A10ea963 b64c 47ed bbdd e08c6044b8b6 750x430

ଉଲ୍ଲାନବାତର: ମଙ୍ଗୋଲିଆର ଜଣେ ୮ ବର୍ଷର ଶିଶୁକୁ ଅପହରଣ କରିପାରେ ଚୀନ | ଏହି ଶିଶୁ ପାଇଁ ଚୀନ ଏତେ ମାତ୍ରାରେ ଭୟଭୀତ ହୋଇପଡିଛି ଯେ ଶିଶୁକୁ ନିଜ କବଜାକୁ ନେବାକୁ ସବୁ ପ୍ରକାରର ଚେଷ୍ଟା କରୁଛି | ଆପଣଙ୍କ ମନକୁ ଆସିପାରେ ଯେ ଏହି ନିରୀହ ଶିଶୁଟି ଏମିତି କଣ କରିଛି ଯେ ଚୀନ କ୍ଷୁବ୍ଧ ହୋଇପଡିଛି | ବାସ୍ତବରେ ଏହି ଶିଶୁଙ୍କୁ ତିବ୍ଦତୀୟ ବୌଦ୍ଧ ଧର୍ମର ତୃତୀୟ ମହାନ ଧାର୍ମିକ ଗୁରୁ ଦଶମ ଖାଲଖା ଜେଟସନ୍ ଧମ୍ପା ରିନ୍ପୋଚେଙ୍କ ପୁନର୍ଜନ୍ମ ବୋଲି ବିବେଚନା କରାଯାଏ। ବାସ୍ତବରେ ବୌଦ୍ଧ ଧର୍ମର ଆଧ୍ୟାତ୍ମିକ ନେତା ଦଲାଇ ଲାମା ନିଜେ ଏହି ଶିଶୁକୁ ଏହି ମାନ୍ୟତା ଦେଇଛନ୍ତି। ଏହି ଶିଶୁର ନାମ ହେଉଛି ଏ. ଅଲତାନାର, ଯାହାର ବୟସ ମାତ୍ର ଆଠ ବର୍ଷ | ବର୍ତ୍ତମାନ ଏହି ଶିଶୁ ଦଲାଇଲାମା ଏବଂ ପାନଚେନ୍ ଲାମାଙ୍କ ପରେ ବୌଦ୍ଧ ଧର୍ମର ତୃତୀୟ ଧାର୍ମିକ ନେତା ହୋଇପାରିଛନ୍ତି। ସୂଚନାଯୋଗ୍ୟ ଯେ ବୌଦ୍ଧ ଧର୍ମରେ ଧାର୍ମିକ ନେତାଙ୍କ ପୁନର୍ଜନ୍ମର ବିଶେଷ ମହତ୍ତ୍ୱ ରହିଛି। ଏଭଳି ପରିସ୍ଥିତିରେ, କିଛିଦିନ ତଳେ ହିମାଚଳପ୍ରଦେଶର ଏ.ଅଲତାନାରଙ୍କୁ ତିବ୍ଦତୀୟ ଧାର୍ମିକ ନେତା ଭାବରେ ସ୍ୱୀକୃତି ଦେବା ପାଇଁ ଏକ ବିଶାଳ ସମାରୋହ ଆୟୋଜନ କରାଯାଇଥିଲା, ଯେଉଁ କାରଣରୁ ଚୀନ୍ ଆହୁରି ଖପ୍ପା ହୋଇଛି ।
ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଅଲତାନାର ଏକ ଧନୀ ପରିବାରରେ ଜନ୍ମଗ୍ରହଣ କରିଥିଲେ, ତେଣୁ ସେ ଏତେ କମ ବୟସରେ ତିବ୍ଦତୀୟ ଧାର୍ମିକ ନେତାଙ୍କ ରାସ୍ତାରେ ଯିବେ ବୋଲି କେହି ଭାବି ନଥିଲେ। ବାସ୍ତବରେ, ଏହି ଶିଶୁକୁ ବୌଦ୍ଧ ଧର୍ମର ଆଧ୍ୟାତ୍ମିକ ନେତାଙ୍କ ପୁନର୍ଜନ୍ମ ଭାବରେ ସ୍ୱୀକୃତି ଦେବା ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ଚୀନ୍ କ୍ରୋଧିତ ହୋଇଛି। ସୂଚନାଯୋଗ୍ୟ ଯେ ୨୦୦୭ ରେ ଚୀନ୍ ସରକାର ଏକ ନିର୍ଦ୍ଦେଶ ଜାରି କରି କହିଥିଲେ ଯେ କେବଳ କମ୍ୟୁନିଷ୍ଟ ପାର୍ଟିକୁ ବୌଦ୍ଧ ଲାମା ଚୟନ କରିବାର ଅଧିକାର ରହିଛି। ଚୀନ୍ ବାହାରେ କୌଣସି ବ୍ୟକ୍ତି କିମ୍ବା ଗୋଷ୍ଠୀ ଏଥିରେ ମୁଣ୍ଡ ପୁରାଇପାରିବେ ନାହିଁ | ଏଭଳି ପରିସ୍ଥିତିରେ ମୋଙ୍ଗୋଲିଆ ଲୋକମାନେ ଭୟ କରୁଛନ୍ତି ଯେ ଦଲାଇ ଲାମାଙ୍କ ଏହି ନିଷ୍ପତ୍ତିରେ କ୍ରୋଧିତ ଚୀନ୍ ତାଙ୍କ ଦେଶ ବିରୋଧରେ କିଛି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ।

Share