2026

ପୋଲିସ ଗୁଳିରେ ଟଳିଲେ ୨ ମାଓବାଦୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଵିଜାପୁର ଜିଲ୍ଲାରେ ଏନକାଉଣ୍ଟର । ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ ଘଟି ଦୁଇ ମାଓବାଦୀ ନିହତ ହୋଇଛନ୍ତି । ଘଟଣାସ୍ଥଳରେ ଟପ୍ ମାଓନେତା ପାପା ରାଓ ଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଏବେ…

ଇଣ୍ଡିଗୋ ବିମାନ ବିଭ୍ରାଟ ଘଟଣା : ଯାତ୍ରୀଙ୍କୁ ମିଳିବ ୧୦ ହଜାର ଟଙ୍କାର ଭାଉଚର

ନୂଆଦିଲ୍ଲୀ : ଯାତ୍ରୀଙ୍କୁ ଇଣ୍ଡିଗୋ ଏୟାରଲାଇନ୍ସ ଦେବ କ୍ଷତିପୂରଣ । ଇଣ୍ଡିଗୋକୁ ନିର୍ଦ୍ଦେଶ ଦେଇଛି ଡିଜିସିଏ । ଡିସେମ୍ବର ୨୦୨୫ ପ୍ରାରମ୍ଭରେ ଇଣ୍ଡିଗୋ ଏୟାରଲାଇନ୍ସ କିଛି ପରିଚାଳନାଗତ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଅନେକ ଉଡ଼ାଣ ବାତିଲ ହୋଇଥିଲା ଏବଂ ଅନେକ…

ବିକ୍ଷୋଭକାରୀଙ୍କୁ ଦମନ କରିବାକୁ ଇରାକ ଆତଙ୍କବାଦୀଙ୍କୁ ଭଡ଼ାରେ ଆଣିଲା ଇରାନ

ତେହେରାନ: ଇରାନର ଚାଲିଥିବା ଜନସାଧାରଣଙ୍କ ବିକ୍ଷୋଭ ଦିନକୁ ଦିନ ଉଗ୍ରରୂପ ଧାରଣ କରୁଥିବାବେଳେ ସ୍ଥିତି ସରକାରଙ୍କ ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି। ବିକ୍ଷୋଭକାରୀଙ୍କୁ ଦମନ କରିବାକୁ ଇରାନ ସରକାର ସେନାକୁ ନିୟୋଜିତ କରିଛନ୍ତି। ସେନା କାର୍ଯ୍ୟାନୁଷ୍ଠାନରେ ତିନି ହଜାରରୁ ଅଧିକ ଲୋକ ପ୍ରାଣ…

ସଂସଦୀୟ ଗଣତନ୍ତ୍ରରେ ବାଚସ୍ପତିଙ୍କ ଭୂମିକା ଅନନ୍ୟ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ନୂଆଦିଲ୍ଲୀର ସମ୍ବିଧାନ ସଦନର କେନ୍ଦ୍ରୀୟ ହଲରେ ଆୟୋଜିତ ରାଷ୍ଟ୍ରମଣ୍ଡଳ ବାଚସ୍ପତି ଏବଂ ପୀଠାସୀନ ଅଧିକାରୀଙ୍କ ୨୮ତମ ସମ୍ମିଳନୀ (ସିଏସପିଓସି)କୁ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଏକ ସଂସଦୀୟ ଗଣତନ୍ତ୍ରରେ…

୧ ହଜାର ଷଣ୍ଢଙ୍କୁ ନେଇ ଆରମ୍ଭ ପାଲାମେଡୁ ଜଲ୍ଲିକଟ୍ଟୁ

ମଦୁରାଇ: ତାମିଲନାଡୁର ମଦୁରାଇ ଜିଲ୍ଲାରେ ମଟ୍ଟୁ ପୋଙ୍ଗଲର ପବିତ୍ର ଅବସରରେ ଆୟୋଜିତ ବିଶ୍ୱ ପ୍ରସିଦ୍ଧ ପାଲାମେଡୁ ଜଲ୍ଲିକଟ୍ଟୁ ଶୁକ୍ରବାର ଆରମ୍ଭ ହୋଇଛି। ତାମିଲ ସଂସ୍କୃତି ସହିତ ଗଭୀର ଭାବରେ ଜଡିତ ଜଲ୍ଲିକଟ୍ଟୁ ପୋଙ୍ଗଲ ଉତ୍ସବର ତୃତୀୟ ଦିନରୁ ଆରମ୍ଭ ହୋଇଥାଏ ।…

ନିଜ ନୋବେଲ୍ ପୁରସ୍କାରକୁ ଟ୍ରମ୍ପଙ୍କୁ ଉପହାର ଦେଲେ ମାଚାଡୋ

ନୂଆଦିଲ୍ଲୀ: ଭେନେଜୁଏଲାର ବିରୋଧୀ ଦଳ ନେତା ମାରିଆ କୋରିନା ମାଚାଡୋ ଗୁରୁବାର ହ୍ୱାଇଟ୍ ହାଉସ୍ ବୈଠକରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ତାଙ୍କର ନୋବେଲ୍ ଶାନ୍ତି ପୁରସ୍କାର ପଦକ ପ୍ରଦାନ କରିଥିଲେ, କାରଣ ସେ ଦକ୍ଷିଣ ଆମେରିକୀୟ ଦେଶର ରାଜନୈତିକ ଭବିଷ୍ୟତକୁ…

କାର ଝରକା ଭାଙ୍ଗି ଭିତରକୁ ପଶିଲା ନୀଳଗାଈ, ୪ ବର୍ଷ ଝିଅ ମୃତ

ଗୁନା: ମଧ୍ୟପ୍ରଦେଶର ଗୁନାରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଏକ ନୀଳଗାଈ କାରର ଝରକା ଭାଙ୍ଗି ଭିତରକୁ ପଶିଗଲା । ଏହି ଦୁର୍ଘଟଣାରେ ଏକ ଚାରି ବର୍ଷର ଝିଅର ମୃତ୍ୟୁ ଘଟିଛି । ପୋଲିସ କହିଛି ଯେ ଝିଅଟି…

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ପାଇଁ ଅଧିସୂଚନା ଜାରି, ୨୦ରେ ଦଳକୁ ମିଳିବ ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ

ନୂଆଦିଲ୍ଲୀ : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ପାଇଁ ନୋଟିଫିକେସନ ଜାରି ହୋଇଛି । ଆସନ୍ତା ୨୦ ତାରିଖରେ ବିଜେପିକୁ ମିଳିବ ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ । ଜାନୁଆରୀ ୨୦ ତାରିଖରେ ନୂଆ ରାଷ୍ଟ୍ରୀୟ ସଭାପତିଙ୍କ ନାମ ଘୋଷଣା କରିବ ବିଜେପି…

SIR ବିରୋଧରେ ପଶ୍ଚିମବଙ୍ଗରେ ହିଂସାତ୍ମକ ପ୍ରଦର୍ଶନ, ବିଡିଓ ଅଫିସରେ ଭଙ୍ଗାରୁଜା

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗରେ ଏସଆଇଆର ବିରୋଧରେ ପ୍ରଦର୍ଶନ ଜାରି ରହିଛି । ନର୍ଥ ଦିନାଜପୁରର ଚାକୁଲିୟାରେ ଗୁସ୍ସାଇରେ ବିଡିଓ ଅଫିସରେ ଭଙ୍ଗାରୁଜା କରିବା ସହିତ ନିଆଁ ଲଗାଇ ଦେଇଛନ୍ତି । ଏହି ଭଙ୍ଗାରୁଜା ଫଳରେ ପ୍ରାୟ ୨୦ ଲକ୍ଷ ଟଙ୍କାର ସରକାରୀ…

ବଙ୍ଗରେ ନିପା ଭାଇରସ, ଓଡ଼ିଶାରେ ଆତଙ୍କ

ଭୁବନେଶ୍ବର: ନିପା ଭାଇରସକୁ ନେଇ ଆଦୌ ଆତଙ୍କିତ ନହେବାକୁ ଅପିଲ କଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ପଶ୍ଚିମବଙ୍ଗରେ ନିପା ଭାଇରସ୍ ମାମଲା ସାମ୍ନାକୁ ଆସିବା ପରେ ଓଡ଼ିଶାରେ ସ୍ୱାସ୍ଥ୍ୟ ବିଭାଗ ସତର୍କ । ଆଜି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ…