ଆସୁଛି ଆଉ ଏକ ଲଘୁଚାପ, ୨୧ରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ, ଶୀତ ବଢିବାର ସମ୍ଭାବନା

ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ । ବଙ୍ଗୋପସାଗରରେ ଲଘୁଚାପ ନେଇ ପାଣିପାଗ ବିଭାଗର ପୂର୍ବାନୁମାନ । ୨୧ରେ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ଆସନ୍ତା ୨୩ ତାରିଖରେ ଏହା ଅଧିକ ଘନିଭୂତ ହୋଇ ଦକ୍ଷିଣ-ପଶ୍ଚିମ ବଙ୍ଗୋପ…

ବେଦାନ୍ତ ଜମି ଫେରାଇବା ପ୍ରସଙ୍ଗ: ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯିବ କହିଲେ ମନ୍ତ୍ରୀ

ବେଦାନ୍ତ ବିଶ୍ୱବିଦ୍ୟାଳୟ ଜମି ଫେରାଇବା ପ୍ରସଙ୍ଗ। କ୍ଷତିପୂରଣ ରାଶି ଛାଡ଼ ପାଇଁ ଦାବି ହେଲେ ବିଚାର କରିବେ ସରକାର । ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ଚାଷୀଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ।…

ଭରତପୁର ଥାନା ମାମଲା: ଉଭୟ ପକ୍ଷଙ୍କୁ ପଚରାଉଚରା କଲେ ତଦନ୍ତ କମିସନ

ଭୁବନେଶ୍ବର: ଭରତପୁର ଥାନାରେ ମେଜର ଓ ତାଙ୍କର ବାନ୍ଧବୀଙ୍କୁ ପୁଲିସର ଦୁର୍ବ୍ୟବହାର ଓ ନିର୍ଯାତନା ଅଭିଯୋଗର ତଦନ୍ତ ଜାରି ରହିଛି। ଆଜି ଏହି ଘଟଣାରେ ଜଷ୍ଟିସ ଚିତ୍ତରଞ୍ଜନ ଦାସ କମିସନ ତଦନ୍ତ କରିଛନ୍ତି। କମିସନ ନିଜେ ଆଜି ସ୍ପଟ୍‌ ଭିଜିଟ୍‌ କରିଛନ୍ତି।…

ରାଜଧାନୀରେ ୧୧୬ ବସ୍ତି ବାସିନ୍ଦାଙ୍କୁ ମିଳିଲା ଘର

ରାଜଧାନୀ ଭୁବନେଶ୍ୱରରେ ୧୧୬ ବସ୍ତି ବାସିନ୍ଦାଙ୍କୁ ମିଳିଲା ଫ୍ଲାଟ୍‌। ଇଡିକଲ୍‌ ଅଡିଟୋରିୟମରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗଦେଇ ହିତାଧିକାରୀଙ୍କୁ ଆବଣ୍ଟନ ପତ୍ର ବଣ୍ଟନ କରିଛନ୍ତି। ଆଜି ମୋଟ୍‌ ୧୧୬…

ବ୍ରହ୍ମପୁର ଡିଭିଜନ୍ ଡିଜିଏମ୍ ସୁବାସ ଚନ୍ଦ୍ର ପଣ୍ଡା ଗିରଫ

ଭୁବନେଶ୍ୱର : ଓଡ଼ିଶା ପୋଲିସ ହାଉସିଂ ୱେଲଫେୟାର କର୍ପୋରେସନ୍ ବ୍ରହ୍ମପୁର ଡିଭିଜନ୍ ଡିଜିଏମ୍ ସୁବାସ ଚନ୍ଦ୍ର ପଣ୍ଡା ଗିରଫ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । ଗତକାଲି ରେଡ ବେଳେ ସୁବାସଙ୍କ ଘରୁ ବିପୁଳ ସମ୍ପତ୍ତି…

ଅଫିସ୍‌ରେ ପଶି ଅତିରିକ୍ତ ତହସିଲଦାରଙ୍କୁ ଟଣାଓଟରା କଲେ ମହିଳା

ବଲାଙ୍ଗିର: ଅତିରିକ୍ତ ତହସିଲଦାରଙ୍କ ଅଫିସ୍‌ରେ ପଶିଲେ ଗାଁର ଶତାଧିକ ମହିଳା। ପରେ ଯୁକ୍ତିତର୍କ କଲେ ଓ ଅତିରିକ୍ତ ତହସିଲଦାରଙ୍କ ସାର୍ଟ କଲର ଧରି ଟଣାଓଟରା କଲେ। ମହିଳାଙ୍କ ଏପରି ହଙ୍ଗାମା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଦେଓଗାଁ ତହସିଲ୍‌ ଅଫିସ୍‌ରେ। ସତିଘାତ…

କ୍ୟାପିଟାଲ୍‌ ହସ୍‌ପିଟାଲରେ ବଢ଼ିବ ଆଇସିୟୁ ଶଯ୍ୟା; ରୋଗୀ ପାଇବେ ଉନ୍ନତ ଚିକିତ୍ସା

ଭୁବନେଶ୍ବର: ରୋଗୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କ୍ୟାପିଟାଲ ହସ୍ପିଟାଲରେ ଆଗାମୀ ଦିନରେ ଆହୁରି ଅତ୍ୟାଧୁନିକ ଚିକିତ୍ସା ସେବା ଯୋଗାଇ ଦେବାକୁ ନିଷ୍ପତ୍ତି ନିଆଯାଇଛି। ଏଠାରେ ଉନ୍ନତମାନର ଚିକିତ୍ସା ସେବା ସହିତ ଅନ୍ୟ ସୁବିଧା ମଧ୍ୟ ଦିଆଯିବାକୁ ଗୁରୁତ୍ବ ଦିଆଯଉଛି। ଏହି କ୍ରମରେ…

କୋର୍ଟଙ୍କ ବଡ଼ ରାୟ: ଶରୀରକୁ ନେଇ ସ୍ୱାମୀଙ୍କ ସମ୍ପର୍କୀୟ ଆକ୍ଷେପ କରିବା ଘରୋଇ ହିଂସା

ଶାଶୁ ଘର ଲୋକଙ୍କ ସମେତ ସ୍ୱାମୀଙ୍କ ସମ୍ପର୍କୀୟମାନେ ଯଦି ଜଣେ ମହିଳାଙ୍କ ଶରୀର ଓ ବେଶଭୂଷାକୁ ନେଇ ଆକ୍ଷେପ କରିବେ, ତା’ହେଲେ ଏହାକୁ ଘରୋଇ ହିଂସା ଭାବେ ବିବେଚନା କରାଯିବ। କେରଳ ହାଇକୋର୍ଟ ଏପରି ଏକ ରାୟ ଦେଇଛନ୍ତି। ଅନେକ ସମୟରେ…

ମଣ୍ଡିରେ ଦଲାଲଙ୍କୁ ହେବ ପାଟ୍ରୋଲିଂ, ଚାଷୀ ଉପଯୁକ୍ତ ମୂଲ୍ୟ ପାଉଛି କି ନାହିଁ କରିବେ ତଦାରଖ: ମନ୍ତ୍ରୀ ସୁରେଶ ପୂଜାରୀ

ଭୁବନେଶ୍ୱର : କାଲିଠୁ ଆରମ୍ଭ ହେବ ଧାନ କିଣା । ଚାଷୀ ପ୍ରସ୍ତୁତ ,ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ମୁଁ ମଧ୍ୟ ପ୍ରସ୍ତୁତ । କାଲିଠୁ ବରଗଡରେ ଏବଂ ୨୧ ତାରିଖରେ ସମ୍ବଲପୁରରେ ଧାନ କିଣିବେ ସରକାର । ଏହି ଦୁଇଟି ଜିଲ୍ଲା ଧାନ…

ବିନୋଦ ତାୱଡେଙ୍କ ବିରୁଦ୍ଧରେ ମାମଲା ରୁଜୁ କଲେ ନିର୍ବାଚନ ଆୟୋଗ

ମହାରାଷ୍ଟ୍ର ବିଜେପି ସାଧାରଣ ସମ୍ପାଦକ ବିନୋଦ ତାୱଡେଙ୍କ ବିରୁଦ୍ଧରେ ମାମଲା ରୁଜୁ କଲେ ନିର୍ବାଚନ ଆୟୋଗ। ଭୋଟ୍ ପାଇଁ ଟଙ୍କା ବାଣ୍ଟିଥିବା ଅଭିଯୋଗ ଆସିବା ପରେ ନିର୍ବାଚନ ଆୟୋଗ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛନ୍ତି। ବହୁଜନ ବିକାଶ ଅଗାଡି (BVA)…