ନୂଆଦିଲ୍ଲୀ : ଶକ୍ତିଶାଳୀ ଭୂକମ୍ପରେ ଥରିଲା ଜାପାନ । ମଙ୍ଗଳବାର ଦିନ ଜାପାନର କ୍ୟୁଶୁ ଦ୍ବୀପ କୁମାମୋଟୋ ପ୍ରଦେଶରେ ଏକ ଶକ୍ତିଶାଳୀ ୭.୧ ତୀବ୍ରତାର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଏନେଇ ସୁନାମୀ ଚେତାବନୀ ଜାରି କରାଯାଇଛି । ଜାପାନ ପାଣିପାଗ ବିଭାଗ ଅନୁଯାୟୀ, ଭୂମିକମ୍ପର ତୀବ୍ରତା ୭.୧ ରେକର୍ଡ କରାଯାଇଛି । ତେଣୁ ଏନେଇ ସୁନାମି ଚେତାବନୀ ଜାରି କରିଛି । ଲୋକମାନଙ୍କୁ ସମୁଦ୍ର ଏବଂ ଉପକୂଳରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛି ।
ଜାପାନ ପାଣିପାଗ ବିଭାଗ(JMA)ର କହିବାନୁସାରେ, କ୍ୟୁସୁ ଦ୍ୱୀପର କୁମାମୋଟୋରେ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୧ ରେକର୍ଡ କରାଯାଇଛି । ତେଣୁ ସୁନାମି ଆଲର୍ଟ ଜାରି କରାଯାଇଛି । ଏକ ମିଟର ଉଚ୍ଚର ଜୁଆର ଆସିପାରେ ବୋଲି ପାଣିପାଗ ବିଭାଗ ଅନୁମାନ କରୁଛି । ଏହାପରେ ଚୀନର କିଙ୍ଘାଇରେ ୫.୦ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଛି ।
ଜାପାନ ସରକାର କୁମାମୋଟୋ ବ୍ୟବତୀ ନାଗାସାକି, କାଗୋସିମା, ଫୁକୁଓକାରେ ଲୋକଙ୍କୁ ସତର୍କ ରହିବାକୁ କହିଛନ୍ତି । ଏ ସମସ୍ତ ଅଞ୍ଚଳ ଭୂକମ୍ପ ହୋଇଥିବା ଦ୍ବୀପର ନିକଟବର୍ତ୍ତୀ ଅଞ୍ଚଳ । ତେବେ ଭୂମିକମ୍ପରେ କେତେ କ୍ଷୟକ୍ଷତି ହୋଇଛି ତାହାର ହିସାବ ଜଣାପଡିନାହିଁ । କେହି ମୃତାହତ ହୋଇଥିବା ଖବର ମିଳିନାହିଁ । ସ୍ଥାନୀୟ ପ୍ରଶାସନ ଆପତ୍ତକାଳୀନ ଟିମ୍ ଆଲର୍ଟ ମୋଡ଼ରେ ରହିଛି ।
ବିଶ୍ବର ସବୁ ଦେଶ ମଧ୍ୟରେ ଜାପାନରେ ଅଧିକ ଭୂକମ୍ପ ଆସିଥାଏ । ତେଣୁ ଏଠାରେ ଭୂକମ୍ପ ଏବଂ ସୁନାମୀ ବିପଦ ରହିଥାଏ ।

