ତେଲ ପ୍ୟାକେଟ୍‌ରେ ଧୋକା: ହାଇକୋର୍ଟ ଯିବ ଓଡ଼ିଶା ବ୍ୟବସାୟୀ ମହାସଂଘ, ୯୧୦ ଗ୍ରାମ୍‌ ବଦଳରେ ୮୫୦ରୁ କମ୍‌ ରହୁଛି

ଭୁବନେଶ୍ବର: ଖାଇବା ତେଲର ପାଉଚ୍‌ କିଣିବା ବେଳେ ଗ୍ରାହକମାନେ ଯେତିକି ଟଙ୍କା ଗଣୁଛନ୍ତି ତାଙ୍କୁ ସେତିକି ତେଲ ମିଳୁନାହିଁ। ଏକ ଲିଟର ପାଉଚ୍‌ର ଓଜନ ୯୧୦ ଗ୍ରାମ ରହିବା କଥା। ମାତ୍ର ରାଜ୍ୟରେ ବିକ୍ରି ହେଉଥିବା କେତେକ ଖାଇବା ତେଲ ପାଉଚ୍‌ର…

ବାଇକରେ ପାରାଦୀପ ଯାଉଥିଲେ ଦୁଇ ଭାଇ: ମାଡ଼ିଗଲା ଲୁହାବୋଝେଇ ଟ୍ରକ୍, ଜଣଙ୍କର ଚାଲିଗଲା ଜୀବନ

ମହାକାଳପଡ଼ା: ପାରାଦୀପ-ଚଣ୍ଡିଖୋଲ ରାସ୍ତାର ଯଦୁପୁର ନିକଟରେ ଆଜି ସକାଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ଏଠାରେ ଦୁଇ ଭାଇଙ୍କ ଉପରକୁ ମାଡ଼ିଗଲା ଲୁହାବୋଝେଇ ଟ୍ରକ୍। ଘଟଣାସ୍ଥଳରେ ସାନଭାଇଙ୍କର ମୃତ୍ୟୁ ହୋଇଥିବା ବେଳେ ବଡ଼ଭାଇ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡ଼ା ଜିଲ୍ଲା…

ନଭେମ୍ବର ୨୧ରେ ଓଡ଼ିଶା ବିଧାନସଭାର ଉପବାଚସ୍ପତି ନିର୍ବାଚନ

ଭୁବନେଶ୍ବର: ନଭେମ୍ବର ୨୧ ତାରିଖରେ ହେବ ଓଡ଼ିଶା ବିଧାନସଭାର ଉପବାଚସ୍ପତି ନିର୍ବାଚନ। ୨୧ ତାରିଖ ସକାଳ ୯ଟା ୩୦ରେ ଉପବାଚସ୍ପତି ନିର୍ବାଚନ ହେବାନେଇ ସମସ୍ତ ସଦସ୍ୟଙ୍କୁ ଚିଠି ଜରିଆରେ ସୂଚୀତ କରିଛନ୍ତି ବିଧାନସଭା ସଚିବ। ରଜନୀକାନ୍ତ ସିଂହଙ୍କ ଇସ୍ତଫା ପରେ ଖାଲି…

ସୃଷ୍ଟି ହେଲା ଲଘୁଚାପ: ୧୫ରୁ ରାଜ୍ୟରେ ପୁଣି ବର୍ଷା; ଧୀବରଙ୍କୁ ସମୁଦ୍ର ମନା

ଭୁବନେଶ୍ୱର: ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି। ଏହି ଲଘୁଚାପ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବାର ସହ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଅବପାତର ରୂପ ନେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ, ଏହା ବାତ୍ୟା ରୂପ…

ରାଜ୍ୟ କ୍ୟାବିନେଟ ବୈଠକରେ ୧୨ଟି ପ୍ରସ୍ତାବ ପାରିତ: ଋଷିକୂଲ୍ୟାରେ ବ୍ୟାରେଜ ସାଙ୍ଗକୁ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପକୁ ମିଳିଲା ଅନୁମତି

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି | ଏଥିରେ ୧୨ଟି ପ୍ରସ୍ତାବ ପାରିତ ହୋଇଥିବାବେଳେ ପ୍ରମୁଖ ପ୍ରସ୍ତାବ ମଧ୍ୟରେ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପକୁ ଅନୁମୋଦନ ସାଙ୍ଗକୁ ଋଷିକୂଲ୍ୟା ନଦୀରେ ବ୍ୟାରେଜ ନିର୍ମାଣ ହେବ |…

AIIMSରେ ଖୋଲିଲା ଟ୍ରାଭେଲ ହେଲଥ୍‌ କ୍ଲିନିକ୍, ବିଦେଶ ଯାତ୍ରା ପୂର୍ବରୁ ନେଇ ପାରିବେ ପରାମର୍ଶ

ଭୁବନେଶ୍ବର : AIIMS ଭୁବନେଶ୍ୱରରେ ଖୋଲିଲା ଦେଶର ପ୍ରଥମ ଟ୍ରାଭେଲ ହେଲଥ୍‌ କ୍ଲିନିକ୍। ବିଦେଶ ଗସ୍ତ କରିବାକୁ ଯାଉଥିବା ଯାତ୍ରୀ ଏଠାରେ ବିଭିନ୍ନ ଦେଶର ଭିନ୍ନ ଭିନ୍ନ ରୋଗ ସମ୍ପର୍କରେ ଅବଗତ ହେବା ସହ ତାହାର ପ୍ରତିକାର ବିଷୟରେ ବି ଜାଣି…

ବୋରୱେଲ ଗାତରୁ ଉଦ୍ଧାର କରାଯାଇ ଥିବା ବୃଦ୍ଧା ମୃତ

ସୁବର୍ଣ୍ଣପୁର : ୧୮ ଘଣ୍ଟା ଧରି ଜୀବନ ଓ ମରଣ ସହ ସଂଗ୍ରାମ ହାରି ଗଲେ ୮୦ବର୍ଷୀୟ ବୃଦ୍ଧା। ପରିତ୍ୟକ୍ତ ବୋରୱେଲ ଗାତରୁ ଉଦ୍ଧାର କରାଯାଇ ଥିବା ବୃଦ୍ଧାଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର। ଏପରି ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା…

କୋଚିଂ ଡିପୋରେ ଲାଗିଲା ନିଆଁ, ଜଳିଗଲା ଟ୍ରେନ୍‌ ବଗି

ପୁରୀ : ପୁରୀ ରେଳ ଷ୍ଟେସନର କୋଚିଂ ଡିପୋରେ ଲାଗିଲା ନିଆଁ। କୋଚିଂ ଡିପୋରେ ଥିବା ଟ୍ରେନର ଏକ ବଗିରେ ନିଆଁ ଲାଗିଥିବା ଜଣାଯାଇଛି। ଅଗ୍ନିଶମ କର୍ମଚାରୀ ଅକ୍ଳାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତକୁ ଆଣିଥିବା ବେଳେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ…

ଶ୍ରୀମନ୍ଦିରରେ ପାନ, ଗୁଟଖା ମନା; ଜାନୁୟାରୀ ପହିଲାରୁ ନିୟମ କଡ଼ାକଡ଼ି

ପୁରୀ : ନୂଆ ବର୍ଷରୁ ଲାଗୁ ହେବ ନୂଆ ନିୟମ । ଜାନୁୟାରୀ ପହିଲାରୁ ଶ୍ରୀମନ୍ଦିର ପରିସରରେ ପାନ, ଗୁଟଖାକୁ କରାଯିବ ସମ୍ପୂର୍ଣ୍ଣ ନିଷେଧ । ଏଥିନିମନ୍ତେ ଆଜିଠୁ ସମସ୍ତଙ୍କୁ ସଚେତନ କରାଯିବ । ଏନେଇ ଛତିଶା ନିଯୋଗକୁ ଶ୍ରୀମନ୍ଦିର ପ୍ରଶାସନ…

ସ୍ବ-ଜାତିରେ ବାହା ହେବାକୁ ଝିଅମାନଙ୍କୁ ‘ଶପଥ’ କରାଇଲେ ‘ଡିଏମ୍‌କେ’ ସହଯୋଗୀ ଦଳର ନେତା

ଚେନ୍ନାଇ: ସ୍ବ-ଜାତି ବା ଆପଣା ସମ୍ପ୍ରଦାୟରେ ବିବାହ କରିବା ଲାଗି ତାମିଲନାଡୁର ଶାସକ ‘ଡିଏମ୍‌କେ’ର ଅନ୍ୟତମ ସହଯୋଗୀ ଦଳ ‘କୋଙ୍ଗୁ ନାଡୁ ମକ୍କଲ ଦେଶୀୟା କାତ୍‌ଚି’ର କୋଷାଧ୍ୟକ୍ଷ କେ.କେ.ସି. ବାଲୁ ଦଳେ ଝିଅଙ୍କୁ ‘ଶପଥ’ କରାଇଥିବା ଗୋଟାଏ ଭିଡିଓରେ ଦେଖାଯାଉଛି। ଏହି…