Sdfe

ଇସ୍ରୋ ବୈଜ୍ଞାନିକ ବାଲାରମାତିଙ୍କ ହୃଦଘାତରେ ମୃତ୍ୟୁ ହୋଇଛି । ଚନ୍ଦ୍ରଯାନ-୩ ଲଞ୍ଚ ସମୟର କାଉଣ୍ଟଡାଉନ ଘୋଷଣା ତାଙ୍କର ଶେଷ ଘୋଷଣା ଥିଲା । ବାଲାରମାତିଙ୍କ ମୃତ୍ୟୁର ଖବର ଶୁଣି ଇସ୍ରୋର ସମସ୍ତ ବୈଜ୍ଞାନିକ ଓ କର୍ମଚାରୀ ଶୋକ ପ୍ରକାଶ କରିଛନ୍ତି । ଇସ୍ରୋର ଯେତେ ବି ଲଞ୍ଚ ହୁଏ, ତହାର କାଉଣ୍ଟଡାଉନ କରୁଥିବା ସ୍ୱର ବାଲାରମାତିଙ୍କର ରହିଥିଲା । ଏବେ ଆଉ ସେହି ସ୍ୱର ଶୁଣିବାକୁ ମିଳିବନି ।

ସୂଚନା ଅନୁଯାୟୀ, ତାମିଲନାଡୁର ଅରିୟାଲୁର ବାସିନ୍ଦା ବାଲାରମାତିଙ୍କର ଶନିବାର ସନ୍ଧ୍ୟାବେଳେ ଚେନ୍ନାଇରେ ହାର୍ଟଆଟାକ ହୋଇଥିଲା । ଏହା ପରେ ତାଙ୍କୁ ଚେନ୍ନାଇର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ସେ ୧୯୮୪ ମସିହାରେ ଇସ୍ରୋରେ ଯୋଗ ଦେଇଥିଲେ। କାଉଣ୍ଟଡାଉନ୍ ଘୋଷଣା ସମୟରେ ତାଙ୍କ କଣ୍ଠସ୍ୱର ସମଗ୍ର ଭାରତବାସୀଙ୍କର ବେଶ୍‌ ପ୍ରିୟ ହୋଇଥିଲା । ୨୦୧୫ରେ ସେ ପୂର୍ବତନ ରାଷ୍ଟ୍ରପତି ଅବ୍ଦୁଲ୍ କଲାମଙ୍କ ନାମରେ ନାମିତ ପୁରସ୍କାର ପ୍ରଥମ କରି ପାଇଥିଲେ।ତାଙ୍କ ମୃତ୍ୟୁରେ ଇସ୍ରୋର ପୂର୍ବତନ ନିର୍ଦ୍ଦେଶନ ପିଭି ଭେଙ୍କଟକୃଷ୍ଣମ ଟ୍ଵିଟ୍‌ କରି ଦୁଃଖ ବ୍ୟକ୍ତ କରିଛନ୍ତି । ସେ ଲେଖିଛନ୍ତି, ଶ୍ରୀହରିକୋଟାରୁ ଇସ୍ରୋର ଆଗାମୀ ମିଶନ ପାଇଁ ଏବେ ଆଉ କାଉଣ୍ଟଡାଉନ ସମୟରେ ବାଲାରମାତିଙ୍କ ସ୍ୱର ଶୁଣିବାକୁ ମିଳିବ ନାହିଁ । ଚନ୍ଦ୍ରଯାନ –୩ ତାଙ୍କର ଶେଷ ଘୋଷଣାଥିଲା । ମୁଁ ବହୁତ ଦୁଃଖତ… ପ୍ରଣାମ …।

Share