November 2023

ସୁରେଶ ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ନିଯୁକ୍ତ

ଭୁବନେଶ୍ବର: ରାଜ୍ୟ ସରକାର ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ବିଦ୍ୟୁତ୍‌ ନିୟାମକ ଆୟୋଗ(ଓଇ୍‌ଆରସି) ଅଧ୍ୟକ୍ଷ ସୁରେଶ ମହାପାତ୍ରଙ୍କୁ ନୂଆ ଦାୟିତ୍ବ ଦେଇଛନ୍ତି। ଶ୍ରୀ ମହାପାତ୍ରଙ୍କୁ ଓଇ୍‌ଆରସି ଅଧ୍ୟକ୍ଷ ପଦବିରୁ ଅବ୍ୟାହତି ଦେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଭାବେ ଅବସ୍ଥାପିତ…

ଦୁଇଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ଅନୁମୋଦନ ଦେଲେ ମୁଖ୍ୟମନ୍ତ୍ରୀ, ୩୮୬.୨୫ କୋଟି ଟଙ୍କା ମଞ୍ଜୁର

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନ୍ଦରଗଡ ଜିଲ୍ଲା ପାଇଁ ଦୁଇଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ଏହି ଦୁଇଟି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୩୮୬.୨୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି ପ୍ରକଳ୍ପ ଦୁଇଟି ହେଉଛି–ଇବ୍‌ ନଦୀରେ ଭଷ୍ମା ନଦୀଗର୍ଭ…

‘ଡିପ୍‌ଫେକ୍‌’କୁ ନେଇ ଗଭୀର ଚିନ୍ତାପ୍ରକଟ କଲେ ପ୍ରଧାନମନ୍ତ୍ରୀ ମୋଦି

କୃତ୍ରିମ ବୁଦ୍ଧିମତା ବା ଏଆଇ ଜରିଆରେ ଏବେ ବିଭିନ୍ନ ସେଲିବ୍ରେଟିଙ୍କ ଡିପଫେକ ଫଟୋ ଏବଂ ଭିଡିଓ ପ୍ରସ୍ତୁତ କରାଯାଉଛି। ପ୍ରତିଷ୍ଠ ଲୋକଙ୍କ ଫଟୋ ଏବଂ ଭିଡିଓକୁ ବିକୃତ ଭାବେ ସୋଶାଲ ମିଡିଆରେ ଭାଇରାଲ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଡିପଫେକ୍‌ରୁ…

ଦିନ ଦ୍ବିପ୍ରହରରେ ବୃଦ୍ଧଙ୍କଠାରୁ ୧ଲକ୍ଷ ୯୯ହଜାର ଟଙ୍କା ଲୁଟ୍‌

କଣ୍ଟାବାଞ୍ଝି : ଥମୁନି ଲୁଟେରାଙ୍କ ପ୍ରାର୍ଦୁଭାବ । ଦୀର୍ଘ ଦିନର ନୀରବତା ପରେ କଣ୍ଟାବାଞ୍ଝି ଅଞ୍ଚଳରେ ପୁଣି ସକ୍ରିୟ ହୋଇଛନ୍ତି ଲୁଟେରା । ଦିନ ଦ୍ବିପ୍ରହରରେ ଜଣେ ବୃଦ୍ଧଠାରୁ ୧ ଲକ୍ଷ ୯୯ ହଜାର ଟଙ୍କା ଝାମ୍ପି ନେଇଛନ୍ତି ଦୁର୍ବୁତ୍ତ ।…

ବିଶ୍ୱକପ୍‌ ଫାଇନାଲ୍‌ ମ୍ୟାଚ୍‌ ପୂର୍ବରୁ ବାୟୁସେନା କରିବ ଏୟାର ଶୋ’

କ୍ରିକେଟ୍ ବିଶ୍ୱକପ୍ ପାଇଁ ରବିବାର ମହାମୁକାବିଲା। ଏହି ସମୟରେ ପ୍ରଦର୍ଶିତ ହେବ ଭାରତୀୟ ବାୟୁସେନାର ସୂର୍ଯ୍ୟକିରଣ ଏୟାର ଶୋ’। ରବିବାର ଖେଳାଯିବାକୁ ଥିବା ଫାଇନାଲ ମ୍ୟାଚ୍ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ବାୟୁସେନାର ସୂର୍ଯ୍ୟକିରଣ ଏରୋବେଟିକ୍ ଦଳ ଏୟାର ଶୋ’…

ଥାନାରୁ ବାଇକ ଚୋର ଫେରାରକୁ ନେଇ ତାତିଲେ ଲୋକେ, ଥାନାରେ ଭଙ୍ଗାରୁଜା ଓ ଅଧିକାରୀଙ୍କୁ ମାଡ଼

ଥାନାରୁ ବାଇକ ଚୋର ଫେରାରକୁ ନେଇ ତାତିଲେ ଲୋକେ । ମୟୂରଭଞ୍ଜ ଜିଲ୍ଲା ଘାଘରବେଡ଼ା ଥାନାରେ ଭଙ୍ଗାରୁଜା । ଘାଘରବେଡ଼ା ଥାନା OIC ଓ ASIଙ୍କୁ ମାଡ଼ ମାରିଲେ । ଗତକାଲି ସନ୍ଧ୍ୟାରେ ନରଷଣ୍ଢ ଗାଁରୁ ଜଣେ ଲୋକ ବାଇକ ଚୋରି…

ଦିଲ୍ଲୀ ବିଶ୍ୱବିଦ୍ୟାଳୟ: ବିନା ପ୍ରବେଶିକା ପରୀକ୍ଷାରେ ପାଠ ପଢ଼ିବେ ଛାତ୍ରଛାତ୍ରୀ

ଦେଶର ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ମଧ୍ୟରୁ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅନ୍ୟତମ। ପ୍ରତିବର୍ଷ ଏହି ବିଶ୍ୱ ବିଦ୍ୟାଳୟରେ ନାମଲେଖା ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳେ। ତେବେ ଚଳିତ ବର୍ଷ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ବିଭିନ୍ନ ବିଷୟରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା…

ତ୍ରିପୁରାରେ ପୁଣି ସହୀଦ ହେଲେ ଆଉ ଜଣେ ଓଡିଆ ଯବାନ

କଳାହାଣ୍ଡି: ତ୍ରିପୁରାରୁ ଆସିଲା ଦୁଃଖଦ ଖବର । ମାତୃଭୂମି ପାଇଁ ପୁଣି ସହିଦ ହେଲେ ଆଉ ଜଣେ ଓଡ଼ିଆ ଯବାନ । ଆସାମ ତ୍ରିପୁରାରେ କାର୍ଯ୍ୟରତ ଅବସ୍ଥାରେ ଜଣେ ଓଡ଼ିଆ ଯବାନ ସହିଦ ହୋଇଥିବା ସୂଚନା ମିଳିଛି । ସହିଦ ଯବାନ…

ରକେଟ ମାଡ଼ କରି ଘର ଉଡ଼ାଇ ଦେଲା ସେନା, ଭିତରେ ଥିଲେ ୫ ଆତଙ୍କବାଦୀ

ଜମ୍ମୁ-କଶ୍ମୀରରେ ଗତକାଲି ଆତଙ୍କବାଦୀ ନିରୋଧ ଅପରେସନ ଆରମ୍ଭ ହୋଇଥିବା ବେଳେ ଆଜି ସକାଳୁ ସେନାକୁ ମିଳିଛି ବଡ଼ ସଫଳତା। ଗତକାଲିଠୁ ସେନା ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଥିବା ବେଳେ ଆଜି ସକାଳେ ୫ ଆତଙ୍କବାଦୀଙ୍କୁ ନିପାତ କରିଛି ସେନା। ଆତଙ୍କବାଦୀମାନେ ଲୁଚିଥିବା…

ଲୋକାର୍ପିତ ହେଲା ନନ୍ଦନକାନନ ରୋପଓ୍ବେ , ୧୮ ତାରିଖରୁ ଏହାର ମଜା ନେଇ ପାରିବେ ପର୍ଯ୍ୟଟକ

ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀଉଦ୍ୟାନ ପାଇଲା ନୂଆରୂପ। ଆଜି ପ୍ରାଣୀ ଉଦ୍ୟାନରେ ନୂତନ ଜ୍ଞାନକୈାଶଳରେ ନିର୍ମିତ ହୋଇଥିବା ରୋପଓ୍ବେକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ୍ ଲୋକାର୍ପିତ କରିଛନ୍ତି। ୧୮ ତାରିଖ ଠାରୁ ପର୍ଯ୍ୟଟକମାନେ ଏହାର ମଜା ନେଇ ପାରିବେ।…