ପାନୀୟ ଜଳର ବିଶୁଦ୍ଧତା ରକ୍ଷା, ଖାଦ୍ୟ ସୁରକ୍ଷା, ପରିମଳ ବ୍ୟବସ୍ଥା ଏବଂ ଜନସଚେତନତା କାର୍ଯ୍ୟକ୍ରମକୁ ଅଧିକ ଜୋରଦାର କରିବା ପାଇଁ ସେ ସମସ୍ତ ସମ୍ପୃକ୍ତ ବିଭାଗ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ କହିଥିଲେ। ସିଡିଏମ୍ ଓ ପିଏଚ୍ଓଙ୍କୁ ଜିଲ୍ଳା ମୁଖ୍ୟାଳୟ ନଛାଡିବାକୁ ନିର୍ଦେଶ ଦେଇଛନ୍ତି | ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ କଣ୍ଟ୍ରୋଲ ରୁମ ସମସ୍ତ ପ୍ରଭାବିତ ଅଂଚଳ ସହ ଯୋଗାଯୋଗ ରଖି ଆବଶ୍ୟକ ପଦକ୍ଷେପ ନେବାକୁ କହିଛନ୍ତି |
ବୈଠକରେ ବିଭାଗର ବରିଷ୍ଠ ଅଧିକାରୀ, ଓଡିଶା ରାଜ୍ୟ ଔଷଧ ନିଗମର ଅଧିକାରୀ ଏବଂ ପ୍ରଭାବିତ ଜିଲ୍ଲାର ସିଡିଏମ୍ ଓ ପିଏଚ୍ଓମାନେ ଭର୍ଚୁଆଲ୍ ମାଧ୍ୟମରେ ଯୋଗଦେଇଥିଲେ।
ଭୁବନେଶ୍ୱର: ରାଜ୍ୟରେ ଅତ୍ୟଧିକ ବର୍ଷା ପ୍ରଭାବିତ ଜିଲ୍ଲା ଗୁଡିକରେ ଜଳସ୍ତର ବୃଦ୍ଧି ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ପ୍ରସ୍ତୁତି ସମୀକ୍ଷା କରାଯାଇଛି | ବିଭାଗର କମିଶନର-ତଥା-ଶାସନ ସଚିବ ଅସ୍ବତୀ ଏସ. ଆଜି ପ୍ରଭାବିତ ଜିଲ୍ଲାଗୁଡ଼ିକର ପ୍ରସ୍ତୁତି ବ୍ୟବସ୍ଥାର ଏକ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି।
ସମୀକ୍ଷା ବୈଠକରେ ସଚିବ ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ନିରବଚ୍ଛିନ୍ନ ସ୍ୱାସ୍ଥ୍ୟସେବା ଯୋଗାଇବା ଉପରେ ସର୍ବାଧିକ ଗୁରୁତ୍ୱ ଦେଇଥିଲେ । ସମସ୍ତ ଜିଲ୍ଲାକୁ ପର୍ଯ୍ୟାପ୍ତ ପରିମାଣର ଜରୁରୀ ଔଷଧ, ଓଆରଏସ, ବ୍ଲିଚିଂ ପାଉଡର, ହାଲଜେନ ଟ୍ୟାବଲେଟ୍, ସାପ କାମୁଡ଼ା ପ୍ରତିଷେଧକ ଔଷଧ ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀର ଉପଲବ୍ଧତା ସୁନିଶ୍ଚିତ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ ।
ପ୍ରଭାବିତ ଅଞ୍ଚଳରେ ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ, ଗର୍ଭବତୀ ମହିଳା, ଶିଶୁ, ବୟସ୍କ ଓ ଦିବ୍ୟାଙ୍ଗଙ୍କ ପ୍ରତି ସ୍ୱତନ୍ତ୍ର ଯତ୍ନ ନେବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ଆସନ୍ନ ପ୍ରସବ ମହିଳାଙ୍କୁ ଆବଶ୍ୟକ ସ୍ଥଳେ ନିକଟସ୍ଥ ମେଡିକାଲକୁ ସ୍ଥାନାନ୍ତର ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି | ଯୋଗାଯୋଗ ବିଛିନ୍ନ ଅଞ୍ଚଳକୁ ଆମ୍ବୁଲାନ୍ସ ସେବା ନିମନ୍ତେ ଅଗ୍ନିଶମ କର୍ମଚାରୀଙ୍କ ସହାୟତା ନେବାକୁ କହିଥିଲେ | ପ୍ରଭାବିତ ଅଂଚଳରେ ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ଏମବିବିଏସ ଡାକ୍ତର ମୁତୟନ, ଜେନେରେଟର ଉପଲବ୍ଧତା, ଜଳ ବନ୍ଦୀ ଡାକ୍ତରଖାନା ଗୁଡିକରେ ପମ୍ପସେଟ ଲଗାଇ ଜଳ ମୁକ୍ତ ନିମନ୍ତେ ପଦକ୍ଷେପ ପାଇଁ କହିଛନ୍ତି |

