2239385 karnataka examination authority banned hijab

ବେଙ୍ଗାଲୁର : ନିଯୁକ୍ତି ପରୀକ୍ଷାରେ ହେଡ୍ କଭର୍ ବାରଣ କଲେ କର୍ଣ୍ଣାଟକ ସରକାର। କର୍ଣ୍ଣାଟକ ପରୀକ୍ଷା ପ୍ରାଧିକରଣ (KEA) ବିଭିନ୍ନ ବୋର୍ଡ ଏବଂ କର୍ପୋରେଟର ପାଇଁ ନିଯୁକ୍ତି ପରୀକ୍ଷା ସମୟରେ ପରୀକ୍ଷା ହଲରେ ସମସ୍ତ ପ୍ରକାରର ହେଡ୍ କଭର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।
ଯଦିଓ ଡ୍ରେସ୍ କୋଡ୍ ସ୍ପଷ୍ଟ ଭାବରେ ହିଜାବକୁ ନିଷେଧ କରି ନାହିଁ, ତଥାପି ନୂଆ ନିୟମ ଅଧୀନରେ ଏହା ଆସୁଛି। ବ୍ଲୁଟୁଥ୍ ଡିଭାଇସ୍ ବ୍ୟବହାର କରି ପରୀକ୍ଷାରେ କପି ରୋକିବା ପାଇଁ ଏହା ପ୍ରୟାସର ଏକ ଅଂଶ ବୋଲି KEA ନିର୍ଦ୍ଦେଶନାମାରେ କୁହାଯାଇଛି।
ଏହାପୂର୍ବରୁ ନଭେମ୍ବର 6ରେ କର୍ଣ୍ଣାଟକ ଜନସେବା ଆୟୋଗ ପରୀକ୍ଷାକୁ ଆସିଥିବା ଜଣେ ମହିଳାଙ୍କୁ ପରୀକ୍ଷା ହଲରେ ପ୍ରବେଶ କରିବା ପୂର୍ବରୁ ‘ମଙ୍ଗଲସୁତ୍ର’ ବାହାର କରିବାକୁ କୁହାଯାଇଥିଲା। ଏହାକୁ ନେଇ ପ୍ରବଳ ହଙ୍ଗାମା ଦେଖା ଦେଇଥିଲେ। ହିନ୍ଦୁତ୍ୱ ଗୋଷ୍ଠୀର ବିରୋଧ ପରେ KEA ନିୟମରେ ପରିବର୍ତ୍ତନ ଆଣିଛି।
ବିଚାର ବିମର୍ଷ ପରେ ପରୀକ୍ଷା ହଲକୁ ମଙ୍ଗଳସୂତ୍ର ଏବଂ ଆଙ୍ଗୁଠି ମୁଦୀ ପିନ୍ଧିବାକୁ ଅନୁମତି ମିଳିଥିବା ବେଳେ ଅନ୍ୟ ସମସ୍ତ ଅଳଙ୍କାରକୁ ନିଷିଦ୍ଧ କରାଯାଇଛି। ଏଥିସହ ହେଡ୍ କଭର୍ ବାରଣ ହୋଇଛି। ନଭେମ୍ବର 18 ଏବଂ 19ରେ ସାରା ରାଜ୍ୟରେ ବିଭିନ୍ନ ବୋର୍ଡ ଏବଂ ନିଗମର ନିଯୁକ୍ତି ପରୀକ୍ଷା ଅନୁଷ୍ଠିତ ହେବ। ଏହା ପୂର୍ବରୁ ନୂଆ ନିୟମ ଲାଗୁ କରିଛନ୍ତି ସରକାର।

Share