Parl

ନୂଆଦିଲ୍ଲୀ: ଆସନ୍ତା ୧୮ରୁ ପାର୍ଲାମେଣ୍ଟର ସ୍ଵତନ୍ତ୍ର ଅଧିବେଶନ । ୨୨ ତାରିଖ ଯାଏ ଚାଲିବ । ଅଧିବେଶନର ସରକାରଙ୍କ କାଉଁଟର କରିବାକୁ ଆସନ୍ତାକାଲି ଇଣ୍ଡିଆ ମେଣ୍ଟର ସାଂସଦଙ୍କ ବୈଠକ ଡାକିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ସ୍ଵତନ୍ତ୍ର ଅଧିବେଶନରେ ସରକାର ୩ଟି ବିଲ ଆଣିବାକୁ ଯୋଜନା କରୁଛନ୍ତି । ସେଥିମଧ୍ୟରୁ ୱାନ ନେସନ, ୱାନ ଇଲେକ୍ସନ ଅନ୍ୟତମ । ଏହାକୁ ଇଣ୍ଡିଆ ମେଣ୍ଟ ବିରୋଧ କରିବ।

ଶନିବାର ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ନେଇ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଛି । ଏଥିରେ ବିରୋଧୀ କଂଗ୍ରେସର ଅଧିର ରଞ୍ଜନ ଚୌଧୁରୀ ସଦସ୍ୟ ଅଛନ୍ତି ।

ସେପଟେ ୱାନ ନେସନ ୱାନ ଇଲେକ୍ ସନ ପାଇଁ ଗଠିତ କମିଟିରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଯୋଗ ଦେଉନଥିବା କହିଛନ୍ତି କଂଗ୍ରେସ ସାଧାରଣ ସଂପାଦକ କେ ସି ବେଣୁଗୋପାଳ। କେନ୍ଦ୍ର ସରକାର ଆଦାନୀ ପ୍ରସଙ୍ଗକୁ ଦିଗହରା କରିବାକୁ ସମସ୍ତ ପ୍ରୟାସ ଚଳାଇଥିବା ସେ ଅଭିଯୋଗ କରିଛନ୍ତି ।

Share