ଇସ୍ରାଏଲରୁ ଭାରତ ଫେରିବା ପରେ ଅଭିନେତ୍ରୀ ବଖାଣିଲେ ଭୟାବହ ଅନୁଭୂତି

Nus

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ବଲିଉଡ ଅଭିନେତ୍ରୀ ନୁସରତ ଭରୁଚା ଇସ୍ରାଏଲରେ ଫସି ଯାଇଥିଲେ। ହାଇଫା ଚଳଚ୍ଚିତ୍ର ପୁରସ୍କାରରେ ଯୋଗଦେବା ପାଇଁ ନୁସରତ ଇସ୍ରାଏଲ ଯାଇଥିବା ବେଳେ ହଠାତ୍ ଯୁଦ୍ଧ ଆରମ୍ଭ ହେବାରୁ ସେ ସେଠାରେ ଫସିଯାଇଥିଲେ।

ହେଲେ ଅଭିନେତ୍ରୀ ରବିବାର ଦିନ ନିରାପଦରେ ଭାରତ ଫେରିଥିବା ଖବର ମିଳିଥିଲା। ତେବେ ଭାରତ ଫେରିବା ପରେ ନୁସରତ ନିଜ ଆଖି ସାମ୍ନାରେ ଦେଖିଥିବ‌ା ଇସ୍ରାଏଲର ସେ ଭୟବାହ ପରିସ୍ଥିତିର ଅନୁଭୂତି ବଖାଣିଛନ୍ତି। ଯେଉଁ ଭୟାବହ ପରିସ୍ଥିତି ଭିତରୁ ଜୀବନ ନେଇ ସେ ସୁରକ୍ଷିତ ଭାବେ ଭାରତ ପହଞ୍ଚିଥିଲେ।

ନୁସରତ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏହି ପୋଷ୍ଟରେ ନୁସରତ ସେ ଭୟାବହ ପରିସ୍ଥିତିକୁ ମ‌ନେ ପକାଇ କହିଛନ୍ତି, ‘ଯେ‌ତେବେଳେ ହମାସ ଆତଙ୍କବାଦୀ ଆକ୍ରମଣ କରିଥିଲେ ମୁଁ ହୋଟେଲରେ ଥିଲି। ହଠାତ ବୋମା ଶବ୍ଦ ସହିତ ଲୋକଙ୍କ କରୁଣ ଚିତ୍କାର ଶୁଣିବାକୁ ମିଳିଥିଲା। ଆତଙ୍କବାଦୀଙ୍କ ଆକ୍ରମଣରୁ ବଞ୍ଚିବା ପାଇଁ ଆମସମସ୍ତଙ୍କୁ ‌ବେସମେଣ୍ଟକୁ ନିଆଯାଇଥିଲା। ଏସବୁ ଘଟଣା ମୋ ସହ ପ୍ରଥମଥର ଘଟିଥିଲା। ମୁଁ ସମ୍ପୂର୍ଣ୍ଣ ଭାବେ ସ୍ତବ୍ଧ ଓ ଭୟଭୀତ ହୋଇଯାଇଥିଲି। ଯେମିତି ଲାଗୁଥିଲା ଏହି ମୁହୂର୍ତ୍ତରେ ଜୀବନ ଚାଲିଯିବ।

ହେଲେ ମୁଁ ସୁରକ୍ଷିତ ଭାବେ ଭାରତ ଫେରି ଆସିଛି। ଘରେ ଅଛି। ସୁସ୍ଥ ଅଛି। ଏହା କେବଳ ଆପଣମାନଙ୍କ ଭଲପାଇବା, ଆର୍ଶୀବାଦ ଓ ପ୍ରାର୍ଥନା ହେତୁ ସମ୍ଭବ ହୋଇପାରିଛି।

Share