C3c2734e d41f 4cae baf1 fea504c8cfd6 750x430

ଭୁବନେଶ୍ବର: ବାହାନଗା ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଯାତ୍ରୀଙ୍କ ମଧ୍ୟରୁ ୨୮ଟି ମୃତଦେହକୁ ଅନ୍ତିମ ସଂସ୍କାର କରାଯିବ। ଏସବୁ ମୃତଦେହକୁ ଡିସପୋଜ୍ କରିବା ପାଇଁ ଏମ୍‌ସ ଭୁବନେଶ୍ବର ତରଫରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ଦଫାରେ ଏମ୍ସ ଭୁବନେଶ୍ବରରୁ ୩ଟି ମୃତଦେହ ଡିସପୋଜ ହୋଇଛି। ଅନ୍ୟ ମୃତହେଦ ଡିସପୋଜ ପାଇଁ ପ୍ରକ୍ରିୟା ଜାରି ରହିଛି।
ବିଏମସି, ପୂର୍ବତଟ ରେଳପଥ ଓ ସିବିଆଇ ଉପସ୍ଥିତିରେ ମୃତଦେହକୁ ଡିସପୋଜ୍ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଡିସପୋଜ୍ ପ୍ରକ୍ରିୟା ପରେ ମୃତଦେହକୁ ବିଏମସିକୁ ହସ୍ତାନ୍ତର କରାଯିବ। ଆଉ ଏସବୁ ମୃତଦେହର ଶେଷକୃତ୍ୟ ସତ୍ୟନଗର ଓ ଭରତପୁର ଶ୍ମଶାନରେ କରାଯିବ। ପ୍ରାୟ ୪ମାସ ହେଲା ମୃତଦେହ ଗୁଡ଼ିକକୁ ଫ୍ରିଜରେ ରଖାଯାଇଛି। ଟ୍ରେନ୍ ଦୁର୍ଘଟଣା ଭଳି ଅଘଟଣରେ ପ୍ରାଣ ହରାଇଥିବା ସମସ୍ତ ଯାତ୍ରୀଙ୍କ ଶବ ତାଙ୍କ ସମ୍ପର୍କୀୟଙ୍କୁ ଫେରାଇ ଦେବା ପାଇଁ ପ୍ରଶାସନ ପକ୍ଷରୁ ଭରପୁର ଚେଷ୍ଟା କରାଯାଇଥିଲା। ହେଲେ, କିଛି କ୍ଷେତ୍ରରେ ତାହା ସମ୍ଭବ ନହେବାରୁ ଅନ୍ତିମ ସଂସ୍କାର କରିବା ପାଇଁ ନିଷ୍ପତି ହୋଇଛି।

Share