ବଣାଇ ଉପଖଣ୍ଡ ଚିକିତ୍ସାଳୟରେ ଡାଇଲିସିସ ସେଣ୍ଟର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବଣାଇ: ବଣାଇ ଗଡ ବ୍ଲକ କାର୍ଯ୍ୟାଳୟ ପରିସରରେ ଅଭାସି ମାଧ୍ୟମରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଣାଇ ଉପଖଣ୍ଡ ଚିକିତ୍ସାଳୟ ସମେତ ୧୬ ଗୋଟି ଡାଇଲିସିସ ସେଣ୍ଟର ଉଦଘାଟନ କରିଛନ୍ତି। ବଣାଇଁ ବିଡିଓ ଦିବ୍ୟ ଶଙ୍କର ଜୟପୁରିଆଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ହୋଇଥିବା…

ବଢ଼ିଲା ମାହାଙ୍ଗା ବିଧାୟକଙ୍କ ଅନ୍ତରୀଣ ସୁରକ୍ଷା

କଟକ : ହାଇକୋର୍ଟ ଆଜି ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷା ବୃଦ୍ଧି କରିଛନ୍ତି। ଏହି ସୁରକ୍ଷା ମିଆଦ ଫେବୃଆରୀ ୧୩ ଯାଏଁ ବୃଦ୍ଧି କରିଛନ୍ତି ହାଇକୋର୍ଟ। ଫଳରେ ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ…

ବାଲିଘାଟରୁ ବେଆଇନ ବାଲି ଉଠାଣ ରୋକ ବଳବତ୍ତର-ହାଇକୋର୍ଟ

କଟକ:ବାଲିଘାଟରୁ ବେଆଇନ ବାଲି ଉଠାଣ ମାମଲାରେ ହାଇକୋର୍ଟରେ ଉଭୟ ପକ୍ଷର ଯୁକ୍ତି ଉପସ୍ଥାପନ କରିଛନ୍ତି। ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ହାଇକୋର୍ଟ ପକ୍ଷରୁ ବାଲିଘାଟରୁ ବେଆଇନ ବାଲି ଉଠାଣ ଉପରେ ରୋକ ବଳବତ୍ତର ରଖାଯାଇଛି ବୋଲି ହାଇକୋର୍ଟ ପକ୍ଷରୁ ସୂଚନା…

ରସୁଣ କେଜି ୪୦୦ ଟଙ୍କା

କଟକ : ଏବେ ଗ୍ରାହକଙ୍କୁ କନ୍ଦାଉଛି ରସୁଣ। ସବୁ ରୋଷେଇରେ ଛୁଙ୍କ ଦେଉଥିବା ରସୁଣ କେଜି ଏବେ ୪୦୦ ଟଙ୍କା। ଶହେ ଗ୍ରାମ୍ କିଣିଲେ ୫୦ ଟଙ୍କା ନେଉଛନ୍ତି ବ୍ୟବସାୟୀ। ରସୁଣର ଏଭଳି ଅହେତୁକ ଦରବୃଦ୍ଧି ପୂର୍ବରୁ କେବେ ହୋଇନଥିଲା। ଗତ…

ମାଫିଆ ମାଡ଼ି ବସିଛନ୍ତି ୯୦୦ ଏକର ସରକାରୀ ଜମି: ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ପାଇଁ ଜାଗା ମିଳୁନି

କାଳିଆପାଣି: ଓଏମ୍‌ସି ଓ ଖଣି ବିଭାଗ ମଧ୍ୟରେ ଜମି ହସ୍ତାନ୍ତର ପ୍ରକ୍ରିୟା ସମାପନ ନହେଉଣୁ ମାଫିଆ ୯୦୦ ଏକରରୁ ଅଧିକ ସରକାରୀ ଜମି ମାଡ଼ି ବସିସାରିଲେଣି। ଗଛ କାଟି ଜାଗା ସମତଳ କରିବା ସହ ସିମେଣ୍ଟ ଖୁଣ୍ଟ ଓ ମାଙ୍କଡ଼ା ପଥର…

ଉତ୍ତର ଓଡ଼ିଶାରେ ହାଲୁକା ବର୍ଷା ହୋଇପାରେ

ଭୁବନେଶ୍ବର: ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଉତ୍ତର ଅଭ୍ୟନ୍ତରୀଣ ଓ ଉତ୍ତର ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ଶୁକ୍ରବାର ସକାଳ ସୁଦ୍ଧା ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ ଏବଂ ପରବର୍ତ୍ତୀ ୨୪ ଘଣ୍ଟାରେ ଯାଜପୁର, ବାଲେଶ୍ବର, ଭଦ୍ରକ,…

ସ୍ଥାଣୁ ଆର୍‌ଡିଏ ଓ ଗୃହନିର୍ମାଣ ସଂସ୍ଥା: ପ୍ରସ୍ତାବରେ ଅଟକିଛି ବାସଗୃହ ପ୍ରକଳ୍ପ

ରାଉରକେଲା: ଦେଶର ସ୍ମାର୍ଟସିଟି ତାଲିକାରେ ସ୍ଥାନ ପାଇଛି ରାଉରକେଲା। କିନ୍ତୁ ସହର ଯେତିକି ସ୍ମାର୍ଟ ହେବା କଥା, ଆଜି ପର୍ଯ୍ୟନ୍ତ ତାହା ହୋଇପାରିନି। ପ୍ରାୟ ୭ ଲକ୍ଷ ଲୋକ ବାସ କରୁଥିବା ଇସ୍ପାତ ସହରରେ ବାସଗୃହ ବଡ଼ ସମସ୍ୟାଭାବେ ଉଭା ହୋଇଛି।…

ଦୁଇଗୁଣ ବଢ଼ିଲା ଚିଲିକା ବୋଟ୍ ଭଡ଼ା: ଘରୋଇ ୧୦୦, ଓଟିଡିସିର ୨୦୦

ବାଲୁଗାଁ: ଚିଲିକାରେ ବଢ଼ିଲା ବୋଟ୍ ଭଡ଼ା। ଦୁଇ ମାସ ତଳେ ପର୍ଯ୍ୟଟକମାନେ ଯେଉଁଠି ୧୦୬ଟଙ୍କାର ଟିକେଟ୍‌ କାଟି ମା’ କାଳୀଜାଇଙ୍କ ଦର୍ଶନ କରିବାର ସୁଯୋଗ ପାଉଥିଲେ, ଆଜି ତାକୁ ଦ୍ବିଗୁଣିତ କରାଯାଇଛି। ପ୍ରାଇଭେଟ୍ ବୋଟ୍‌ ଚାଳକ ସଂଘ ନିଜର ବୋଟ୍ ଭଡ଼ା…

ମାନବିକତା ଦେଖାଇଲେ ବସ୍‌ କର୍ମଚାରୀ: ହୃଦ୍‌ଘାତ ପରେ ରୋଗୀଙ୍କୁ ଡାକ୍ତରଖାନା ଆଣି ବଞ୍ଚାଇଦେଲେ

ଅନୁଗୁଳ: ହୃଦ୍‌ଘାତରେ ପୀଡ଼ିତ ଜଣେ ଯାତ୍ରୀଙ୍କୁ ଏକ ବସ୍‌ର ଡ୍ରାଇଭର୍‌ ଓ କଣ୍ଡକ୍ଟର୍‌ ଡାକ୍ତରଖାନାରେ ପହଞ୍ଚାଇ ତାଙ୍କୁ ନୂଆ ଜୀବନ ଦେଇଛନ୍ତି। ସୂଚନା ଅନୁଯାୟୀ, ଢେଙ୍କାନାଳ ଜିଲ୍ଲା ରାସୋଳରୁ ଲକ୍ଷ୍ମୀଶ୍ରୀ ନାମକ ଏକ ବସ୍‌ ବଅଁରପାଳ ଦେଇ ଅନୁଗୁଳ ବସଷ୍ଟାଣ୍ଡକୁ ଆସୁଥିଲା।…

ନୂଆ ଅଞ୍ଚଳରେ ବାଘ ଚିହ୍ନଟ: ରିପୋର୍ଟ ଆସୁନି, ଉତ୍କଣ୍ଠା ବଢ଼ାଉଛି ଶିମିଳିପାଳ

ଭୁବନେଶ୍ବର: ଓଡ଼ିଶାରେ କେତେ ମହାବଳ ଅଛନ୍ତି? କେନ୍ଦ୍ର ସରକାରଙ୍କ ଗଣନାରେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ତାହା ସତ୍ୟ କି? ନା‌ ଅଧିକ ସଂଖ୍ୟକ ମହାବଳ ଓଡ଼ିଶା ଜଙ୍ଗଲରେ ରହିଛନ୍ତି? ଏଭଳି ଦ୍ବନ୍ଦ୍ବ ଉପରୁ ପରଦା ହଟାଇବାକୁ ରାଜ୍ୟ ସରକାର ନିଜସ୍ବ…