Exam

ମଙ୍ଗଳସୂତ୍ର, ପାଦ ଝୁଣ୍ଟିଆ ହେଉଛି ସଧବା ନାରୀର ଲକ୍ଷଣ । ଏହାକୁ ଜବରଦସ୍ତି ଓହ୍ଲାଇବାକୁ ବାଧ୍ୟ କରିବା କୌଣସି ଅପରାଧଠୁ କମ୍‌ ନୁହେଁ। ଏପରି ଏକ ଘଟଣା ବାଙ୍ଗାଲୁରୁରେ ଘଟିଛି।

ବାଙ୍ଗାଲୁରୁରେ ପବ୍ଲିକ ସର୍ଭିସ କମିଶନ ପରୀକ୍ଷା ଚାଲିଥିବା ବେଳେ ଏପରି ଏକ ଘଟଣା ଘଟିଥିବା ବେଳେ ଏହାକୁ ନେଇ ଅସନ୍ତୋଷ ଦେଖାଦେଇଛି। ଏହି ପରୀକ୍ଷା ଦେବାକୁ ମହିଳାମାନେ ମଧ୍ୟ ଯାଇଥିଲେ। ମାତ୍ର ପରୀକ୍ଷା ହଲ୍‌ରେ ପ୍ରବେଶ ପୂର୍ବରୁ ସେମାନଙ୍କୁ ଯାଞ୍ଚ କରାଯାଇଥିଲ। ଯାଞ୍ଚ ସମୟରେ ସେମାନେ ପିନ୍ଧିଥିବା ମଙ୍ଗଳସୂତ୍ର, ପାଦ ମୁଦି, କାନ ଫୁଲ ଓହ୍ଲାଇ ହଲ୍‌କୁ ଯିବାକୁ କୁହାଯାଇଥିଲା। ପରିକ୍ଷାର୍ଥୀମାନେ ଅନ୍ୟୋନପାୟ ହୋଇ ସମସ୍ତ ଗହଣା ଓହ୍ଲାଇ ହଲ୍‌କୁ ଯିବାକୁ ବାଧ୍ୟ ହୋଇଥିଲେ।

ଏନେଇ ପ୍ରତିକ୍ରିୟା ପ୍ରକାଶ କରି ସେମାନେ କହିଛନ୍ତି, ହିଜାବ ପିନ୍ଧି ଆସିଥିବା ମୁସଲିମ ପରିକ୍ଷାର୍ଥୀଙ୍କୁ ଯାଞ୍ଚ କରାଯାଇଥିବା ବେଳେ ସେମାନେ କିନ୍ତୁ ହିଜାବ ସହ ପରୀକ୍ଷା କେନ୍ଦ୍ରକୁ ଯିବାକୁ ଅନୁମତି ଦିଆଯାଇଥିଲା। କିନ୍ତୁ ଆମକୁ ମଙ୍ଗଳସୂତ୍ର ଓହ୍ଲାଇବାକୁ ବାଧ୍ୟ କରାଯାଇଥିଲା।

ଏହି ଖବର ପ୍ରଚାରିତ ହେବା ପରେ ବିଜେପି ବିଧାୟକ ବସନଗୌଡ଼ା ୟାତନାଲ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଏପରି କେବଳ ହିନ୍ଦୁଙ୍କ କ୍ଷେତ୍ରରେ ହେଉଥିବା ଅଭିଯୋଗ କରିଛନ୍ତି । ଏନେଇ ପରୀକ୍ଷା ନିୟନ୍ତ୍ରକଙ୍କ କୌଣସି ମନ୍ତବ୍ୟ ସାମନାକୁ ଆସିନି।

Share