ସିରିଆ : ସିରିଆ ଡାମାସ୍କସର ଏକ ହୋଟେଲ ବାହାରେ ୨ଟି ପରେ ଗୋଟିଏ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ଯେଉଁ ହୋଟେଲରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ ଥିବା ଜଣାପଡିଛି । ଏହି ବିସ୍ଫୋରଣରେ ୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ସିରିଆ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରୀଙ୍କ ସମେତ ପ୍ରାୟ ୨୦ ଜଣ ଆହତ ହୋଇଛନ୍ତି ।
ଏହି ବିସ୍ଫୋରଣ ଉଗ୍ରବାଦୀମାନେ ଘଟାଇଥିଲେ । ମୃତକଙ୍କ ମଧ୍ୟରେ ମାକ୍ରନ୍ଙ୍କ ସୁରକ୍ଷାରେ ନିୟୋଜିତ ଥିବା ପୋଲିସ ଅଧିକାରୀ ସାମିଲ ରହିଛନ୍ତି । ଯେତେବେଳେ ମାକ୍ରୋନ୍ ଅଲ୍ ଶାରାଙ୍କୁ ଭେଟିବା ପାଇଁ ହୋଟେଲରୁ ବାହାରକୁ ଯାଉଥିଲେ, ସେତେବେଳେ ହୋଟେଲ ବାହାରେ ଏକ ଜୋରଦାର ବିସ୍ଫୋରଣ ଶୁଣାଗଲା । ମାକ୍ରୋନ୍ ସହିତ ଥିବା ଗଣମାଧ୍ୟମ କର୍ମଚାରୀମାନେ ଏହି ଖବର ପ୍ରକାଶ କରିଥିଲେ ।
ସୂଚନାନୁଯାୟୀ, ହୋଟେଲ ବାହାରେ ଏକ ଲାଲ କାର ରଖାଯାଇଥିଲା ଏବଂ ତା’ପରେ ବିସ୍ଫୋରଣ କରାଯାଇଥିଲା । ଫ୍ରାନ୍ସ ରାଷ୍ଟ୍ରପତି ଭବନ ଏପର୍ଯ୍ୟନ୍ତ କୌଣସି ବିବୃତ୍ତି ଜାରି କରିନାହିଁ । କିନ୍ତୁ ବିସ୍ଫୋରଣ ପରେ ମାକ୍ରନ ଅଲ ଶାରାଙ୍କ ସହ ସାକ୍ଷାତ କରିଥିବା ସୂଚନା ମିଳିଛି। ଏହି ମାମଲା ସିରିଆ ପୋଲିସର ତଦନ୍ତକୁ ଜୋରଦାର କରିଛି । ମାକ୍ରେୋନଙ୍କ ଡାମାସ୍କସର ଦୁଇ ଦିନିଆ ଗସ୍ତର ଶେଷ ଦିନରେ ଏହି ବିସ୍ଫୋରଣ ଘଟିଥିଲା ।
ସିରିଆରେ ବଶର ଅଲ ଅସଦଙ୍କ ଯିବା ପରେ ସୁରକ୍ଷା ବ୍ୟବସ୍ଥା ଅଲ ସରକାରଙ୍କ ନିୟନ୍ତ୍ରଣରେ ନାହିଁ । ଯେଉଁଥିପାଇଁ ଚଳିତ ବର୍ଷ ଫେଆରୀରେ ଇସଲାମିକ ରାଜ୍ୟର ଆତଙ୍କବାଦୀ ସରକାରଙ୍କର କେତକ କର୍ମଚାରୀଙ୍କ ହତ୍ୟା କରିଥିଲେ ।

