ ବେଳେ ଲଙ୍କାକାଣ୍ଡ ହୋଇଛି। ଭାଙ୍ଗିଛି ଚେୟାର, ଭାଙ୍ଗିଛି ସିସିଟିଭି। ଢେଲା ପଥର ମାଡ଼ରେ ଫାଟିଛି ଏସ୍‌ଡିପିଓଙ୍କ ମୁଣ୍ଡ। ଆହତ ହୋଇଛନ୍ତି ଆଇଆଇସି। ଆଜି ଅପରାହ୍ନରେ ଏପରି ଚିତ୍ର ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅଫିସରୁ…

ସୁପ୍ରିମକୋର୍ଟଙ୍କ ପ୍ରଶ୍ନ: କାହିଁକି ଏକାଠି ବସୁ ନାହାନ୍ତି ମୁଖ୍ୟମନ୍ତ୍ରୀ ଓ ଉପ ରାଜ୍ୟପାଳ?

ଦେଶର ରାଜଧାନୀ ଦିଲ୍ଲୀରେ ନୂଆ ମୁଖ୍ୟ ଶାସନ ସଚିବଙ୍କୁ ନେଇ କ୍ଷମତାସୀନ ଆପ୍‌ ସରକାର ଓ ଉପ ରାଜ୍ୟପାଳଙ୍କ ମଧ୍ୟରେ ତିକ୍ତତା ଚରମସୀମାରେ ପହଞ୍ଚିଛି। ବିବାଦ ବଢ଼ୁଥିବାରୁ ଆଜି ସୁପ୍ରିମକୋର୍ଟ ଏଥିରେ ହସ୍ତକ୍ଷେପ କରିଛନ୍ତି। ଉଭୟ ପକ୍ଷଙ୍କୁ ଏକାଠି ବସିବାକୁ ସର୍ବୋଚ୍ଚ…

ଚୀନରେ ମାତୁଛି H9N2 ଭୂତାଣୁ; ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଲା- ଭାରତକୁ ବ୍ୟାପିବା ଆଶଙ୍କା କମ୍

ନୂଆଦିଲ୍ଲୀ: ଚୀନରେ ଗୋଟିଏ ପରେ ଗୋଟିଏ ଭୟଙ୍କର ଭୂତାଣ ଜନିତ ରୋଗ ବ୍ୟାପୁଛି। ଯାହାକୁ ନେଇ ସାରା ବିଶ୍ୱ ଆତଙ୍କିତ। ଦୀର୍ଘ ୫ ବର୍ଷ ହେଲା କରୋନା ମହାମାରୀର ତାଣ୍ଡବ ସାରା ବିଶ୍ୱ ଦେଖିଥିବା ବେଳେ ଏବେ ଉତ୍ତର ଚୀନରେ ଏଚ୍‌୯ଏନ୍‌୨(ଏଭିଆନ…

ରୁଷ ଉପରେ ୟୁକ୍ରେନର ଘନ ଘନ ଡ୍ରୋନ ଆକ୍ରମଣ, ୧୬ଟି ଡ୍ରୋନକୁ ଖସାଇଲା ରୁଷ୍

କିବ୍ : ମଧ୍ୟପ୍ରାଚ୍ୟରେ ଚାଲିଥିବା ଇସ୍ରାଏଲ-ହମାସ ଯୁଦ୍ଧ ଉପରେ ଏବେ ସମଗ୍ର ବିଶ୍ବର ଆଖି ରହିଛି । କିନ୍ତୁ ସେପଟେ ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଜାରି ରହିଛି । ସେପଟେ କ୍ରିମିଆରେ ୟୁକ୍ରେନର ୧୬ଟି ଡ୍ରୋନକୁ ଖସାଇ ଦେଇଥିବା ରୁଷ୍…

ଶିବରାଜ ସିଂହ ଚୌହାନଙ୍କ ଦାବି: ବିଶ୍ୱକପରେ ଭାରତ ହାରିବା ପରେ ଖୁସି ହୋଇଥିଲେ ରାହୁଲ ଓ ପ୍ରିୟଙ୍କା

ଭାରତ ବିଶ୍ୱକପ ଫାଇନାଲ ହାରିବା ପରେ ଏହାକୁ ନେଇ ରାଜନୀତି ଜୋର ଧରିବାରେ ଲାଗିଛି। ଏହିକ୍ରମରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ବଡ଼ ଦାବି କରିଛନ୍ତି। ଭାରତ ଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ହାରିବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧି…

‘ଡିପ୍‌ଫେକ୍‌’ ଭିଡିଓ ଯାଞ୍ଚ କରିବାକୁ ନିଯୁକ୍ତ ହେବେ ଅଫିସର୍‌: କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର

ନୂଆଦିଲ୍ଲୀ: ସାମାଜିକ ଗଣମାଧ୍ୟମରେ ‘ଡିପ୍‌ଫେକ୍‌’ ଭିଡିଓ ପ୍ରସାରଣ ଯୋଗୁଁ ସର୍ବସାଧାରଣରେ ଆତଙ୍କ ଓ ଉଦ୍‌ବେଗ ଦେଖା ଦେଇଥିବା ବ‌େଳେ ଆଜି ବୈଦ୍ୟୁତିକ ଓ ପ୍ରଯୁକ୍ତି ବିଭାଗର କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି ଯେ, ଏଭଳି ‘କଣ୍ଟେଣ୍ଟ୍‌’ (ଡିପ୍‌ଫେକ୍‌ ଭିଡିଓ) ଯାଞ୍ଚ…

ତେଲେଙ୍ଗାନା ନିର୍ବାଚନ ପୂର୍ବରୁ କାର୍‌ରୁ ମିଳିଲା ୭ କୋଟି

ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଆସନ୍ତା ୩୦ ତାରିଖରେ ଭୋଟିଂ ହେବ । ଏହା ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଜବତ ହେଉଛି ପୁଳା ପୁଳା ଟଙ୍କା । ହାଇଦ୍ରାବାଦର ଦୁଇଟି ଭିନ୍ନ ଭିନ୍ନ ସ୍ଥାନରୁ ଦୁଇଟି କାର୍‌ରୁ ଗତକାଲି ୭…