ଯାଜପୁର: ପ୍ରକଳ୍ପ କାମ କରୁଥିବାବେଳେ ଚାଲିଗଲା ୨ ଶ୍ରମିକଙ୍କ ଜୀବନ । କାମ କରୁଥିବାବେଳେ ବିଦ୍ୟୁତ ଆଘାତ ଯୋଗୁ ଉଭଙ୍କର ମୃତ୍ୟୁ ଘଟିଛି ।  ମୃତ ଦୁଇ ଶ୍ରମିକଙ୍କ ଘର ପଶ୍ଚିମବଙ୍ଗ ରାଜ୍ୟ ମାଲଦା ଥାନା ଅଞ୍ଚଳରେ ।

ପଶ୍ଚିମବଙ୍ଗ ରାଜ୍ୟ ମାଲଦାରୁ କିଛି ଶ୍ରମିକ ଆସି ଏଠାରେ ରହି  ପ୍ରକଳ୍ପ କାମ କରୁଥିଲେ । ଏମାନଙ୍କ ମଧ୍ୟରେ ଥିଲେ ଦୁଇ ଶ୍ରମିକ ଇନ୍ଦ୍ରଜିତ୍ ମଣ୍ଡଳ ଓ ରେଜାବୁଲ ଶେଖ୍  । ସେମାନେ  ଯାଜପୁର ରୋଡ଼ ଥାନା ବ୍ୟାସସରୋବର ପୀଠରେ ପ୍ରକଳ୍ପ କାର୍ଯ୍ଯ କରିବା ପାଇଁ ଆସିଥିଲେ । ପ୍ରକଳ୍ପ କାମ  ଚାଲିଥିବା ବେଳେ ଘଟିଛି ଏକ ବଡ ଅଘଟଣ। ଫେବ୍ରିକେସନ୍ କାର୍ଯ୍ୟ କରୁଥିବା ସମୟରେ ବିଦ୍ୟୁତ ଆଘାତରେ ଆସି ଏକାବେଳକେ ୨ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି  ସୂଚନା ମିଳିଛି।

କ୍ରିଷ୍ଣା ବିଲଡର ସଂସ୍ଥା ଅଧିନରେ ଏହି ଶ୍ରମିକମାନେ କାର୍ଯ୍ୟ କରୁଥିଲେ। କଟର ମେସିନ ସହାୟତାରେ ଲୁହାଛଡ କାଟୁଥିବା ସମୟରେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି। ତୁରନ୍ତ ସେମାନଙ୍କୁ ଯାଜପୁର ରୋଡ ଡାକ୍ତରଖାନାକୁ ଅଣାଯାଇଥିଲେ ହେଁ ଡାକ୍ତର ଦୁଇଜଣଙ୍କୁ ମୃତ ଘୋଷଣା କରିଥିଲେ।

Share