ନୂଆପଡ଼ା: ଓଡ଼ିଶା-ଛତିଶଗଡ଼ ସୀମାନ୍ତ ପାଟଧାରା ସଂରକ୍ଷିତ ଜଙ୍ଗଲରୁ ମାଓ ଡମ୍ପ ଉଦ୍ଧାର ହୋଇଛି । ନୂଆପଡ଼ା ଜିଲ୍ଲା ପୋଲିସ ଏବଂ ସିଆରପିଏଫର ମିଳିତ ଟିମ ପାଟଧାରା ସଂରକ୍ଷିତ ଜଙ୍ଗଲରୁ ଏହି ମାଓ ଡମ୍ପ ଉଦ୍ଧାର କରିଛନ୍ତି । ଏଥିରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ କରାଯାଇଛି ।
ନୂଆପଡ଼ା ଜିଲ୍ଲା ପୁଲିସ ମୁଖ୍ୟାଳୟ ପକ୍ଷରୁ ଜାରି ପ୍ରେସ ବିବୃତିରେ ଜିଲ୍ଲା ପୋଲିସ ସୂଚନା ଦେଇ କହିଛି ଯେ, ଗୁଇନ୍ଦା ସୂଚନା ଆଧାରରେ ନୂଆପଡ଼ା ଜିଲ୍ଲା ସ୍ୱେଚ୍ଛାସେବୀ ବାହିନୀ ଏବଂ ୧୯ ବାଟାଲିୟନ ସିଆରପିଏଫର ଏକ ମିଳିତ ଟିମ୍ ଗଠନ କରାଯାଇଥିଲା । ନୂଆପଡା ପୁଲିସ ଅଧୀକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ।

