ଶ୍ରୀଲଙ୍କାରେ ବାତ୍ୟା ‘ଦିତହା’ ତାଣ୍ଡବ; ୫୬ ମୃତ

ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ତାଣ୍ଡବ ସୃଷ୍ଟି କରିବା ପରେ ଘୂର୍ଣ୍ଣିଝଡ଼ ଦିତହା ଭାରତକୁ ବିପଦରେ ପକାଇଛି। ଏହି ଭୟଙ୍କର ବାତ୍ୟା ଶ୍ରୀଲଙ୍କା ଉପକୂଳରୁ ଧୀରେ ଧୀରେ ଭାରତ ଆଡକୁ ମୁହାଁଇଛି। ବାତ୍ୟା ଦିତହା ପ୍ରଭାବରେ ଏପର୍ଯ୍ୟନ୍ତ ଶ୍ରୀଲଙ୍କାରେ ୫୬ ଜଣଙ୍କର ମୃତ୍ୟୁ ଘଟିଛି।…

ଶ୍ରୀମନ୍ଦିରକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ଶୁଭଙ୍କର ମିଶ୍ର

ଭୁବନେଶ୍ବର : ଶ୍ରୀମନ୍ଦିର ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ପଡ଼ିଛନ୍ତି ଲୋକପ୍ରିୟ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଶୁଭଙ୍କର ମିଶ୍ର। ପ୍ରେମୀ ଯୁଗଳ ବିବାହ ପୂର୍ବରୁ ଶ୍ରୀମନ୍ଦିରକୁ ଗଲେ ସେମାନଙ୍କ ସମ୍ପର୍କ ଭାଙ୍ଗିଯାଏ ବୋଲି ଶୁଭଙ୍କର ଏକ ପଡକାଷ୍ଟରେ କହିବା ପରେ…

ଭାରତ ଆସିବେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ

ନୂଆଦିଲ୍ଲୀ : ଡିସେମ୍ବର ୪ ତାରିଖରେ ୨ ଦିନିଆ ଭାରତ ଗସ୍ତରେ ଆସିବେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ । ଡିସେମ୍ବର ୨୦୨୧ ପରେ ଏହା ତାଙ୍କର ପ୍ରଥମ ଦ୍ୱିପାକ୍ଷିକ ଭାରତ ଗସ୍ତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣରେ ପୁଟିନ ଭାରତ…

କାନାଡାରେ କପିଲଙ୍କ କାଫେରେ ଗୁଳିକାଣ୍ଡ; ଦିଲ୍ଲୀରୁ ସୁଟର ଗିରଫ

ନୂଆଦିଲ୍ଲୀ: କାନାଡାରେ କପିଲ ଶର୍ମାଙ୍କ କେଏପିସ୍ କାଫେରେ ଗୁଳିକାଣ୍ଡରେ ସମ୍ପୃକ୍ତ ମୁଖ୍ୟ ସୁଟର ବନ୍ଧୁ ମାନ ସିଂହ ସେଖୋନଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚ। ସୂଚନା ଅନୁଯାୟୀ, ଗୁଳିକାଣ୍ଡ ପରେ ସେ ଭାରତ ପଳାଇ ଆସିଥିଲା। ସେ ଲରେନ୍ସ ବିଷ୍ନୋଇ…

ବିଶ୍ବ ଦରବାରରେ ପୁଣି ଚମକିବ ଡଙ୍ଗରିଆଙ୍କ ‘କାପଡ଼ାଗୁନ୍ଦା’: ନିୟମଗିରି ସାଲ୍ କଳାକୃତିକୁ ମିଳିବ ନୂଆ ପରିଚୟ

କୋରାପୁଟ : ପୁଣି ଚମକିବ ନିୟମଗିରିର କପଡାଗୁନ୍ଦା। ନୂଆ ଡିଜାଇନ ସହ ବଜାରକୁ ଆସିବ ବିରଳ ଜନଜାତି ତାଙ୍ଗରିଆଙ୍କ କପଡ଼ାଗୁନ୍ଦା କଳାକୃତି। ଶହ ଶହ ବର୍ଷ ଧରି ରାୟଗଡା ଓ କଳାହାଣ୍ଡି ଜିଲ୍ଲାର ନିୟମଗିରି ଅଞ୍ଚଳର କଲ୍ୟାଣସିଂହପୁର, ବିଷମକଟକ, ମୁନିଗୁଡା, ଲାଞ୍ଜିଗଡ…

ବାରବାଟୀ ମ୍ୟାଚ୍‌: ବାଲିଯାତ୍ରା ପଡ଼ିଆରେ ହେବ ଫ୍ୟାନ ପାର୍କ

କଟକ : ବାରବାଟୀ ଷ୍ଟାଡିଅମରେ ହେବାକୁ ଥିବା ଟି-୨୦ ମ୍ୟାଚରେ ଓଡିଶା କ୍ରିକେଟ ଆସୋସିଏସନ(ଓସିଏ) ପକ୍ଷରୁ ବାଲିଯାତ୍ରାର ତଳ ଓ ଉପର ପଡିଆରେ ଫ୍ୟାନ୍‌ ପାର୍କ କରାଯିବ। ଯେଉଁ ଦର୍ଶକମାନେ ଷ୍ଟାଡିଅମରେ ଖେଳ ଦେଖିବାକୁ ବଞ୍ଚିତ ହେବେ ସେମାନେ ସୁରୁଖୁରୁରେ ଉକ୍ତ…

ସମ୍ବଲପୁରରେ ମଣ୍ଡି ଖୋଲିଲା, କିନ୍ତୁ ହେଲାନି ଧାନ ସଂଗ୍ରହ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ସମ୍ବଲପୁର ଏବଂ କୁଚିଣ୍ଡା ଉପଖଣ୍ଡରେ ମଣ୍ଡି ଖୋଲିଲା କିନ୍ତୁ ଧାନ ସଂଗ୍ରହ ଆରମ୍ଭ ହେଲା ନାହିଁ। ମିଲରମାନେ ଧାନ ସଂଗ୍ରହ ପ୍ରକ୍ରିୟାରେ ଭାଗ ନେବା ଲାଗି ସହମତି ପ୍ରକାଶ ନ କରିବାରୁ ଗୋଟିଏ ବି ବସ୍ତା…

ପଦ୍ମ ଧରିଲେ ତାଳଚେର ପୌରାଧ୍ୟକ୍ଷଙ୍କ ସମେତ ୧୩ କାଉନସିଲର

ତାଳଚେର : ତାଳଚେରରେ ବିଜେପିର ଅପରେସନ ଲୋଟସ। ଶୁକ୍ରବାର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ପଦ୍ମ ଧରିଛନ୍ତି ତାଳଚେର ପୌର ପରିଷଦ ଅଧ୍ୟକ୍ଷ ପବିତ୍ର ଭୂତିଆ। ପୌର ପରିଷଦ ଅଧ୍ୟକ୍ଷଙ୍କ ସମେତ ୧୩ କାଉନସିଲର ମଧ୍ୟ ବିଜେପିରେ ସାମିଲ…

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶା ମଣ୍ଡପକୁ ଶ୍ରେଷ୍ଠ ପୁରସ୍କାର

ନୂଆଦିଲ୍ଲୀ/ଭୁବନେଶ୍ଵର: ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ପରିସରରେ ଆୟୋଜିତ ୪୪ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୫ର ଅନ୍ତିମ ତିଥିରେ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛି ଓଡ଼ିଶା ପାଭିଲିୟନ୍। ଏ ସମ୍ପର୍କରେ ବାଣିଜ୍ୟ ମେଳାର ଆୟୋଜକ ଭାରତ ବାଣିଜ୍ୟିକ ପ୍ରୋତ୍ସାହନ…

ମହାବିଦ୍ୟାଳୟକୁ ଜବରଦଖଲମୁକ୍ତ କରିବା ଲାଗି ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି: ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

ଭୁବନେଶ୍ବର: ଆଉ ଜବରଦଖଲକାରୀଙ୍କୁ ନିସ୍ତାର ନାହିଁ। ରାଜ୍ୟର ସମସ୍ତ କଲେଜରୁ ହଟିବ ଜବରଦଖଲ। ଆଜି ଏନେଇ ବିଧାନସଭାରେ ସୂଚନା ଦେଇଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ସେ କହିଛନ୍ତି, ଭଦ୍ରକ ମହିଳା ମହାବିଦ୍ୟାଳୟରେ କେତେକ ଲୋକ ଜବରଦଖଲ କରିଥିଲେ। ଆମ…