Sfr

ବିଷ ବଳୟରେ ରାଜଧାନୀ ଦିଲ୍ଲୀ। ବିଷାକ୍ତ ବାୟୁ କବଳରେ ଛଟପଟ ହେଉଛନ୍ତି ଦିଲ୍ଲୀବାସୀ। ଲଗାତର ଭାବେ ଦିଲ୍ଲୀରେ ବାୟୁର ମାନ ଅତ୍ୟନ୍ତ ନିମ୍ନମାନକୁ ଚାଲିଯିବା ପରେ ରାଜଧାନୀରେ ବହୁ କଟକଣା ଲାଗୁ କରାଯାଇଛି। ମାତ୍ର ନିୟମ ଉଲ୍ଲଘଂନ ଅଭିଯୋଗରେ ୨୨୦୦ ଗାଡ଼ି ଉପରେ ପଡ଼ିଛି ଫାଇନ୍‌ ।

ଜରୁରୀ ସାମଗ୍ରୀ କାଟାଗୋରିରେ ଯାଉ ନ ଥିବା ଜିନିଷ ପରିବହନ କରୁଥିବା ପୁରୁଣା ଡିଜେଲ, ପେଟ୍ରୋଲ ବାଇକ୍‌ ଓ ଟ୍ରକ୍‌ ଉପରେ ଚାଲାଣ କଟିଛି। ଗାଡ଼ି ପିଛା ୨୦ ହଜାର ଜରିମାନା ଆଦାୟ କରାଯାଇଥିବା ଜଣାଯାଇଛି।

ରାଜଧାନୀରେ ବଢ଼ୁଥିବା ପ୍ରଦୂଷଣ ମାତ୍ରା ଏବେ ଚିନ୍ତାର କାରଣ ପାଲଟିଥିବା ବେଳେ ଏହାକୁ ନିୟନ୍ତ୍ରଣକୁ ଆଣିବାକୁ ଭିନ୍ନ ଭିନ୍ନ ପଦକ୍ଷେପ ଉଠାଯାଉଛି। ଫଳରେ ବାହାର ରାଜ୍ୟର କେବଳ ସିଏନଜି, ଇଲେକ୍ଟ୍ରି, ବିଏସ୍‌-VI ବାହାନଙ୍କୁ ଦିଲ୍ଲୀରେ ପ୍ରବେଶ ଅନୁମତି ମିଳିଛି।

ଗତ ରବିବାର ଦିଲ୍ଲୀକୁ ପ୍ରବେଶ କରିଥିବା ୬, ୭୫୭ ଗାଡ଼ିକୁ ଅଟକାଯାଇ ଯାଞ୍ଚ କରା ଯାଇଥିଲା। ସେଥି ମଧ୍ୟରୁ ୨୨୧ଟି ବାଇକ୍‌ ଉପରେ ଫାଇନ୍‌ କଟିଥିଲା। ସେଥିମଧ୍ୟରୁ ୧୦୨୪ ଗାଡ଼ିର ପ୍ରଦୂଷଣ ସାର୍ଟିଫିକେଟ ନ ଥିଲା। ବିଏସ୍‌-III କାଟାଗୋରିର ୨୧୭ ଟି ଗାଡ଼ି ଓ ବି ଏଏସ୍‌- IV କାଟାଗୋରିର 975 ଟି ଗାଡ଼ି ଉପରୁ ଚାଲାଣ କଟିଥିବା ଜଣାଯାଇଛି।

ଦିଲ୍ଲୀ ପୁଲିସ୍‌ ସୂଚନା ଅନୁଯାୟୀ, କେବଳ ଆବଶ୍ୟକ ସେବାରେ ସମ୍ପୃକ୍ତ ଲୋକଙ୍କୁ ଯାତାୟତ ଅନୁମତି ଦିଆଯାଇଛି। ବାୟୁ ଗୁଣବତ୍ତା ପ୍ରବନ୍ଧନ ଆୟୋଗ ଆଦେଶ ଅନୁଯାୟୀ, ସବୁ ପ୍ରକାର ମଧ୍ୟମ ଓ ଭାରୀ ଯାନବାହନର ଚଳାଚଳ ଉପରେ ରୋକ ଲଗାଇ ଦିଆଯାଇ।

ଗତ ୧୩ ତାରିଖରୁ ଦିଲ୍ଲୀରେ ଅଡ୍‌- ଇଭିନ ନମ୍ବର ଲାଗୁ ହୋଇଛି। ଦିଲ୍ଲୀକୁ ପ୍ରବେଶ କରିବାକୁ ୨୦ଟି ବର୍ଡର ଥିବା ବେଳେ ସବୁଠି ବ୍ୟାପକ ଫୋର୍ସ ମୁତୟନ କରାଯାଇଛି।

ଦିଲ୍ଲୀରେ ୧୩ଟି ସ୍ଥାନରେ ପ୍ରଦୂଷଣ ମାତ୍ରା ସର୍ବାଧିକ ଥିବା ବେଳେ ସେଠାରେ ଅଧିକ ସଂଖ୍ୟକ ଫୋର୍ସ ମୁତୟନ କରାଯାଇଥିବା ଦିଲ୍ଲୀ ପୁଲିସ୍‌ କମିଶନର ସୂଚନା ଦେଇଛନ୍ତି।

Share