November 2024

ଆସନ୍ତା ୨୩ରେ ମନ୍ତ୍ରୀ ପରିଷଦ ବୈଠକ, ଅତିରିକ୍ତ ବଜେଟ୍‌କୁ ଅନୁମୋଦନ, ୨୬ରେ ବିଧାନସଭା

ଭୁବନେଶ୍ବର ୨୧।୧୧: ଆସନ୍ତା ୨୩ ତାରିଖରେ ମନ୍ତ୍ରୀ ପରିଷଦ ବୈଠକ । ସେହିଦିନ ଅପରାହ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ରାଜ୍ୟର ଅତିରିକ୍ତ ବଜେଟ୍ ଉପରେ ଆଲୋଚନା କରାଯିବ ।…

ଡେଣ୍ଟାଲ ସର୍ଜନ ନିଯୁକ୍ତି ମାମଲା, ଓଡିଶା ଲୋକସେବା ଆୟୋଗ ଉପରେ ବର୍ଷିଲେ ହାଇକୋର୍ଟ

କଟକ: ହାଇକୋର୍ଟରେ ଡେଣ୍ଟାଲ ସର୍ଜନ ନିଯୁକ୍ତି ମାମଲା। ଓଡିଶା ଲୋକସେବା ଆୟୋଗ ଉପରେ ବର୍ଷିଲେ ହାଇକୋର୍ଟ। ଓପିଏସସି ଅଧ୍ୟକ୍ଷ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ। ନିଯୁକ୍ତିରେ ଅନିୟମିତତା ନେଇ ହୋଇଛି ଅଭିଯୋଗ। ଡେଣ୍ଟାଲ ସର୍ଜନ ମେରିଟ ଲିଷ୍ଟ ମଗାଇଥିଲେ ହାଇକୋର୍ଟ।…

ଡ୍ୟୁଟି ବେଳେ ଚାଲିଗଲା ଜୀବନ,ପାଟ୍ରୋଲିଂ ବେଳେ ଟଳିପଡିଲେ ବନ କର୍ମଚାରୀ

କେନ୍ଦ୍ରାପଡା ୨୧/୧୧: ମଝି ସମୁଦ୍ରରେ ଚାଲିଗଲା ଜୀବନ । ପାଟ୍ରୋଲିଂ ବେଳେ ଟଳିପଡିଲେ ବନ କର୍ମଚାରୀ । କେନ୍ଦ୍ରାପଡା ରାଜନଗର ବ୍ଲକ ବନବିଭାଗର ବିରଳ ଅଲିଭ ରିଡ୍‌ଲେ କଇଁଛଙ୍କ ସୁରକ୍ଷା ପାଇଁ ପାଟ୍ରୋଲିଂ ଚାଲିଥିବାବେଳେ ଘଟିଛି ଅଘଟଣ । ସମୁଦ୍ର ମଝିରେ…

କଟକ ଓ କେନ୍ଦ୍ରାପଡାରେ ଅଗ୍ନିକାଣ୍ଡ

କଟକ : କଟକରେ ଗୁରୁବାର ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ବକ୍ସି ବଜାର ମଣିସାହୁ ଛକ ନିକଟସ୍ଥ ଏକ ଇଲକ୍ଟ୍ରୋନିକ ମରାମତି ଦୋକାନରେ ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ, ୱାସିଂମେସିନ, କୁଲର ସଜଡା ଦୋକାନରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ଅନେକ ସାମଗ୍ରୀ…

ବୈଦ୍ୟେଶ୍ୱରଟି ସେତୁ ନିକଟରୁ ୨୬ଗୋରୁ ଉଦ୍ଧାର: ୨ ଗାଈ ମୃତ, ୨ ବେପାରୀ ଗିରଫ

ବାଙ୍କୀ : ଆଜି ଭୋର ସମୟ ବାଙ୍କୀ ବ୍ଲକ ଅନ୍ତର୍ଗତ ବୈଦେଶ୍ଵର ଥାନା ପୁଲିସ ପକ୍ଷରୁ ଗୋରୁ ଚାଲାଣ ଖବର ପାଇ ହୋଇଥିଲା ଚଢ଼ାଉ କରାଯାଇଥିଲା। ଖବର ପାଇ ପୁଲିସ ଗୋରୁ ଗାଡିକୁ ଜବତ ପାଇଁ ଉଦ୍ୟମ କରିଥିବାବେଳେ ଗୋ ବେପାରୀ…

ଏଥର ଅଙ୍ଗନବାଡ଼ି କର୍ମୀଙ୍କୁ ମିଳିବ ସୁଭଦ୍ରା ଟଙ୍କା; ୨୪ରେ ପାଇବେ ୨୦ ଲକ୍ଷ ମହିଳା

ଭୁବନେଶ୍ବର : ଆସନ୍ତା ୨୪ ତାରିଖରେ ଆସିବ ‘ସୁଭଦ୍ରା’ର ତୃତୀୟ ପର୍ଯ୍ୟାୟ ପ୍ରଥମ କିସ୍ତି ଟଙ୍କା। ଏଥର ତୃତୀୟ ପର୍ଯ୍ୟାୟରେ ସାମିଲ ହେବେ ସମସ୍ତ ଅଙ୍ଗନବାଡ଼ି କର୍ମୀ। ସମସ୍ତଙ୍କର ଯାଞ୍ଚ ସରିଛି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏଥିସହ ସୁଭଦ୍ରା…

ବିଜେପି ବିଧାୟକଙ୍କୁ ଆକ୍ରମଣ ମାମଲାରେ ୧୦ ଜଣଙ୍କୁ ବାନ୍ଧିଲା ପୁଲିସ୍‌

ଭୁବନେଶ୍ବର : ବିଜେପି ବିଧାୟକଙ୍କୁ ଆକ୍ରମଣ ମାମଲାରେ ୧୦ ଜଣଙ୍କୁ ବାନ୍ଧିଲା ପୁଲିସ୍‌। ବିଧାୟକଙ୍କ ପିଏସ୍‌ଓଙ୍କ ଏତଲା ଆଧାରରେ ପୁଲିସ୍‌ ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ପରେ ସେମାନଙ୍କୁ ଯାଜପୁର SDJM କୋର୍ଟରେ ହାଜର କରାଇଛି। କୋର୍ଟ ସେମାନଙ୍କ ଜାମିନ୍‌…

ଓଡ଼ିଶାରେ ହେବ ମତ୍ସ୍ୟ ଓ ପଶୁ ସମ୍ପଦ ବିଶ୍ୱ ବିଦ୍ୟାଳୟ

ଭୁବନେଶ୍ବର : ଓଡ଼ିଶାରେ ହେବ ମତ୍ସ୍ୟ ଓ ପଶୁ ସମ୍ପଦ ବିଶ୍ୱ ବିଦ୍ୟାଳୟ। ଏ ନେଇ ଆରମ୍ଭ ହୋଇଛି ପ୍ରକ୍ରିୟା। ସେପଟେ ସମ୍ବଲପୁରରେ ୧୦୦ ଏକର ଜମିରେ ହେବ ଆକୁଆ ପାର୍କ। ମଧୁର ମାଛ ଉତ୍ପାଦନରେ ଆତ୍ମନିର୍ଭର ହେବ ଓଡ଼ିଶା। ସାରା…

ଆସନ୍ତାକାଲି ଭଙ୍ଗାଯିବ ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ

ନୂଆଦିଲ୍ଲୀ :ଆସନ୍ତାକାଲି ସକାଳ ୮ଟାରେ ଭଙ୍ଗାଯିବ ବିବାଦୀୟ ବୈକୁଣ୍ଠଧାମ୍‌ ଆଶ୍ରମ। ବୈକୁଣ୍ଠଧାମ ଆଶ୍ରମ ଭାଙ୍ଗିବା ପାଇଁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ଘୋଷଣା କରିଛି। ଜିଏ, ଭୁବନେଶ୍ୱର ମହାନଗର ନିଗମ ନିଗମ (ବିଏମ୍‌ସି) ଓ କମିଶନରେଟ୍ ପୁଲିସ ମିଳିତ ଭାବେ ଆଶ୍ରମ ଭାଙ୍ଗିବେ।…

ଭାରତ-ଆମେରିକା ପ୍ରତିରକ୍ଷା ସହଯୋଗକୁ ରାଜନାଥ ଓ ଲଏଡଙ୍କ ପ୍ରଶଂସା

ନୂଆଦିଲ୍ଲୀ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଆମେରିକାର ପ୍ରତିରକ୍ଷା ସଚିବ ଲଏଡ୍ ଅଷ୍ଟିନ୍ ଭାରତ-ଆମେରିକା ପ୍ରତିରକ୍ଷା ଭାଗିଦାରୀରେ ବୃଦ୍ଧି ପାଇଥିବା ଅଗ୍ରଗତିକୁ ପ୍ରଶଂସା କରିଛନ୍ତି। ଗୁରୁବାର ଲାଓସର ଭିଏଣ୍ଟିଆନେଠାରେ ଅନୁଷ୍ଠିତ ଏକାଦଶ ଆସିଆନ ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଠକ-ପ୍ଲସ୍ ଅବସରରେ…